‘ଶ୍ରୀମନ୍ଦିର ଢାଞ୍ଚାରେ ନୃସିଂହନାଥର ବିକାଶ କରାଯିବ’

ବରଗଡ଼ ଅଫିସ୍‌/ପାଇକମାଲ,୩।୨: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ, ୫-ଟି ସଚିବ ଭି.କେ.ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌.ଭିନିଲ କ୍ରିଷ୍ଣା ବୁଧବାର ବରଗଡ଼ ଜିଲାର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଥିଲେ। ନୃସିଂହନାଥଙ୍କୁ ଦର୍ଶନ କରି ସେବାୟତଙ୍କ ସହିତ ମନ୍ଦିରର ସୁବିଧା, ଅସୁବିଧା ଉପରେ ଆଲୋଚନା କରିଥିଲେ। ପରେ ସ୍ଥାନୀୟ ଅତିଥି ବିହାର ପରିସରରେ ସ୍ଥାନୀୟ ପ୍ରଶାସନ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନାରେ ନୃସିଂହନାଥ ମନ୍ଦିରର ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା। ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ବିକାଶ ଯେଭଳି ଚାଲିଛି ନୃସିଂହନାଥ ମନ୍ଦିରର ଅନୁରୂପ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର ସୂଚନା ଦେଇଥିଲେ। ଆଲୋଚନା ବେଳେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନ, ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ସୁରେନ୍ଦ୍ର ମେହେର, ତହସିଲଦାର ମନୋଜ ମେହେର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ନାଗରିକ କମିଟି ସଭାପତି ମନୋଜ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।
ହେଲିକପ୍ଟର ଯୋଗେ ଆସି ମୁଖ୍ୟ ଶାସନ ସଚିବଙ୍କ ସମେତ ଉପରୋକ୍ତ ସଚିବମାନେ ସତୀଭଟା ଏୟାରଷ୍ଟ୍ରିପରେ ପୂର୍ବାହ୍ନ ପ୍ରାୟ ୧୦ଟାରେ ପହଞ୍ଚିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟରେ କାର୍‌ ଯୋଗେ ସେମାନେ ନୃସିଂହନାଥକୁ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ: ୯୦% ରଖିଥିବା ୮୪ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲ ଠାରେ ଶନିବାର ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନର ୯୦%ରୁ…

ଗୁଣାତ୍ମକ ଶିକ୍ଷା,ଅକ୍ଲାନ୍ତ ପରିଶ୍ରମ ଆଣିଦେଲା ସଫଳତା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଛାତ୍ରୀଛାତ୍ର ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଥୁଆମୂଳ ରାମପୁରରେ ‘ସମାଧାନ ସମାରୋହ-୨୦୨୬’ ପ୍ରସ୍ତୁତି ବୈଠକ: ସୁପ୍ରିମ କୋର୍ଟଙ୍କ ବିଶେଷ ଲୋକ ଅଦାଲତ ନେଇ ସଚେତନତା…

ଥୁଆମୂଳ ରାମପୁର, ୨୩।୫(ଦୁର୍ଗା କୀର୍ତ୍ତି): ସାଧାରଣ ଜନତାଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ)ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri