Posted inଖେଳ

ପରୀକ୍ଷାନିରୀକ୍ଷା ସଫଳ ହୋଇଛି

ଓ୍ବେଲ୍‌ ଡନ୍‌ ସ୍କାଲୋନି। ପୋଲାଣ୍ଡ ବିପକ୍ଷରେ ଆର୍ଜେଣ୍ଟିନାର ବିଜୟରେ କୋଚ୍‌ଙ୍କୁ ଶ୍ରେୟ ଦେବାକୁ ପଡ଼ିବ। ଆର୍ଜେଣ୍ଟିନା ଜାତୀୟ ଦଳ ପୁଣି ପ୍ରମାଣିତ କଲା ଯେ, ଏକ ଭଲ ଦଳ ଭାବେ ସେମାନେ ବିଶ୍ୱକପ ଯୋଗ୍ୟତା ପାଇଛନ୍ତି ଏବଂ ଟୁର୍ନାମେଣ୍ଟ ଜିତିବା ପାଇଁ ସେମାନେ ଅନ୍ୟତମ ଟାଇଟଲ ଫେଭରାଇଟ। ସାଉଦି ଆରବ ନିକଟରୁ ପରାଜୟ ପରେ ପରବର୍ତ୍ତୀ ୨ ମ୍ୟାଚରେ ପରୀକ୍ଷାନିରୀକ୍ଷା ସଫଳ ହୋଇଛି। କେବଳ ସେତିକି ନୁହେଁ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ ଦେଖାଇଦେଲା ଯେ ଏହାର ରିଜର୍ଭ ବେଞ୍ଚ୍‌ ମଧ୍ୟ ବେଶ୍‌ ଦୃଢ଼। ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଆର୍ଜେଣ୍ଟିନା ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରିଥିଲା। କୌଣସି ପ୍ରକାରେ ଗୋଟିଏ ପଏଣ୍ଟ ପାଇବା ପାଇଁ ପୋଲାଣ୍ଡ ଡିଫେନ୍ସିଭ ଗେମ୍‌ ଖେଳିଥିଲା। ଏହା ଏକ ବଡ଼ ଭୁଲ। ସ୍କାଲୋନିଙ୍କ ପରି କୋଚ୍‌ ଦୃଢ଼ ନିଷ୍ପତ୍ତି ନେଇଥାନ୍ତି ଏବଂ ମ୍ୟାଚ ପରେ ଦଳର ପ୍ରଦର୍ଶନ କିପରି ଉନ୍ନତ ହୋଇପାରିବ ତା’ ଉପରେ ଧ୍ୟାନ ଦେଇଥାନ୍ତି।
ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଅନେକ ସ୍କୋରିଂ ପରିସ୍ଥିତି ସୃଷ୍ଟି କରିଥିଲା। ମାତ୍ର ସିଜେସ୍ନି ଗୋଲ ହେବାକୁ ଦେଇ ନ ଥିଲେ। ତାଙ୍କ ପ୍ରଦର୍ଶନ ଚମତ୍କାର ଥିଲା। ୩୭ତମ ମିନିଟରେ ଲିଓନେଲ ମେସିଙ୍କ ପେନାଲ୍ଟି ଶଟ୍‌କୁ ମଧ୍ୟ ସେ ରୋକି ଦେଇଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ପକ୍ଷରୁ ପକାଯାଇଥିବା ଚାପକୁ ସେ ସମ୍ଭାଳିପାରି ନ ଥିଲେ ଏବଂ ଗୋଲ ବରଣ କଲେ। ଦ୍ୱିତୀୟାର୍ଦ୍ଧରେ ମ୍ୟାକ୍‌ ଆଲିଷ୍ଟରଙ୍କ ପ୍ରଥମ ଗୋଲ ଆର୍ଜେଣ୍ଟିନାକୁ ଆଶ୍ୱସ୍ତ କରିଥିଲା। ଜୁଲିଆନ ଆଲଭାରେଜଙ୍କ ଦ୍ୱିତୀୟ ଗୋଲ ଦଳର ବିଜୟକୁ ନିଶ୍ଚିତ କରି ଦେଇଥିଲା। ପୂରା ଗେମ୍‌ରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଆର୍ଜେଣ୍ଟିନା ଅଧିକ ଗୋଲ ଦେଇ ପାରିଥାନ୍ତା, ମାତ୍ର ୨ଟି ଗୋଲ ପରେ ମେସିଙ୍କ ଦଳ ନିଜକୁ ସହଜ ମଣିଥିଲେ। ମେସି କଠିନ ପରିଶ୍ରମ କରୁଛନ୍ତି, ମାତ୍ର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରୁ ନାହାନ୍ତି।
