Posted inଜାତୀୟ

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଅଖନୁର୍‌ରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୦।୧: ଜାନୁୟାରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଏଲ୍‌ଓସିସ୍ଥିତ ଅଖନୁର୍‌ର ଖୌର ସେକ୍ଟରରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ସର୍ତକ ସୂଚନା ଦିଆଯାଇଥିଲା। ମାତ୍ର ଆତଙ୍କବାଦୀମାନେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଭାରତୀୟ ସେନାଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଆତଙ୍କବାଦୀଙ୍କୁ ଅନୁପ୍ରବେଶ ସମୟରେ ସହାୟତା ଯୋଗାଇ ଦେବା ଲାଗି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲେ ମଧ୍ୟ ଅନୁପ୍ରବେଶ ଉଦ୍ୟମ ସଫଳ ହୋଇ ନ ଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରେ ୪ ଜଣ ଭାରତୀୟ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ରଚିଥିବା ଥିବା ଅନୁମାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଏଲ୍‌ଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ-ମ୍ୟାନମାର୍‌କୁ ଗୁପ୍ତ ସୂଚନା ଦେବ ଆଇବି

ନୂଆଦିଲ୍ଲୀ,୨୬।୧୨: ଅନ୍ତର୍ଜାତୀୟ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଭାରତ, ବାଂଲାଦେଶ ଏବଂ ମ୍ୟାନମାର୍‌ ମଧ୍ୟରେ ବୁଝାମଣା ହୋଇଛି। ଏହା ଅନ୍ତର୍ଗତ ଭାରତର...

ଅରୁଣାଚଳ ପ୍ରଦେଶ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ଚିନ୍ତାରେ ଚାଇନା

ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଆସାମର ଦିବ୍ରୁଗଡ଼ରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ...

ହାଡ଼ ମଜଭୁତ କରେ ଛତୁ

ମଶରୁମ୍‌ ବା ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ...

ନେପାଳ ପୋଲିସ ଗୁଳିରେ ଭାରତୀୟ ମୃତ

ନୂଆଦିଲ୍ଲୀ,୧୩ା୬(ପି.ଟି.): ବିହାରର ସୀତାମାଢ଼ି ଜିଲା ସୀମାନ୍ତରେ ନେପାଳ ପୋଲିସର ଆଖିବୁଜା ଗୁଳିମାଡ଼ରେ ଜଣେ ଭାରତୀୟଙ୍କ ମୃତ୍ୟୁ ହେବା ସହ ୪ ଆହତ ହୋଇଛନ୍ତି। ସୋନେବର୍ଷା ଥାନା...

୩୦୦ ସ୍ପିଡ୍‌ରେ ବାଇକ୍‌ ଚଳାଇ କରୁଥିଲେ ଭିଡିଓ, ଦୁର୍ଘଟଣାରେ ୟୁଟ୍ୟୁବରଙ୍କ ଜୀବନ ଗଲା

ଅଲୀଗଡ଼,୩ା୫: ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ବୁଧବାର ଏକ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଅଗସ୍ତ୍ୟ ଭିଡିଓ କରିବା ପାଇଁ ତାଙ୍କ ରେସିଂ ବାଇକ୍‌ରେ ଆଗ୍ରା ଠାରୁ ଦିଲ୍ଲୀ...

ମୋଦିଙ୍କ ଶପଥ ଗ୍ରହଣରେ ଫସିଲେ ଆଶା: ସ୍ମୃତି କଲେ ସାହାଯ୍ୟ

ନୂଆଦିଲ୍ଲୀ,୩୧।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ...

ଆଉ ଏକ ଇତିହାସ ରଚିବାକୁ ଯାଉଛି ଏଏପି

ଚଣ୍ଡିଗଡ଼,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟୀ ହୋଇ ସରକାର ଗଢିବାକୁ ଯାଉଥିବା ଆମ ଆଦମୀ ପାର୍ଟି(ଏଏପି) ଏବେ ଆଉ ଏକ ଇତିହାସ...

୨୪ ଘଣ୍ଟାରେ ୨୮ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪...

Advertisement
Archives

Model This Week