Posted inଖେଳ

ଫୁଟ୍‌ବଲ ମହାସମର

ଫେଡେରେଶନ ଇଣ୍ଟରନ୍ୟାଶନାଲ ଡି ଫୁଟ୍‌ବଲ ଆସୋସିଏଶନ (ଫିଫା)ର ୨୨ତମ ସଂସ୍କରଣ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଅନୁଷ୍ଠିତ ହେବ। ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହି ମେଗା ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ କାତାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏସିଆ ମହାଦେଶରେ ୨ୟ ଥର ପାଇଁ ଏହି ସମ୍ମାନଜନକ ଏବଂ ଲୋକପ୍ରିୟ ଟୁର୍ନାମେଣ୍ଟ ଆୟୋଜିତ ହେବ। ୨୦୧୨ରେ ପ୍ରଥମ କରି ଦକ୍ଷିଣ କୋରିଆ ଏବଂ ଜାପାନ ମିଳିତ ଭାବେ ଏହାର ଆୟୋଜନ କରିଥିଲେ। ୨୮ ଦିନର ଏହି ମେଗା ପ୍ରତିଯୋଗିତାରେ ବିଶ୍ୱର ୫ଟି କନ୍‌ଫେଡେରେଶନରୁ ୩୨ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ନଭେମ୍ବର ୨୦ରୁ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଡିସେମ୍ବର ୨ ମଧ୍ୟରେ ଏହି ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ସରିବ। ଡିସେମ୍ବର ୩ରୁ ୧୬ଟି ଦଳକୁ ନେଇ ରାଉଣ୍ଡ-୧୬ ଆରମ୍ଭ ହେବ। ଏହି ପର୍ଯ୍ୟାୟ ଡିସେମ୍ବର ୬ରେ ଶେଷ ହେବା ପରେ ୯ ଓ ୧୦ ତାରିଖରେ କ୍ୱାର୍ଟର ଫାଇନାଲ ଏବଂ ଡିସେମ୍ବର ୧୩, ୧୪ରେ ସେମିଫାଇନାଲ ଏବଂ ୧୮ରେ ଗ୍ରାଣ୍ଡ ଫାଇନାଲ ଖେଳାଯିବ।
୫ଟି କନ୍‌ଫେଡେରେଶନରୁ ଅଂଶଗ୍ରହଣ କରିଥିବା ୩୨ ଟିମ୍‌କୁ ଲକି ଡ୍ର ମାଧ୍ୟମରେ ୮ଟି ଗ୍ରୁପ୍‌ରେ ସ୍ଥାନ ମିଳିଛି। ଗ୍ରୁପ୍‌-ଏ’ରେ ଆୟୋଜକ କାତାର, ସେନେଗାଲ, ଇକ୍ୱେଡର ଓ ନେଦରଲାଣ୍ଡ୍ସ, ଗ୍ରୁପ୍‌-ବି’ରେ ଇଂଲଣ୍ଡ, ଇରାନ୍‌, ଆମେରିକା ଓ ୱେଲ୍ସ, ଗ୍ରୁପ୍‌-ସି’ରେ ଆର୍ଜେଣ୍ଟିନା, ସୌଦୀ ଆରବ, ମେକ୍ସିକୋ, ପୋଲାଣ୍ଡ ଏବଂ ଗ୍ରୁପ୍‌-ଡି’ରେ ଗତ ୨୦୧୮ ଓ ୨୧ତମ ସଂସ୍କରଣର ଚାମ୍ପିୟନ ଶକ୍ତିଶାଳୀ ଫ୍ରାନ୍ସ, ଡେନ୍‌ମାର୍କ, ଅଷ୍ଟ୍ରେଲିଆ ଏବଂ ଟ୍ୟୁନିସିଆ ରହିଛନ୍ତି। ସେହିପରି ଗ୍ରୁପ୍‌-ଇ’ରେ ସ୍ପେନ୍‌, କୋଷ୍ଟାରିକା, ଜର୍ମାନୀ ଓ ଜାପାନ, ଗ୍ରୁପ୍‌-ଏଫ୍‌’ରେ ବେଲଜିୟମ, କାନାଡ଼ା, ମରକ୍କୋ ଏବଂ ୨୦୧୮ ରନର୍ସଅପ୍‌ କ୍ରୋଏସିଆ ରହିଥିବା ବେଳେ ଗ୍ରୁପ୍‌-ଜି’ରେ ବ୍ରାଜିଲ, ସର୍ବିୟା, ସ୍ବିଜରଲାଣ୍ଡ ଓ କାମେରୁନ ଏବଂ ଗ୍ରୁପ୍‌-ଏଚ୍‌’ରେ ପର୍ତ୍ତୁଗାଲ, ଘାନା, ଉରୁଗୁଏ ଏବଂ ଦକ୍ଷିଣ କୋରିଆ ସ୍ଥାନ ପାଇଛନ୍ତି। ୟୁରୋପ କନ୍‌ଫେଡେରେଶନରୁ ସର୍ବାଧିକ ୧୩ଟି ଦେଶ ରହିଥିବା ବେଳେ ଏସିଆ ଏବଂ ଆଫ୍ରିକାର ୫ଟି ଲେଖାଏ ଦେଶ ଏବଂ ଦକ୍ଷିଣ ଆମେରିକା ଏବଂ ଉତ୍ତର ଆମେରିକାରୁ ୪ଟି ଲେଖାଏ ଦେଶ ରହିଛନ୍ତି। ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନରୁ ଆୟୋଜକ କାତାର, ଇରାନ, ଦକ୍ଷିଣ କୋରିଆ, ସୌଦୀ ଆରବ, ଜାପାନ ଓ ଅଷ୍ଟ୍ରେଲିଆ ଯୋଗ୍ୟତା ଅର୍ଜନ କରିଛନ୍ତି। ସେନେଗାଲ, ଇକ୍ୱେଡର, ଟ୍ୟୁନିସିଆ ଏବଂ କୋଷ୍ଟାରିକା ପରି ଛୋଟ ଦେଶ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ କରିବା ଲାଗି କାତାର ତା’ର ୫ ମୁଖ୍ୟ ସହରରେ ୮ଟି ନୂତନ ଷ୍ଟାଡିୟମ ନିର୍ମାଣ କରିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଷ୍ଟାଡିୟମଗୁଡିକ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ଲୁସେଲ ନଗରୀର ଲୁସେଲ ଷ୍ଟାଡିୟମ୍‌ ସର୍ବବୃହତ୍‌। ଡିସେମ୍ବର ୧୮ରେ ଫାଇନାଲ ଏହି ଷ୍ଟାଡିୟମରେ ଖେଳାଯିବ। ଏଠାରେ ୮୦ ହଜାର ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ। ଦର୍ଶକ, ଖେଳାଳି, ଅତିଥିମାନଙ୍କ ପାର୍ଇ ସଂପୂର୍ଣ୍ଣ ଷ୍ଟାଡିୟମକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମଗୁଡ଼ିକ ମଧ୍ୟରୁ ଆଇ ବେଲ୍‌ଟ ଷ୍ଟାଡିୟମରେ ମଧ୍ୟ ଅତି ଉଚ୍ଚକୋଟୀର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ବିଶ୍ୱକପ୍‌ ଆରମ୍ଭ ଚଳିତ ମାସ ୨୦ରୁ ହେବାକୁଥିବା ବେଳେ ଏପର୍ଯ୍ୟନ୍ତ ୧.୨ ମିଲିୟନ ଟିକେଟ ବିକ୍ରି କରାଯାଇଛି। କାତାରରେ ଫୁଟ୍‌ବଲ ଫିଭର ଘାରିଥିବାବେଳେ ସମଗ୍ର ବିଶ୍ୱରୁ ପ୍ରାୟ ୪୦ ମିଲିୟନ ଦର୍ଶକ ଟିକେଟ ପାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ଯାହାକି ଆୟୋଜକଙ୍କ ଉତ୍ସାହ ବଢ଼ାଇ ଦେଇଥିଲା। ସମସ୍ତ ମ୍ୟାଚ୍‌ ପାଇଁ ଟିକେଟ ବିକ୍ରି ସରିବା ଫୁଟ୍‌ବଲ ଲୋକପ୍ରିୟତାକୁ ପ୍ରକାଶ କରୁଛି।
ଫୁଟ୍‌ବଲର ମହାନ୍‌ ପର୍ବ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଆୟାଜକ କାତାର ଏବଂ ଇକ୍ୱେଡର ମଧ୍ୟରେ ଡିସେମ୍ବର ୨୦ରେ ଖେଳାଯିବ। କାତାରରେ ଅତ୍ୟଧିକ ଗରମ ଯୋଗୁ ଜୁନ୍‌ ଓ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁଥିବା ଏହି ଫୁଟ୍‌ବଲ ମହାକୁମ୍ଭ ପ୍ରଥମଥର ପାଇଁ ନଭେମ୍ବର ଏବଂ ଡିସେମ୍ବରରେ ଅନୁଷ୍ଠିତ ହେଉଛି। ନଚେତ୍‌ ଏହା ବହୁ ପୂର୍ବରୁ ସମାପ୍ତ ହୋଇସାରିଥାନ୍ତା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ, ଟିକେଟ ବିକ୍ରି ଏବଂ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଠିକ୍‌ ସମୟରେ ସମାପ୍ତ ହୋଇଥିବାରୁ ଆୟୋଜକମାନେ ବେଶ୍‌ ଖୁସି ଅଛନ୍ତି।
ବିବାଦ କୌଣସି ଫିଫା ବିଶ୍ୱକପ୍‌ର ପିଛା ଛାଡ଼ିନାହିଁ। ଫିଫା ଅଫିସିଆଲମାନେ ଲାଞ୍ଚ ନେବା, ନୂତନ ଷ୍ଟାଡିୟମ ନିର୍ମାଣରେ ଅନିୟମିତତା, ଷ୍ଟାଡିୟମ ନିର୍ମାଣ ସମୟରେ ପ୍ରବାସୀ ଶ୍ରମିକ ମାନଙ୍କ ଦୁର୍ଦ୍ଦଶା ତଥା ମୃତ୍ୟୁବରଣ କରିବା, ସେମାନଙ୍କୁ ଉପଯୁକ୍ତ ସମୟରେ ବିଶ୍ରାମ ନ ଦେବା, ଖାଦ୍ୟ ଓ ପାନୀୟରେ ଅବ୍ୟବସ୍ଥା, ପ୍ରାୟ ୫ ହଜାରରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ସହ ଠିକାଦାରମାନଙ୍କ ଜୁଲମ, ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାକୁ ନ ଦେବା ଆଦି ଅନେକ ଘଟଣା ଏପରି କି ମାନବିକ ଅଧିକାର ଉଲ୍ଲଂଘନ ଘଟଣା ଉପରେ ’ଆମ୍‌ନେଷ୍ଟି ଫୋରମ୍‌’ ନିକଟରେ ଅଭିଯୋଗ କାତାର ପ୍ରଶାସନକୁ ବିପଦରେ ପକାଇଥିଲା। କାରଣ ଅଧିକାଂଶ ଭାରତୀୟ, ପାକିସ୍ତାନୀ, ବାଂଲାଦେଶୀ, ଶ୍ରୀଲଙ୍କା ଏବଂ ନେପାଳୀ ପ୍ରବାସୀ ଶ୍ରମିକ ଏଠାରେ ବର୍ଷ ବର୍ଷ ଧରି ଅତ୍ୟଧିକ ଗରମ ପରିବେଶରେ କାର୍ଯ୍ୟ କରୁଥିଲେ। ସେମାନଙ୍କୁ ମାସିକ ମାତ୍ର ୧୬ ହଜାର ଟଙ୍କା ପ୍ରଦାନ କରାଯାଉଥିଲା।
ଯାହାହେଉ ବିଶ୍ୱକପ୍‌ ଫୁଟ୍‌ବଲ ବିଗୁଲ ବାଜିବାକୁ ଆଉ ଅଳ୍ପଦିନର ଅପେକ୍ଷା। ଏହାକୁ ନେଇ ଫୁଟ୍‌ବଲପ୍ରେମୀ ବେଶ୍‌ ଉତ୍ସାହିତ। ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ କଳାକୌଶଳ ଦେଖିବାକୁ ଯୁବ ଫୁଟ୍‌ବଲ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା। ଆଇସିସି ଟି୨୦ ବିଶ୍ୱକପ୍‌ ପରେ ଫିଫା ବିଶ୍ୱକପ୍‌ ଉପରେ ଏବେ ସମସ୍ତଙ୍କ ନଜର। ଏହି ଫୁଟ୍‌ବଲ ମହାସମରରେ ବିଶ୍ୱର ୬ ଜଣ ଶ୍ରେଷ୍ଠ ଖେଳାଳିଙ୍କ ଉପରେ ଯୁବପିଢ଼ିଙ୍କ ନଜର ରହିବ। ସେମାନେ ହେଲେ ଆର୍ଜେଣ୍ଟିନାର ନିଓନେଲ ମେସି, ପର୍ତ୍ତୁଗାଲର ଖ୍ରୀଷ୍ଟିଆନ ରୋନାଲ୍‌ଡୋ, ଫ୍ରାନ୍ସର କିଲିୟାନ ଏମ୍‌ବାପେ, ବ୍ରାଜିଲର ନେମାର, ସେନେଗାଲର ସାଡିଓମାନେ ଏବଂ ଦକ୍ଷିଣ କୋରିଆର ସେଙ୍ଗ୍‌ ହେଇଙ୍ଗମିନ୍‌।
ଗତ ୨୧ତମ ସଂସ୍କରଣ ରୁଷିଆରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍‌ ଫ୍ରାନ୍ସ ଏବଂ କ୍ରୋଏସିଆ ମଧ୍ୟରେ ଖେଳାଯାଇଥିଲା। ୪-୨ ଗୋଲରେ ବିଜୟୀ ହୋଇ ଫ୍ରାନ୍ସ ଚାମ୍ପିୟନ ହୋଇଥିଲା। ଏହା ଥିଲା ଫ୍ରାନ୍ସର ୨ୟ ବିଶ୍ୱକପ୍‌ ଟାଇଟଲ। ମୋଟ ୬୪ଟି ମ୍ୟାଚ୍‌ରେ ୧୬୯ ଗୋଲ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ସ୍କୋର ହୋଇଥିଲା। ବେଲଜିୟମ ତୃତୀୟ ଏବଂ ଇଂଲଣ୍ଡ ଚତୁର୍ଥ ସ୍ଥାନ ହାସଲ କରିଥିଲା। ସୂଚନା ଯେ, ଫିଫାର ପ୍ରତିଷ୍ଠା ୧୯୦୪ରେ ହୋଇଥିବା ବେଳେ ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱକପ୍‌ ଚାମ୍ପିୟନ ହୋଇଛି।

ନିର୍ମଳ କୁମାର ମିଶ୍ର

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri