Posted inଖେଳ

ଗୋଟିଏ ଓଭରରେ ୭ ଛକା ମାରି ସମସ୍ତଙ୍କ ଆଶ୍ଚର୍ଯ୍ୟ କଲେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୮।୭: ଆଫଗାନିସ୍ତାନ କ୍ରିକେଟ ଦଳର ୨୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସେଦିକୁଲ୍ହା ଅଟଳ ଗୋଟିଏ ଓଭରରେ ୭ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେଦିକୁଲ୍ହା କାବୁଲ ପ୍ରିମିୟର ଲିଗରେ ବୋଲର ଅମିର ଜଜାଇଙ୍କ ଓଭରରେ ଏହି ପ୍ରଦର୍ଶନ କରିଥିଲେ। ଶାହିନ ହଣ୍ଟର୍ସ ଏବଂ ଆବାସିନ ଡିଫେଣ୍ଡରଙ୍କ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଶାହିନ ହଣ୍ଟର୍ସ ପାଇଁ ଖେଳୁଥିବା ସେଦିକୁଲ୍ହା କେବଳ ଦଳକୁ ସଙ୍କଟରୁ ବାହାର କରି ନ ଥିଲେ ବରଂ ଦଳକୁ ମ୍ୟାଚ ଜିତିବା ସ୍ଥିତିକୁ ନେବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ହଣ୍ଟର୍ସ ଇନିଂସର ୧୯ତମ ଓଭରରେ ବୋଲିଂ କରିବାକୁ ଆସିଥିବା ସେଦିକୁଲ୍ହା କ୍ରମାଗତ ୭ ଛକା ମାରିଥିଲେ। ଏହି ଓଭରରେ ଅମିର ଗୋଟିଏ ନୋ ଏବଂ ଗୋଟିଏ ଓ୍ବାଇଡ୍‌ ବଲ୍‌ ଫିଙ୍ଗିଥିଲେ। ଅମିର ତାଙ୍କ ଓଭରରେ ମୋଟ ୪୮ ରନ ଦେଇଥିଲେ। ୫୬ଟି ବଲରେ ୧୧୮ ରନର ଅପରାଜିତ ଇନିଂସ ଖେଳି ୭ ଚୌକା ଓ ୧୦ ଛକା ସହାୟତାରେ ଇନିଂସ ଶେଷ ପର୍ଯ୍ୟନ୍ତ ଖେଳିଥିଲେ।
ଭାରତୀୟ ଖେଳାଳି ଋତୁରାଜ ଗାଇକ୍ୱାଡ ମଧ୍ୟ ଏକ ଓଭରରେ ୭ଟି ଛକା ମାରିଥିଲେ। ଗତ ବର୍ଷ ବିଜୟ ହଜାରେ ଟ୍ରଫି ସମୟରେ ଏକ ଓଭରରେ ୭ଟି ଛକା ମାରିଥିଲେ। ସେଦିକୁଲ୍ହା ଏପର୍ଯ୍ୟନ୍ତ ଆଫଗାନିସ୍ତାନ ପାଇଁ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୩୮ ତମ ବାର୍ଷିକୋତ୍ସବ: ବୃନ୍ଦ ଯୋଗଦେଇ ଥିଲେ …

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ…

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri