ମରୀଚିକା ପାଲଟିଛି କଳାହାଣ୍ଡିରେ ଟେକ୍ସଟାଇଲ ପାର୍କ: ବନ୍ଦ ପଡିଛି କେସିଙ୍ଗା ଜିନିଂ ମିଲ

ଭବାନୀପାଟଣା, ୨୪ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ଏବେ ମରୀଚିକା ପାଲଟିଛି। ସମଗ୍ର ଓଡିଶାରେ କଳାହାଣ୍ଡି ଜିଲା କପା ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଥିବାବେଳେ ରାଜନେତାମାନେ ବିଭିନ୍ନ ମଞ୍ଚରେ କଳାହାଣ୍ଡିରେ ଟେକ୍ସଟାଇଲ ପାର୍କ ସ୍ଥାପନ ହେବ ବୋଲି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହାର କାର୍ଯ୍ୟକାରୀ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲାରେ ବର୍ଷକୁ ପ୍ରାୟ ୧୨ ଲକ୍ଷରୁ ଊଦ୍ଧର୍‌ବ ମେଟ୍ରିକଟନ କପା ଉତ୍ପାଦନ ହେଉଛି। ଜିଲାର କପା ଏସିଆର ଉତ୍କୃଷ୍ଟତମ ହୋଇଥିବା ଯୋଗୁ ବିଦେଶରେ ଏହାର ଚାହିଦା ରହିଛି। ଜିଲାର ଜୁନାଗଡ ରେଳଷ୍ଟେଶନରୁ ବାଂଲାଦେଶକୁ ମଧ୍ୟ କପା ରପ୍ତାନୀ ହୋଇଥିଲା। ସେହିପରି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ରାଜ୍ୟକୁ କପା ରପ୍ତାନୀ ହୋଇଥାଏ। ତାମିଲନାଡୁର ଇରୋଡରେ ଥିବା ଜିନିଂ ଓ ସ୍ପିନିଂ ମିଲ ଦ୍ବାରା କପା ପ୍ରକ୍ରିୟାକରଣ ହୋଇ ବିଦେଶକୁ ରପ୍ତାନୀ ହୋଇଥାଏ। କପା ଅଧିକ ଉତ୍ପାଦନ ସତ୍ତ୍ବେ ଭିତ୍ତିଭୂମି ଅଭାବ ଓ କୋଣସି ସରକାରୀ ଜିନିଂ ଓ ସ୍ପିନିଂ ମିଲ ଚାଲୁ ନ ଥିବାରୁ ଏହାର ପ୍ରକ୍ରିୟାକରଣ ହୋଇପାରୁନାହିଁ। ବିଭିନ୍ନ ସମୟରେ କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ସ୍ଥାପନ ପାଇଁ ରାଜନେତାମାନେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହା ମରୀଚିକା ପାଲଟିଛି। ଏପରି କି ଗତ କଳାହାଣ୍ଡି ଉତ୍ସବ ବେଳେ ମୁଖ୍ୟମନ୍ତ୍ରୀ ଆସିଥିବାବେଳେ ଜିଲାରେ କଟନ ହବ ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲାରେ ୧୨୧ଟି ପରିବାର ବୁଣାକାର ବୃତ୍ତିରେ ଥିବାବେଳେ ସେମାନଙ୍କ ପାଇଁ ମଧ୍ୟ କୋଣସି ସରକାରୀ ସହଯୋଗ ମିଳିପାରୁନାହିଁ। ଏପରି କି ଏକ ଘରୋଇ ସଂସ୍ଥା ତିଳୋତ୍ତମା ମାଧ୍ୟମରେ ହାବସପୁରୀ ପାଟ ହବ ନିର୍ମାଣ ପାଇଁ ୧୦ ଏକର ଜମି ଜୁନାଗଡ ବ୍ଲକ ଚିଚେଗୁଡା ଛକ ନିକଟରେ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ମୌଖିକ ଭାବରେ ୩ ଏକର ଜମି ଚିହ୍ନଟ ହୋଇଥିଲେ ବି ହସ୍ତାନ୍ତର ହୋଇନାହିଁ ବୋଲି କମ୍ପାନୀର ମୁଖ୍ୟ ଅର୍ନ୍ତଜାତୀୟ ଫ୍ୟାଶନ ଡିଜାଇନର ସୁଜିତ ମେହେର ସୂଚନା ଦେଇଛନ୍ତି। ଜିଲାର କେସିଙ୍ଗାଠାରେ ଥିବା ଜିନିଂ ମିଲ କିଛିଦିନ ଆରମ୍ଭ ହୋଇଥିବାବେଳେ ଗତ ୪ବର୍ଷ ଧରି ବନ୍ଦ ହୋଇପଡିଛି। ଏପରିକି ସ୍ପିନିଂ ମିଲ ମଧ୍ୟ ଆରମ୍ଭ ହୋଇପାରିଲା ନାହିଁ। ରାଜ୍ୟ ସରକାର ଜିଲାରେ ଟେକ୍ସଟାଇଲ ପାର୍କ ସ୍ଥାପନ ନ କଲେ ଜିଲାର କଞ୍ଚାମାଲ ରାଜ୍ୟ ବାହାରକୁ ଯାଇ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ହେବ ସିନା, ଜିଲାର ବେକାର ଯୁବକ ଯୁବତୀ କର୍ମନିୟୋଜନରୁ ବଞ୍ଚତ୍ତ ହେବା ସହ କପାଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବେ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ସନତ ପାଢ଼ୀ ହେଲେ ବରଗଡ଼ DIPRO, ଦାୟିତ୍ଵ ନେଇ ସହଯୋଗ…

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆରଓ)ଭାବେ ଦାୟିତ୍ବ ଗ୍ରହଣ କଲେ ସନତ ପାଢୀ । ସେ ପଦ୍ମପୁର ଉପଖଣ୍ଡ ସୂଚନା ଓ…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri