Posted inଜାତୀୟ

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୪।୮: ଜମ୍ମୁ-କଶ୍ମୀରରେ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶ୍ରୀନଗର ଉପକଣ୍ଠ ନୋଗାମରେ ପୋଲିସ ଟିମ୍‌ ଉପରେ ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୨ଜଣ ପୋଲିସକର୍ମୀ ଶହୀଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏନେଇ ଶ୍ରୀନଗର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୫ ପୂର୍ବରୁ ଘାଟିରେ ଶାନ୍ତି ରକ୍ଷା ପାଇଁ ଶ୍ରୀନଗର ସହରର ସୀମାନ୍ତରେ ଥିବା ନୋଗାମରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନୋଗାମ ବାଇପାସ୍‌ ନିକଟରେ ଆତଙ୍କବାଦୀମାନେ ଅଚାନକ ପୋଲିସ ଟିମ୍‌ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୩ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ୨କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ସୂଚନା ମୁତାବକ ଶନିବାର ସ୍ବାଧିନତା ଦିବସ ଅବସରରେ ଶ୍ରୀନଗର ସହରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଠାରେ ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର ରଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟନେଲ ରେସକ୍ୟୁ ନେଇ ହେବ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ...

ଭାରତ ଗୌରବ ଏକ୍ସପ୍ରେସରେ ୮୦ ଯାତ୍ରୀ ଗୁରୁତର: ବିଷାକ୍ତ ଖାଦ୍ୟ ଦିଆଯାଇଥିବା ଆଶଙ୍କା…

ପୁଣେ,୨୯।୧୧ : ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେଶନରୁ ବଡ ଖବର ଆସିଛି। ଚେନ୍ନାଇରୁ ପୁଣେକୁ ଆସୁଥିବା ଭାରତ ଗୌରବ ଟ୍ରେନର ୮୦ ଯାତ୍ରୀଙ୍କ ସ୍ବାସ୍ଥ୍ୟ ହଠାତ...

ରାଷ୍ଟ୍ରପତିଙ୍କୁ ମିଳିଲା ନୂଆ ଭୋଟର କାର୍ଡ

ନୂଆଦିଲ୍ଲୀ,୨୯ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀ ଠିକଣା ଥିବା ନୂଆ ଭୋଟର କାର୍ଡ ପାଇଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପି. କ୍ରିଷ୍ଣମୂର୍ତ୍ତି...

ଉତ୍ସବ ମନାଇ ୭ କଶ୍ମୀରୀ ଛାତ୍ର ଗିରଫ

ଶ୍ରୀନଗର,୨୯ା୧୧: ବିଶ୍ୱକପ୍‌ କ୍ରିକେଟ ଫାଇନାଲ ମ୍ୟାଚ୍‌ରେ ଭାରତର ପରାଜୟକୁ ନେଇ ଉତ୍ସବ ମନାଇବା ସହ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିବା ଜମ୍ମୁ-କଶ୍ମୀରର...

ମଣିପୁର ହିଂସା ମୃତକଙ୍କ ଶେଷକୃତ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ମଣିପୁର ଜାତିଆଣ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ଶବାଗାରରେ ପଡ଼ିରହିଥିବାରୁ ସେଗୁଡ଼ିକର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।...

ଛାଡପତ୍ର ମାମଲାରେ ଚିହିଁକି ଉଠିଲେ କୋର୍ଟ, କହିଦେଲେ ଏମିତି…

ଅହମ୍ମଦବାଦ,୨୮।୧୧: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ ଝଗଡା ଯଦି ଆଇନ ଅନୁସାରେ କ୍ରୁରତା ରୂପ ଧାରଣ କରାଯାଏ ବୋଲି ମାନି ନିଆଯାଏ ତେବେ ସବୁ...

ଅନ୍ଧାରୀ ଟନେଲରୁ ଫେରିଲା ଜୀବନ: ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବରିଷ୍ଠ ବ୍ୟକ୍ତି

ନୂଆଦିଲ୍ଲୀ,୨୮।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରୁ ରେସ୍କ୍ୟୁ ହୋଇଛନ୍ତି ୪୧ଶ୍ରମିକ। ଅନ୍ଧାରୀ ଟନେଲରୁ ଫେରିଛି ଜୀବନ। ୧୭ଦିନ ପୂର୍ବେ ଏହି ଜୀବନ ରହିବ କି ନାହିଁ...

ବିହାରରେ ଏକାଡେମିକ କ୍ୟାଲେଣ୍ଡରକୁ ନେଇ ବିବାଦ: ରାମନବମୀ-ଶିବରାତ୍ରୀରେ ଛୁଟି ହେବନି ସ୍କୁଲ, ଇଦରେ ୩ଦିନ ଛୁଟି

ପାଟନା,୨୮।୧୧: ବିହାରର ସରକାରୀ ସ୍କୁଲରେ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡରକୁ ନେଇ ଦେଖାଯାଇଛି ବିବାଦ। ଏହି ହଲି ଡେ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବହୁ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri