Posted inଜାତୀୟ

ଆଇଏସ୍‌ଆଇ ନିର୍ଦ୍ଦେଶରେ ୨୦୦ ଲୋକଙ୍କ ହିଟ୍‌ ଲିଷ୍ଟ୍‌ ପ୍ରସ୍ତୁତ କରିଛନ୍ତି ଆତଙ୍କବାଦୀ…

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷକରି ଅଣ-ମୁସଲମାନ ଏବଂ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରାଯାଉଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ଏକ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଇଏସ୍‌ଆଇ ନିର୍ଦ୍ଦେଶରେ ଆତଙ୍କବାଦୀମାନେ ୨୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କର ଏକ ହିଟ୍‌ଲିଷ୍ଟ୍‌ ପ୍ରସ୍ତୁତ କରିଛନ୍ତି। ତାଲିକାରେ ସରକାରଙ୍କ ନିକଟତମ ବ୍ୟକ୍ତି ବିଶେଷ, ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଲୋକେ, କଶ୍ମୀର ପଣ୍ଡିତ ଏବଂ ସୁରକ୍ଷା ବାହିନୀ ସହ ଯୋଗାଯୋଗ କରୁଥିବା ବ୍ୟକ୍ତିଙ୍କ ନାମ ରହିଛି।

ପୁରୁଣା ଆତଙ୍କବାଦୀ ସଂଗଠନକୁ ସହାୟତା କରିବା ଲାଗି ଆଇଏସ୍‌ଆଇ ନୂଆ ସଂଗଠନ ଗଠନ ଉପରେ ଗୁରୁତ୍ୱାରୋପ କରୁଛି। ଗତ ବର୍ଷ ଲଶ୍କର ଇ ତୋଏବାର ନୂଆ ସଂଭଗଠନ ‘ଦ ରେଜିଷ୍ଟାନ୍ସ ଫୋର୍ସ’(ଟିଆରଏଫ) ଗଠନ କରାଯାଇଥିଲା। ଏହି ସଂଗଠନ ଦ୍ୱାରା ଲଗାତାର ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଉଛି। ଏହି କ୍ରମରେ, ଗିଲାନି ନାମରେ ଏକ ସଂଗଠନ ମଧ୍ୟ ଗଠନ କରାଯାଇଛି।

ଆତଙ୍କବାଦୀଙ୍କ ରାଡାରରେ ଏବେ ସରକାରଙ୍କ ନିକଟତର ଲୋକେ ରହିଛନ୍ତି। ସେହିପରି ଭାରତରେ ସୀମାପାର୍‌ ଅନୁପ୍ରବେଶ ବୃଦ୍ଧି ପାଇଁ ଆଇଏସ୍‌ଆଇ ପକ୍ଷରୁ ଆବଶ୍ୟକ ସହାୟତା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଯୋଗାଇ ଦିଆଯାଉଛି। ସେହିପରି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ ଥିବା ଲଞ୍ଚ୍‌ ପ୍ୟାଡ୍‌ରେ ଅନୁପ୍ରବେଶ ଲାଗି ଆତଙ୍କବାଦୀଙ୍କୁ ପ୍ରସ୍ତୁତ ରଖାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?