ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ଜାଳିଦେଲେ ଜାତୀୟ ପତାକା

ପଦ୍ମପୁର,୨୫।୪(ପ୍ରଦୀପ୍ତ ଦାଶ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ତରଫରୁ କଶ୍ମୀରର ପହଲଗାମରେ ହେଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହା ସହ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ଧର୍ମ ପଚାରି ନିର୍ମମ ଭାବେ ଗୁଳି କରି ହତ୍ୟା କରିବା ମାନବତା ମୂଲ୍ୟରେ କଳଙ୍କ ଅଟେ । ଏହି ଆକ୍ରମଣରେ ୨୮ ଜଣ ଲୋକଙ୍କୁ ହତ୍ୟା କରାଯିବା ସହ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାର ପ୍ରତିବାଦରେ ପାକିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ ଦେବା ସହ ମୃତାହତଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ପଦ୍ମପୁର ନଗରର ନଗର ସମ୍ପାଦକ ପ୍ରତ୍ୟୁଷ କୁମାର ଦାସ, ନଗର ସହ ସମ୍ପାଦକ ସୋମ୍ୟ ରଞ୍ଜନ ସାହୁ, ଏବଂ ଏବିଭିପିର ଅନେକ ଛାତ୍ର ମନିଷ ଭୋଇ, ମଧୁସୂଦନ ସରାଫ, ଆଶିଷ ସାହା, ଟୁନାଲ ନାଥ , ଗୌରଭ ବରିହା, ଆୟୁଷ ଦାସ, ଆୟୁଷ ସାହୁ, ଶୁଭମ ଦାନୀ, କାରଣ, ପ୍ରବୀଣ କୁମାର ପାତ୍ର, ଶୁଭମ କୁମାର ବାରିକ, ଆଦିତ୍ୟ ଭଗତ, ଦୀପକ ସାହୁ, ପ୍ରିନ୍ସ ପଟେଲ, ଶଙ୍କର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ପାଇଁ ଗୌରବ ଆଣିଲେ ଏନ୍‌ସିସି ନାଭାଲ ଓ୍ବିଙ୍ଗର କ୍ୟାଡେଟ୍‌ ହିମେଶ

ଭଞ୍ଜନଗର,୧୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ନାଭାଲ ଓ୍ବିଙ୍ଗ୍‌ର କ୍ୟାଡେଟ ହିମେଶ କୁମାର ଜେନା ଗତ ସାଧାରଣତନ୍ତ୍ର ଦିବସରେ…

ବାଡ଼ିରେ କାମ କରୁଥିଲେ ଚାଷୀ, ହଠାତ୍‌ ପଛପଟୁ ଆସି ଦଳିଦେଲା ହାତୀ

ଭବାନୀପାଟଣା,୧୩ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡ଼ା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ପାଣି ଆଣିବାକୁ ଯାଇ କେନାଲରେ ଭାସିଗଲେ ମହିଳା, ଅପସ୍ମାର…

ଅତାବିରା,୧୩।୨(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମର ଏକ କେନାଲରୁ ଭାସୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ଜବତ କରାଯାଇଛି ।…

କଣ୍ଟେନରରେ ରାଜ୍ୟ ବାହାରକୁ ଧାନ ଚାଲାଣ

ମହାକାଳପଡ଼ା,୧୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ କୋଲକାତା, ଆନ୍ଧ୍ରପ୍ରଦେଶ, ରାୟପୁର, ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ସିକିମ ଓ ନାଗାଲାଣ୍ଡ ଆଦି ରାଜ୍ୟକୁ ମୋଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri