ପ୍ରଶଂସକଙ୍କୁ ମନ ଦେଇ ବସିଥିଲେ ଏହି ସୁପରଷ୍ଟାର୍‌

ଦକ୍ଷିଣର ସୁପରଷ୍ଟାର ବିଜୟ ଚନ୍ଦ୍ରଶେଖର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏପର୍ଯ୍ୟନ୍ତ ଅନେକ ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର, କିନ୍ତୁ ପ୍ରଶଂସକମାନେ ତାଙ୍କୁ ବିଜୟ ବୋଲି ଜାଣନ୍ତି। ବିଜୟ ପ୍ରାୟତଃ ତାମିଲ ଆକ୍ସନ, ଡ୍ରାମା ଏବଂ ଥ୍ରୀଲର ଫିଲ୍ମରେ କାମ କରିଛନ୍ତି। ବିଜୟଙ୍କ ପିତା ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ନିର୍ମାତା ଏବଂ ପ୍ରଯୋଜକ। ବିଜୟ ଅନେକ ପୁରସ୍କାର ଜିତିଛନ୍ତି। ଦୀର୍ଘ ଦିନ ଧରି ବିଜୟ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ରରେ କାମ କରିଥିଲେ। ମୁଖ୍ୟ ଅଭିନେତା ଭାବରେ ବିଜୟଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ନାଲୟା ଥିରପୁ’। ଏହି ଚଳଚ୍ଚିତ୍ର ୧୯୯୨ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରରେ କାମ କରୁଥିଲେ ବିଜୟଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏହା ପରେ ସେ ସାଉଥ ସିନେମାର ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। ଖୁବ କମ ଲୋକ ଜାଣନ୍ତି ଯେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଜୟଙ୍କ ସହ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ। ପ୍ରିୟଙ୍କା ଏବଂ ବିଜୟଙ୍କ ତାମିଲ ଚଳଚ୍ଚିତ୍ର ଥିଲା ଥାମିଜାନ। ଏହି ଚଳଚ୍ଚିତ୍ର ୨୦୦୨ ମସିହାରେ ଆସିଥିଲା। ଏହା ବ୍ୟତୀତ ବିଜୟ ଶ୍ରୀଦେବୀଙ୍କ ସହ ମଧ୍ୟ କାମ କରିଛନ୍ତି।

ବିଜୟ ତାଙ୍କ ଅଭିନୟ ଯୋଗୁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ବିଜୟଙ୍କ ସ୍ତ୍ରୀଙ୍କ ନାମ ସଙ୍ଗୀତା। ଉଭୟ ୨୫ ଅଗଷ୍ଟ ୧୯୯୯ରେ ବିବାହ କରିଥିଲେ। ବିଜୟ ଦୁଇ ସନ୍ତାନର ପିତା। ବିଜୟ ଏବଂ ସଂଗୀତର ପ୍ରେମ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ବିଜୟ ନିଜର ଜଣେ ପ୍ରଶଂସକଙ୍କୁ ବିବାହ କରିଛନ୍ତି। ସଙ୍ଗୀତା ବ୍ରିଟେନରେ ରହୁଥିଲେ ଏବଂ ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ତାଙ୍କ ଚଳଚ୍ଚିତ୍ର ପୁଭ ଉନାକାଗା ୧୯୯୬ ମସିହାରେ ମୁକ୍ତିଲାଭ କରିଥିଲା। ବିଜୟ ଏହି ଚଳଚ୍ଚିତ୍ରରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଯାହା କେବଳ ସ୍ଥାନୀୟ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ବରଂ ବିଦେଶରେ ରହୁଥିବା ତାମିଲ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ହିଟ୍‌ ହୋଇଥିଲା। ବିଜୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାମିଲ ଅଭିନେତା। ଚେନ୍ନାଇର ଫିଲ୍ମ ସିଟିରେ ବିଜୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ଶୁଟିଂ କରୁଥିଲେ। ଶୁଟିଂ ବିରତି ସମୟରେ ଜଣେ ଝିଅ ତାଙ୍କ ପାଖକୁ ଆସି ନିକୁ ସଙ୍ଗୀତା ବୋଲି ପରିଚୟ ଦେଇଥିଲେ। ସଙ୍ଗୀତା ବିଜୟଙ୍କୁ ତାଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଥିଲେ। ବ୍ରିଟେନରେ ଅବସ୍ଥାପିତ ଶ୍ରୀଲଙ୍କାର ତାମିଲ ଶିଳ୍ପପତିଙ୍କ ଝିଅ ସଙ୍ଗୀତାଙ୍କ ଏହି ଶୈଳୀକୁ ବିଜୟ ପସନ୍ଦ କରିଥିଲେ। ପରେ ଦୁହେଁ ଦୀର୍ଘ ସମୟ କଥା ହେବା ଆରମ୍ଭ କଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଦିନେ ବିଜୟଙ୍କ ପିତା ସଙ୍ଗୀତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ବିବାହ ପ୍ରସ୍ତାବ ଦେଇଥିଲେ। ସଙ୍ଗୀତା ମଧ୍ୟ ରାଜି ହୋଇଥିଲେ ଏବଂ ଅଗଷ୍ଟ ୨୫, ୧୯୯୯ରେ ଉଭୟଙ୍କ ବିବାହ ହୋଇଥିଲା। ବିଜୟ ଖ୍ରୀଷ୍ଟିଆନ ଏବଂ ସଙ୍ଗୀତା ହିନ୍ଦୁ ଧର୍ମର ହୋଇଥିଲେ ମଧ୍ୟ ଉଭୟଙ୍କ ପ୍ରେମ ମଧ୍ୟରେ ଧର୍ମ ଆସି ନଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ବିଜୟ ସଙ୍ଗୀତାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?