‘ଶ୍ରୀମନ୍ଦିର ଢାଞ୍ଚାରେ ନୃସିଂହନାଥର ବିକାଶ କରାଯିବ’

ବରଗଡ଼ ଅଫିସ୍‌/ପାଇକମାଲ,୩।୨: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ, ୫-ଟି ସଚିବ ଭି.କେ.ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌.ଭିନିଲ କ୍ରିଷ୍ଣା ବୁଧବାର ବରଗଡ଼ ଜିଲାର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଥିଲେ। ନୃସିଂହନାଥଙ୍କୁ ଦର୍ଶନ କରି ସେବାୟତଙ୍କ ସହିତ ମନ୍ଦିରର ସୁବିଧା, ଅସୁବିଧା ଉପରେ ଆଲୋଚନା କରିଥିଲେ। ପରେ ସ୍ଥାନୀୟ ଅତିଥି ବିହାର ପରିସରରେ ସ୍ଥାନୀୟ ପ୍ରଶାସନ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନାରେ ନୃସିଂହନାଥ ମନ୍ଦିରର ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା। ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ବିକାଶ ଯେଭଳି ଚାଲିଛି ନୃସିଂହନାଥ ମନ୍ଦିରର ଅନୁରୂପ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର ସୂଚନା ଦେଇଥିଲେ। ଆଲୋଚନା ବେଳେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନ, ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ସୁରେନ୍ଦ୍ର ମେହେର, ତହସିଲଦାର ମନୋଜ ମେହେର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ନାଗରିକ କମିଟି ସଭାପତି ମନୋଜ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।
ହେଲିକପ୍ଟର ଯୋଗେ ଆସି ମୁଖ୍ୟ ଶାସନ ସଚିବଙ୍କ ସମେତ ଉପରୋକ୍ତ ସଚିବମାନେ ସତୀଭଟା ଏୟାରଷ୍ଟ୍ରିପରେ ପୂର୍ବାହ୍ନ ପ୍ରାୟ ୧୦ଟାରେ ପହଞ୍ଚିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟରେ କାର୍‌ ଯୋଗେ ସେମାନେ ନୃସିଂହନାଥକୁ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିଆଁରେ ଜଳିଗଲେ ମହିଳା

ରାଜନଗର,୧୦।୩: ତାଳଚୁଆ ସାମୁଦ୍ରିକ ଥାନା ଅଧୀନ ବାଘମାରୀ ଗାଁରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବୈଶାଖୀ ପାଳ।...

ରାଜ୍ୟ ବନ୍ଦରରୁ ବିଦେଶକୁ ମାଛ ରପ୍ତାନି ଯୋଜନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଥିବା ବନ୍ଦର ବାଟ ଦେଇ ବିଦେଶକୁ ସାମୁଦ୍ରିକ ମାଛ ରପ୍ତାନି କରିବା ପାଇଁ ଯୋଜନା କରାଯାଉଛି। ଏନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ...

ଅଲିଭା କେନ୍ଦ୍ରାପଡା ଜିଲା ଟପ୍ପର

କେନ୍ଦ୍ରାପଡା ଅଫିସ,୨୯ା୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ରାଧାମୋହନ ଟେକ୍ନିକାଲର ଛାତ୍ରୀ ଅଲିଭା ଭୂୟଁା ସର୍ବାଧିକ ନମ୍ବର ରଖି ଜିଲାରେ ପ୍ରଥମ...

ଗଞ୍ଜାମରେ ବିସ୍ଫୋରକ ସ୍ଥିତି: ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣାର ତଦନ୍ତ, ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ବ୍ରହ୍ମପୁର ଅଫିସ,୧୧।୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ପାଇଁ କରୋନା ସଂକ୍ରମଣ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ଜିଲାର...

ମହଙ୍ଗା ପଡ଼ିଲା ଜାଲ୍‌ ଆଧାର କାର୍ଡରେ ମାଗଣା ଯାତ୍ରା: ବାନ୍ଧବୀଙ୍କ ସହ ବନ୍ଧାହେଲେ ବିମାନ କର୍ମଚାରୀ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ବାନ୍ଧବୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ପ୍ରମାଣ ଦେବାକୁ ପ୍ରସ୍ତୁତ କରିଥିଲେ ଜାଲ୍‌ ଆଧାରକାର୍ଡ। ଉକ୍ତ କାର୍ଡ ମାଧ୍ୟମରେ ଟିକେଟ କରି କମ୍ପାନୀର...

ଗଛରେ ପିଟିହେଲା ବାଇକ୍‌: ଚାଲିଗଲା ୨ ଜୀବନ

ତିହିଡ଼ି,୨ା୧୨(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପ୍ରସନ୍ନ ମଲିକ(୧୯) ଓ ନାୟକାଣିଡିହୀ ଥାନା ଅନ୍ତର୍ଗତ ଭଞ୍ଜସାହିର ଧର୍ମପଦ ମଲିକ(୧୯)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ...

ସମସିଆ ଘେରରେ ଯୋଗୀସର୍ଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଲୋଇସିଂହା,୨୧।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗାଁର ଅଙ୍ଗନଓ୍ବାଡି କେନ୍ଦ୍ର-୨ ଏହେଦେ ଅସାମାଜିକ ଲୁକ୍‌କର ପାଏନ୍‌ଘାଟ ପାଲଟିଛେ। ଇ ଦିଗେ ବିଭାଗୀୟ ଅଧ୍‌କାରୀ...

୧୭ରୁ ଝୁଲଣ ଯାତ୍ରା ଆରମ୍ଭ

ପୁରୀ ଅଫିସ, ୧୫।୮: ଆସନ୍ତା ୧୭ ତାରିଖଠାରୁ ମଠବାଡ଼ି ଓ ଶ୍ରୀମନ୍ଦିରରେ ଆରମ୍ଭ ହେବ ବର୍ଷାକାଳୀନ ରାସ ତଥା ଝୁଲଣ ଯାତ୍ରା। ଏହା ୭ଦିନ ବ୍ୟାପୀ...

Advertisement
Archives

Model This Week