ବାହୁଡ଼ିଲେ ଠାକୁରଅଜା ସିଦ୍ଧବଳରାମ

ସାକ୍ଷୀଗୋପାଳ,୨୯।୬(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ)ନବଦିନ ଯାତ୍ରାରେ ଆସି ଚନ୍ଦନ ମଣ୍ଡପରେ ଅବସ୍ଥାନ କରିଥିବା ଠାକୁରଅଜା ଶ୍ରୀ ସିଦ୍ଧବଳରାମ ଦେବ ବୁଧବାର ବକୁଳବନସ୍ଥିତ ନିଜ ମନ୍ଦିରକୁ ରଥରେ ବାହୁଡି ଯାଇଛନ୍ତି। ଫେରିବା ବାଟରେ ସାକ୍ଷୀଗୋପାଳ ଠାକୁରଙ୍କ ମହାସୁଆର ସ୍ବର୍ଗତ ଦାଶରଥୀ ଖୁଣ୍ଟିଆଙ୍କ ଘରେ ସ୍ବର୍ଗତ ଖୁଣ୍ଟିଆ ଙ୍କ ପୁଅ ଅଦାଲତ ପୋଡପିଠା ଭୋଗଲାଗି କରିଥିଲେ। ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ବାଳ ଭୋଗ ପରେ ମଧ୍ୟାହ୍ନରେ ଚକା ଛାଡ଼ ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଛେରାପହଁରା ନୀତି ପରେ ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ ବାଦ୍ୟ ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ଶ୍ରୀରାମଚନ୍ଦ୍ରପୁର ଗ୍ରାମର ବୁଟୁ ମିଶ୍ର ଅଧରପଣା ଭୋଗ ଲଗାଇ ବିତରଣ କରିଥିଲେ। ଶ୍ରଦ୍ଧାଳୁ ଓ ଛୋଟ ପିଲାମାନେ ଚନ୍ଦନ ମଣ୍ଡପ ନିକଟରୁ ରଥ ଟାଣି ନେଇଥିଲେ। ନବ ଦିନ ଅସ୍ଥାନ ସମୟରେ ଆଖପାଖ ଲୋକେ ଆଡପ ମଣ୍ଡପ ଭୋଗ ଲାଗି କରିବା ସହିତ କିଛି ଶ୍ରଦ୍ଧାଳୁ ପ୍ରତ୍ୟହ ଆଡ଼ପ ଦର୍ଶନ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ଏହି ସୁସଜ୍ଜିତ ରଥ ନିର୍ମାଣ କରାଯାଇଥିଲା। ସେବାୟତ ଦେବରାଜ ପଣ୍ଡା, ବ୍ରଜରାଜ ପଣ୍ଡା ଓ ଅନ୍ୟମାନେ ଠାକୁରଙ୍କ ଦେବନୀତି ସମ୍ପାଦନା କରିଥିଲେ। ରଥଟଣା ସମୟରେ ମନ୍ଦିର କର୍ମଚାରୀଙ୍କ ସହିତ କାହାଳିଆ ବିଶକର୍ମା, ମଣ୍ଡଣି ସୁଆଁସିଆ, ବାଜାବାଲା, ଭୋଇ ସେବାୟତମାନେ ରଥଚଳା କାର୍ଯ୍ୟରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?