କରୋନା ସଂକ୍ରମଣକୁ ରୋକିବାକୁ ଉଦ୍ଧବଙ୍କ ନୂଆ କ୍ୟାମ୍ପେନ

ମୁମ୍ବାଇ,୧୩ ।୯: କରୋନା ସଂକ୍ରମଣ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡିଲାଣି ମହାରାଷ୍ଟ୍ର । ରାଜ୍ୟରେ ବଢି ଚାଲିଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରିବାକୁ ନିଷ୍ୱତ୍ତି ନେଇଛନ୍ତି । ସେପ୍ଟେମ୍ବର ୧୫ରୁ ଏହା ଲାଗୁ କରାଯିବ । କ୍ୟାମ୍ପେନଟି ହେଲା ‘ମୋ ପରିବାର ମୋ ଦାୟିତ୍ୱ ।’ ଏହି କ୍ୟାମ୍ପେନ ଅଧିନରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି) ରାଜଧାନୀର ସମସ୍ତ ଘରେ ପହଞ୍ଚିବ । ସେଠାରେ ସେ ସ୍ୱାସ୍ଥ୍ୟ ସୁବିଧା ସହ କରୋନାଠାରୁ ଦୂରେଇ ରହିବାର ଉପାୟ ସମ୍ପର୍କରେ କହିବ । ପ୍ରତ୍ୟେକ ପରିବାର ୩ଟି ନିୟମ ପାଳନ କରିବାକୁ ପଡିବ । ପ୍ରଥମେ ପରସ୍ପରଠାରୁ ଅତିକମରେ ୨ ମିଟର ଦୂରତା ରକ୍ଷା କରିବାକୁ ପଡିବ । ଠିକ୍ ଭାବେ ଓ ସବୁବେଳେ ମାସ୍କ ବ୍ୟବହାର କରିବା ଜରୁରୀ, ତୃତୀୟରେ ନିୟମିତ ଭାବେ ହାତ ଧୋଇବା ଓ ଠିକ୍ ଭାବେ ସାନିଟାଇଜର ବ୍ୟବହାର କରିବାକୁ ପଡିବ । ତା’ହେଲେ ଯାଇ ଆମେ କରୋନା ଭାଇରସଠାରୁ ଦୂରେଇ ରହିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଏବେ ୨,୮୦,୧୩୮ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୭,୨୮,୫୧୨ ଜଣ ସୁସ୍ଥ ହୋଇ ସାରିଲେଣି ଓ ୨୯,୧୧୫ ଜଣଙ୍କର କରୋନା ସଂକ୍‌୍ରମଣରେ ମୃତ୍ୟୁ ହେଲାଣି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଥିବା ବେଳେ ମହାରାଷ୍ଟ୍ର ଏକ୍ଷେତ୍ରରେ ସବୁଠାରୁ ଆଗରେ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ କ୍ୟାମ୍ପେନ କାମରେ ଆସିବ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ବର୍ଷ ହେଲା ଲୁଚିଥିଲା ସ୍ଲିପର ସେଲ୍‌

ନୂଆଦିଲ୍ଲୀ,୧୩।୧୦: ରାଜଧାନୀ ଦିଲ୍ଲୀରେ ଜଣେ ପାକିସ୍ତାନ ଆତଙ୍କବାଦୀ ଗିରଫ ହୋଇଛନ୍ତି। ମିଛି ପ୍ରମାଣ ପତ୍ର କରି ସେ ୧୩ ବର୍ଷ ହେଲା ଭାରତରେ ରହୁଥିବା ପୋଲିସ...

ପୁରୀରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧

ପୁରୀ ଅଫିସ, ୧୯।୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ...

୧୬ ଜିଲାରୁ ୭୫ ଆକ୍ରାନ୍ତ: ଖୋର୍ଦ୍ଧା-ସୁନ୍ଦରଗଡ଼ର ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୭୫ ନୂଆ ଆକ୍ରାନ୍ତ ୧୬ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା-ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଅଛନ୍ତି। ସେହିଭଳି ଜଗତସିଂହପୁର-କୋରାପୁଟ-ଅନୁଗୋଳ-ଢ଼େଙ୍କାନାଳର...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୬।୦୨(ବ୍ୟୁରୋ): ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୫୬କୁ ବୃଦ୍ଧି ପାଇଛି...

ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର...

ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ଗ୍ରେଟର ନୋଏଡା, ୧୨।୯ : ଭାରତୀୟ ଏକ୍ସପୋ ମାର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ଗ୍ରେଟର ନୋଏଡା ଏକ୍ସପୋ ସେଣ୍ଟରରେ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୩୯ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌...

Advertisement
Archives

Model This Week