Posted inଖେଳ

ଏହି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇ ଶାର୍ଦ୍ଦୁଳ ଦେଇଥିଲେ ବ୍ରେକ୍‌ ଥ୍ରୁ

ଲଣ୍ଡନ,୬।୯: ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଆସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୭/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ରୋରି ବନର୍‌ସ ଓ ହାସିମ ହମିଦ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ୧୦୦ ରନରେ ଇଂଲଣ୍ଡ ପ୍ରଥମ ଉଇକେଟ ଭାବେ ବନର୍‌ସକୁ ହରାଇଥିଲା। ଓଭରନାଇଟ ସ୍କୋର ୩୧ରୁ ଖେଳ ଆରମ୍ଭ କରି ସେ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଉଇକେଟକିପର ରିଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇ ଶାର୍ଦ୍ଦୁଳ ଠାକୁରଙ୍କ ଶିକାର ହୋଇଥିଲେ। ପ୍ରଥମ ଉଇକେଟ ନେଇ ଠାକୁର ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଅନ୍ୟତମ ଓପନର ହାସିବ ହମିଦ ଗତକାଲିର ଅପରାଜିତ ସ୍କୋର ୪୩ରୁ ଖେଳ ଆରମ୍ଭ କରି ୬୩ ରନ୍‌ କରିଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତାଙ୍କୁ ପୂର୍ବରୁ ଦାଓ୍ବିଦ ମଲନ ୫ ରନ କରିଥିବା ବେଳେ ବଦଳ ଖେଳାଳି ମୟଙ୍କ ଅଗ୍ରଓ୍ବାଲଙ୍କ ଥ୍ରୋରେ ପନ୍ତଙ୍କ ଦ୍ୱାରା ଦୂର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଏହାପରେ ଓଲି ପୋପ୍‌, ଜନି ବେୟରଷ୍ଟୋ, ମୋଇନ ଅଲି ବେଶି ସମୟ ତିଷ୍ଠି ନ ପାରି ସଅଳ ପ୍ୟାଭିଲିୟନ ଫେରିଥିଲେ। ପୋପ୍‌ ୨ ରନ କରି ଓ ଉଇକେଟକିପର ବ୍ୟଟ୍ସମ୍ୟାନ ଜନି ବେୟାରଷ୍ଟୋ ଖାତା ଖେଳିବା ପୂର୍ବରୁ ଯଶପ୍ରୀତ ବୁମରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ବିନା ସ୍କୋରରେ ଅଲରାଉଣ୍ଡର ମୋଇନ ଜାଡେଜାଙ୍କ ବଲ୍‌ରେ ଶର୍ଟଲେଗ୍‌ରେ ବଦଳ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ପାଳି ପଡିଥିବା ଇନ୍‌ଫର୍ମ ଅଧିନାୟକ ଜୋ ରୁଟଙ୍କର। ସେ ୩୬ ରନକରି ଠାକୁରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଫ୍‌ଷ୍ଟମ୍ପ ବାହାର ବଲ ଖେଳିବାକୁ ଯାଇ ସେ ଦୂର୍ଭାଗ୍ୟଜନକ ଭାବେ ପ୍ଲେଡଅନ୍‌ ହୋଇଥିଲେ। ରୁଟ୍‌ ଆଉଟ ହେବା ପରେ ଭାରତର ବିଜୟ ନିଶ୍ଚିତ ହୋଇଥିଲା। ୧୮ ରନ୍‌ କରି କ୍ରିଜ୍‌ରେ ଜମିଆସୁଥିବା ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ କିନ୍ତୁ ଅଧିକ ସମୟ କ୍ରିଜ୍‌ରେ ରହିପାରି ନ ଥିଲେ। ସେ ଲୋକେଶ ରାହୁଲଙ୍କ କ୍ୟାଚ୍‌ ଦେଇ ଉମେଶ ଯାଦବଙ୍କ ଦ୍ୱାରା ଆଉଟ ହୋଇଥିଲେ। ମାତ୍ର ୫୨ ରନ ମଧ୍ୟରେ ଇଂଲଣ୍ଡ ୬ ଉଇକେଟ ହରାଇଥିଲା। କ୍ରେଗ୍‌ ଓଭରଟନ ୧୦ ରନ କରିଥିବା ବେଳେ ଉମେଶ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଓ ଇଂଲଣ୍ଡର ନବମ ଉଇକେଟର ପତନ ଘଟିଥିଲା। ଶେଷ ଉଇକେଟ ଭାବେ ଜେମ୍ସ ଆଣ୍ଡରସନ ୨ ରନ କରିଥିବା ବେଳେ ପନ୍ତଙ୍କୁ କ୍ୟାଚ୍‌ ଦେଇ ଉମେଶଙ୍କ ତୃତୀୟ ଶିକାର ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ଉମେଶ ୩, ବୁମ୍‌ରା, ଜାଡେଜା ଓ ଠାକୁର ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଭାରତର ରୋହିତ ଶର୍ମା ପ୍ଲେୟର ଅଫ ଦି’ ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ଦୁବାଇ,୪।୯: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ରବିବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଆଠ ଦିନ ମଧ୍ୟରେ...

ୟୁଏସ୍‌ ଓପନ ଟେନିସ: ବୋପାନ୍ନା-ଶାପୋଭାଲୋଭ ଦ୍ୱିତୀୟ ରାଉଣ୍ଡରେ

ନ୍ୟୁୟର୍କ, ୬।୯(ପି.ଟି.): କାନାଡ଼ିଆନ ପାର୍ଟନର ଡେନିସ ଶାପୋଭାଲୋଭଙ୍କୁ ସାଥୀକରି ଭାରତର ରୋହନ ବୋପାନ୍ନା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ...

୧୫୦ ଟେଷ୍ଟ ମ୍ୟାଚ୍‌ ଖେଳିବାରେ ଆଣ୍ଡରସନ ପ୍ରଥମ ଦ୍ରୁତ ବୋଲର

ସେଞ୍ଚୁରିୟନ, ୨୬।୧୨- ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଉଇକେଟ୍‌ ହାସଲ କରିଥିବା ଜେମ୍ସ ଆଣ୍ଡରସନ ଗୁରୁବାର ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ...

କ୍ରେଜିକୋଭାଙ୍କୁ ଡବଲ ଟାଇଟଲ

ପ୍ୟାରିସ, ୧୪।୬-ଚେକ୍‌ ରିପବ୍ଲିକ୍‌ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...

ସ୍ବର୍ଣ୍ଣ ଜିତିଲେ ନିଖତ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ନିଖତ ଜରିନ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ବକ୍ସିଂର ଲାଇଟ ଫ୍ଲାଏଓ୍ବେଟ୍‌ ବର୍ଗର...

ଜର୍ମାନୀରେ ବୁଣ୍ଡେସ୍‌ଲିଗା ଆରମ୍ଭ

ବର୍ଲିନ, ୧୭ା୫ (ଏଏଫ୍‌ପି)-ୟୁରୋପର ଅନ୍ୟତମ ଟପ୍‌ ଫୁଟ୍‌ବଲ ଲିଗ୍‌ ବୁଣ୍ଡେସ୍‌ଲିଗା ଶନିବାରଠାରୁ ପୁଣି ଏହାର ମ୍ୟାଚଗୁଡ଼ିକ ଆରମ୍ଭ କରିଛି। କରୋନାଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁ ବିନା ଦର୍ଶକରେ...

ଯୁବ ବକ୍ସିଂ ଚାମ୍ପିୟନଶିପ: କ୍ୱାର୍ଟରରେ ଅରୁନ୍ଧତି, ବେବିରୋଜିସାନା

ନୂଆଦିଲ୍ଲୀ,୧୭।୪(ପି.ଟି.): ପୋଲାଣ୍ଡର କିଏଲ୍‌ସିଠାରେ ପୁରୁଷ ଓ ମହିଳାଙ୍କୁ ନେଇ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ପଦକ ବିଜୟିନୀ ଅରୁନ୍ଧତି ଚୌଧୁରୀ...

ଆଇପିଏଲ୍‌ ଅଧାରୁ ଛାଡି ପଳାଇଲେ ‘ୟୁନିଭର୍ସ ବସ୍‌’: ଜାଣନ୍ତୁ କାହିଁକି

ଦୁବାଇ,୧।୧୦: ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସକୁ ଏକ ବଡ଼ ଝଟ୍‌କା ଲାଗିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଜିର ମ୍ୟାଚ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ...

Advertisement
Archives

Model This Week