Posted inଜାତୀୟ

ଗାଈଙ୍କ ଉପରେ ହେବ ଅନ୍‌ଲାଇନ୍‌ ପରୀକ୍ଷା, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୭।୧: କେନ୍ଦ୍ରୀୟ ପଶୁପାଳନ ବିଭାଗ ଗାଈଙ୍କୁ ନେଇ ଦେଶବ୍ୟାପୀ ପରୀକ୍ଷା କରିବାକୁ ଯାଉଛି। ବାସ୍ତବରେ ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନରେ ‘ରାଷ୍ଟ୍ରୀୟ କାମଧେନୁ’ ନାମକ ଏକ କମିଶନ ଗଠନ କରାଯାଇଛି।


ଜାତୀୟ କାମଧେନୁ ଆୟୋଗ ଏହାର ପ୍ରଥମ କାମଧେନୁ ଗୋ ବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା ଆୟୋଜିତ କରିବାକୁ ଯାଉଛି। ରାଷ୍ଟ୍ରୀୟ କାମଧେନୁ ଆୟୋଗର ଚେୟାରମ୍ୟାନ ବଲ୍ଲଭଭାଇ କାଥିରିୟା କହିଛନ୍ତି, ଏହି ପରୀକ୍ଷା ପ୍ରତିବର୍ଷ କରାଯିବ। ବର୍ତ୍ତମାନ ଗିରିରାଜ ସିଂ କେନ୍ଦ୍ର ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଛନ୍ତି।
ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଆମେ ୨୫ ଫେବୃୟାରୀରେ ଜାତୀୟସ୍ତରରେ କାମଧେନୁ ଗୋ’ ବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା କରିବାକୁ ଯାଉଛୁ। ଗାଈଙ୍କ ଉପରେ ସମ୍ପୂର୍ଣ୍ଣ ବିଜ୍ଞାନ ରହିଛି ଯାହାକୁ ପରୀକ୍ଷା କରାଯିବା ଆବଶ୍ୟକ। ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଟଙ୍କା ଆଣିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।


ଏହି ପରୀକ୍ଷା ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୨ଟି ଆଞ୍ଚଳିକ ଭାଷାରେ କରାଯିବ। କାଥିରିୟା କହିଛନ୍ତି, ୭୪ଟି ଏକାଧିକ ପ୍ରଶ୍ନକୁ ନେଇ କାମଧେନୁ ବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ।
ଏହି ପରୀକ୍ଷା ୧ ଘଣ୍ଟା ଏବଂ ଚାରୋଟି ବର୍ଗରେ ହେବ। ଏହି ପରୀକ୍ଷା ପ୍ରାଥମିକ ସ୍ତର (ଅଷ୍ଟମ ମାନକ ପର୍ଯ୍ୟନ୍ତ), ମାଧ୍ୟମିକ ସ୍ତର (ଶ୍ରେଣୀ ୯ରୁ ୧୨ ପର୍ଯ୍ୟନ୍ତ), କଲେଜ ସ୍ତର (ଦ୍ୱାଦଶ ପରେ) ଏବଂ ସାଧାରଣ ଜନତାଙ୍କ ପାଇଁ ହେବ। ଏହି ପରୀକ୍ଷା ପାଇଁ କୌଣସି ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ। ରେଫରେନ୍ସ ବହି ଏବଂ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ କାମଧେନୁ କମିଶନ ଓ୍ବେବ୍‌ସାଇଟରେ ଉପଲବ୍ଧ ହେବ। ୨୬ ଫେବୃଆରୀ ୨୦୨୧ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ। ସଫଳ ଅଂଶଗ୍ରହଣକାରୀଙ୍କୁ ନଗଦ ପୁରସ୍କାର ସହ ପ୍ରମାଣପତ୍ର ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଜିଟିଭ ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ-ଗମ୍ଭୀର

ଚଣ୍ଡିଗଡ଼,୬।୧୧:କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଥିବା ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଅନ୍ୟପଟେ ଦିଲ୍ଲୀର ଭାଜପା...

ମନ୍ଦିର ଉପରେ ଆକ୍ରମଣକୁ ସହ୍ୟ କରାଯିବ ନାହିଁ, କାନାଡ଼ା-ବ୍ରିଟେନ ଉଦ୍ଦେଶ୍ୟରେ କହିଲା ଭାରତ…

ନୂଆଦିଲ୍ଲୀ, ୨୧।୯ : ଶିଖ ମୌଳବାଦ ଘଟଣା ବଢ଼ିବା ସହିତ ମନ୍ଦିର ଉପରେ ଆକ୍ରମଣ ଏବଂ ବ୍ରିଟେନ ଓ କାନାଡାରେ ହିନ୍ଦୁ ପ୍ରତୀକଗୁଡ଼ିକର ଭଙ୍ଗାରୁଜା ଘଟଣାରେ...

କାନ୍ଦି ପକାଇଲେ ହରକ ସିଂ ରାୱତ, କହିଲେ ଏତେ ବଡ ନିଷ୍ପତ୍ତି ବିଷୟରେ ଆଗରୁ ଜଣା ନ ଥିଲା

ଡେରାଡୁନ,୧୭ ।୧: କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ୨୦୧୬ରେ ଭାରତୀୟ ଜନତାପାର୍ଟି (ଭାଜପା)ର ହାତ ଧରିଥିଲେ ହରକ ସିଂ ରାୱତ । ଏବେ ଭାଜପା ତାଙ୍କୁ ୬...

ପୂର୍ବତନ ଭାଜପା ଅଧ୍ୟକ୍ଷ କମଲ ଶର୍ମାଙ୍କ ପରଲୋକ

ଚଣ୍ଡିଗଡ,୨୭।୧୦: ପଞ୍ଜାବ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଅଧ୍ୟକ୍ଷ କମଲ ଶର୍ମାଙ୍କର ରବିବାର ସକାଳେ ପରଲୋକ ହୋଇଛି। ସକାଳେ ତାଙ୍କୁ ହୃଦଘାତ ହେବା ପରେ ଫିରୋଜପୁର...

ୟୁପିରେ ପୁଣି ଯୋଗୀ ସରକାର: ବିଧାୟକ ଦଳର ନେତା ନିର୍ବାଚିତ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ସରକାର ଶାସନ କରିବେ। ଗୁରୁବାର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ...

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ମୋଦି

ଗାନ୍ଧିନଗର,୧୭।୬: ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତକାଳରେ ଶନିବାର ଅର୍ଥାତ୍‌ ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ରେ...

ସୁଧୁରୁନି ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୭।୯: ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଅସହ୍ୟ ହେବାରେ ଲାଗିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ...

ହସ୍ତାନ୍ତର କରାଗଲା ବିମାନ ବନ୍ଦରରୁ ଫେରିଯାଇଥିବା ୩ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୭।୪: ବିଦେଶରେ ମୃତ୍ୟୁ ହୋଇଥିବା ୩ ଭାରତୀୟଙ୍କ ମୃତଦେହ ୪ ଦିନ ହେବ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଫେରିଯିବା ପରେ ପୁଣିଥିରେ ସୋମବାର ସକାଳେ ସେମାନଙ୍କ...

Advertisement
Archives

Model This Week