Posted inଜାତୀୟ

ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧି ଦୌଡିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା,୧୩।୯: ଗୟାସ୍ଥିତ ଡେଲହା ପୋଲିସ ଷ୍ଟେଶନରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ପୋଲିସ ଷ୍ଟେଶନରୁ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୋଲିସ ଷ୍ଟେଶନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ହାଫ୍‌ ପ୍ୟାଣ୍ଟ୍‌ ଏବଂ ଗଞ୍ଜି ପିନ୍ଧି ଦୌଡିଥିଲା। ପ୍ରାୟ ଏକ କିଲୋମିଟର ଗୋଡ଼ାଇବା ପରେ ପୋଲିସ ଶେଷରେ ଜଣେ ଯୁବକଙ୍କ ସାହାଯ୍ୟରେ ଅଭିଯୁକ୍ତଙ୍କୁୁ ଧରିଥିଲା। ସୂଚନାଯୋଗ୍ୟ, ଗୟାରେ କିଛି ଅପରାଧୀ ଜଣେ ଯୁବକଙ୍କୁ ଧମକ ଦେଇ ୧୯ ହଜାର ଟଙ୍କା ଛଡାଇ ନେଇଥିଲେ। ସମ୍ପୃକ୍ତ ଯୁବକ ପଶ୍ଚିମବଙ୍ଗରେ ରୁହନ୍ତି। ସେ ଗୟା ଜଙ୍କସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇବା ପରେ କିଛି ଅପରାଧୀ ତାଙ୍କଠାରୁ ସବୁ ଛଡାଇ ନେଇଥିଲେ। ସେ ପାଖ ଡେଲହା ପୋଲିସ ଷ୍ଟେଶନରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସେମାନଙ୍କ ଭିତରୁ ଜଣେ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ ୟୁନିଫର୍ମ ବଦଳାଉଥିବାବେଳେ ଏହି ଘଟଣା ଜଣାପଡିଥିଲା। ପୋଲିସ ଅପରାଧୀକୁ ଧରିବା ପାଇଁ ତତ୍‌କ୍ଷଣାତ୍‌ ଦୌଡି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ସେଥିପାଇଁ ହୋଇଥିଲା ଟ୍ରେନ୍ ଦୁର୍ଘଟଣା: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୨।୩: ଗତବର୍ଷ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶର ହୋଇଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ବଡ ବୟାନ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଦୁର୍ଘଟଣାରେ ୧୪...

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ସଭା ମଝିରେ କୁନି ଝିଅଠାରୁ ଜଗନ୍ନାଥ ଫଟୋ ନେଲେ ଉପହାର

ନୂଆଦିଲ୍ଲୀ,୨।୩: ଲୋକସଭା ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୧ ରେ ଦିନିକିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ...

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

ମୁମ୍ବାଇ: ଲୋକ ସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା...

ଏଣିକି ୮୫ରୁ କମ୍‌ ବୟସ ଭୋଟରଙ୍କୁ ମିଳିବ ନାହିଁ ପୋଷ୍ଟାଲ-ବାଲାଟ୍‌ ସୁବିଧା, ନିୟମ ବଦଳାଇଲେ ସରକାର…

ନୂଆଦିଲ୍ଲୀ,୨।୩: ଆସନ୍ତା ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୋଷ୍ଟାଲ ବାଲାଟ୍‌ ନିୟମ ସଂଶୋଧନ କରିଛନ୍ତି। ପୂର୍ବରୁ ୮୦...

ଲୋକସଭା ନିର୍ବାଚନ ଲଢ଼ିବେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ,୨।୩: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଜପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଲୋକସଭା ୨୯...

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ...

ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ଭାଜପା ଏମ୍‌ପି ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨।୩: ନିର୍ବାଚନ ଲଢ଼ିବେ ନାହିଁ ଭାଜପା ଏମ୍‌ପି ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡ଼ଖଣ୍ଡ ହଜାରିବାଗରୁ ଏମ୍‌ପି ଥିବା ଜୟନ୍ତ ମଧ୍ୟ ସକ୍ରିୟ...

ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି

ନୂଆଦିଲ୍ଲୀ,୨ା୩: ଭାରତୀୟ ଜନତା ପାର୍ଟି (ଭାଜପା) ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri