ସୁଶାନ୍ତ ସିଂ ରାଜପୁତ ତାଙ୍କ ଡାଏରୀରେ ପ୍ରାୟ ୫୦ ଟି ସ୍ବପ୍ନ ଲେଖିଥିଲେ ଯାହା ସେ ତାଙ୍କ ଜୀବନରେ କରିବାକୁ ଚାହୁଁଥିଲେ। ମାତ୍ର ସେ ସେହି ସ୍ବପ୍ନଗୁଡ଼ିକୁ ପୂରଣ କରିବା ପାଇଁ ଆଉ ଏହି ଦୁନିଆରେ ନାହାଁନ୍ତି। ଏପରି ପରିସ୍ଥିତିରେ, ବର୍ତ୍ତମାନ ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କର ସ୍ବପ୍ନ ପୂରଣ କରିବାରେ ଲାଗିଛନ୍ତି।
ସୁଶାନ୍ତ ଏକ ହଜାର ଗଛ ଲଗାଇବାକୁ ଚାହୁଁଥିଲେ। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ‘ପ୍ଲାଣ୍ଟର୍ସ ଫୋର ଏସ୍ଏସ୍ଆର’ ଅଭିଯାନ ଆରମ୍ଭ କରିଛନ୍ତି। ସୁଶାନ୍ତ ସ୍ବପ୍ନକୁ ପୂରଣ କରିବା ପାଇଁ ସେ ତାଙ୍କ ପ୍ରଶଂସକ, ଘନିଷ୍ଠ ବନ୍ଧୁମାନଙ୍କୁ ଅନୁରୋଧ କରିଛନ୍ତି। ଏହି ଅଭିଯାନରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।
ଅଙ୍କିତା ନିଜ ଟୁଇଟରରେ ଗଛ ଲଗାଇବାର କିଛି ଫଟୋ ଶେୟାର କରିଛନ୍ତି। ମୁମ୍ବାଇସ୍ଥିତ ଘରେ ସେ ଏହା କରିଛନ୍ତି, ତାଙ୍କ ସହିତ ତାଙ୍କ କୁକୁର ମଧ୍ୟ ଅଛି। ଏହା ସହ ସେ ଲେଖିଛନ୍ତି – ‘ତାଙ୍କ ସ୍ବପ୍ନକୁ ପୂରଣ କରି ତାଙ୍କୁ ମନେ ରଖିବାର ଉପାୟ।’
Hatchi and mamma 😍
My partner In almost everything ❤️
Planting plants 🌱
It’s our way to remember him by fulfilling his dream ❤️#plants4SSR @shwetasinghkirt @jainvick @vikirti @_mallika_singh pic.twitter.com/vvr2TJkEfb— Murphy Kanunları (@murphybilgiler) September 13, 2020