୧୯୮୬ ବିଶ୍ୱକପ୍‌ କଥା ମୋର ମନେ ପଡ଼ୁଛି। ନିଜ ଅଭିଜ୍ଞତାରୁ ଏତିକି କହିପାରିବି ଯେ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆର୍ଜେଣ୍ଟିନା କେବେ ଫେଭରାଇଟ ନ ଥିଲା। ପ୍ରଥମ ଗେମ୍‌ ଜିତିବା ପରେ ଇଟାଲୀ ସହିତ ମ୍ୟାଚ ଡ୍ର ରଖିଥିଲୁ ଏବଂ ପରେ ବୁଲ୍‌ଗେରିଆକୁ ହରାଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର କରିଥିଲୁ। ଏହା ଦଳକୁ ବଡ଼ ପ୍ରେରଣା ଦେଇଥିଲା। ଫଳରେ ଚିର ପ୍ରତିଦ୍ୱନ୍ଦ୍ୱୀ ଉରୁଗୁଏକୁ ଆମେ ସହଜରେ ହରାଇ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିଥିଲୁ। ପ୍ରତ୍ୟେକ ଗେମ୍‌ ଏବେ ମଧ୍ୟ ମନରେ ତାଜା ରହିଛି। ୭ ଗେମ୍‌ ବିଶିଷ୍ଟ ଶର୍ଟ ଟୁର୍ନାମେଣ୍ଟରେ ବିଜୟ ହିଁ ଆତ୍ମବିଶ୍ୱାସ ଦେଇଥାଏ ଏବଂ ଫାଇନାଲରେ ପହଞ୍ଚାଇଥାଏ ଆଉ ଚାମ୍ପିୟନ ମଧ୍ୟ କରାଇଥାଏ। ଆର୍ଜେଣ୍ଟିନା ଏକ ଫେଭରାଇଟ ଦଳଭାବେ କାତାରରେ ପହଞ୍ଚତ୍ଥିଲା। ମାତ୍ର ପ୍ରଥମ ଗେମ୍‌ ହାରିବା ପରେ ମନୋବଳ ହରାଇଥିଲା। କ୍ରମେ ଖେଳାଳିମାନେ ସେଥିରୁ ଉଧୁରୁଛନ୍ତି ଏବଂ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଖାପାଖି ପହଞ୍ଚତ୍ ଯାଇଛନ୍ତି। ଏବେ ଦଳ ଟୁର୍ନାମେଣ୍ଟ ଜିତିପାରିବ ବୋଲି ଆର୍ଜେଣ୍ଟିନା ଲୋକମାନେ ଅନୁଭବ କରୁଛନ୍ତି।
କିଛି ପରାମର୍ଶ ଦେବାକୁ ଚାହୁଁନାହିଁ। ସେମାନେ ସମସ୍ତେ ଅଭିଜ୍ଞ। ମେସିଙ୍କ ନେତୃତ୍ୱରେ ଏହା ଏକ ଶ୍ରେଷ୍ଠ ଦଳ ହୋଇଥିବାରୁ ନିଜକୁ ପ୍ରମାଣିତ କରିବା ସମୟ ଆସିଛି। ଫୁଟବଲରେ ସବୁକିଛି ସମ୍ଭବ ଥିବାରୁ ପରିସ୍ଥିତିକୁ କିପରି ମୁକାବିଲା କରାଯିବ ତା’ ଉପରେ ଅନେକ କିଛି ନିର୍ଭର କରିବ। ସେମାନେ ଚାମ୍ପିୟନ ହେବାର ଦକ୍ଷତା ରଖିଛନ୍ତି।
(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri