Posted inଜାତୀୟ

ଶ୍ରୀନଗର ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ: ୨ଯବାନ ଶହୀଦ

ଶ୍ରୀନଗର,୨୬।୧୧: ମୁମ୍ବାଇର ୨୬/୧୧ ଆକ୍ରମଣକୁ ଆଜି ୧୨ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀର ଶ୍ରୀନଗରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁରୁବାର ଦ୍ୱିପ୍ରହରରେ ଶ୍ରୀନଗର ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ଜଣ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀମାନେ ଆସି ହଠାତ୍‌ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଉକ୍ତ ସ୍ଥାନରେ ଲୋକଙ୍କ ଭିଡ଼ ଯୋଗୁ ସୁରକ୍ଷାକର୍ମୀ ତାଙ୍କ ଉପରେ ପ୍ରତି ଆକ୍ରମଣ କରିପାରି ନ ଥିଲେ। ଯାହାର ସୁଯୋଗ ଉଠାଇ ଆତଙ୍କବାଦୀମାନେ ଆକ୍ରମଣ କରି ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ହିଁ ୨ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି କଶ୍ମୀର ଆଇଜି ସୂଚନା ଦେଇଛନ୍ତି। ତେବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ଜନ୍ମିତ ଶିଶୁର ଜନ୍ମ ପ୍ରମାଣ ପତ୍ରରେ ରହିଛି ପାକିସ୍ତାନ ଠିକଣା

ଅହମ୍ମଦାବାଦ,୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଗୁଜରାଟରୁ ଆସିଥିବା ଏକ...

ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୨।୮: ସଂସଦରେ ଗୃହୀତ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ବିଧେୟକକୁ ବିରୋଧ କରି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଅନିଶ୍ଚିତ କାଳ ପାଇଁ...

୧୧ ମାସ ପରେ ସ୍କୁଲ ଆସିଥିବା ପିଲାଙ୍କୁ ପୁଷ୍ପ ବୃଷ୍ଟି କରି କରାଗଲା ସ୍ୱାଗତ

ଲକ୍ଷ୍ନୌ,୧ ।୩: କରୋନା ମାହାମାରୀ କାରଣରୁ ପାଖାପାଖି ୧୧ ମାସ ହେବ ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଦୀର୍ଘଦିନ ପରେ ସ୍କୁଲ ଆସିଥିବା...

ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ଦୋଷୀ ମୁକେଶଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ମୁକେଶ କୁମାର ସିଂ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହା ଖାରଜ ହୋଇଯାଇଛି।...

ଚମ୍ବଲରୁ ୬ଟି ରାଜ୍ୟକୁ ସପ୍ଲାଏ ହେଉଥିଲା ସିନ୍ଥେଟିକ୍‌ କ୍ଷୀର: ୫୭ ଗିରଫ

ଭୋପାଳ,୨୦।୭: ମଧ୍ୟପ୍ରଦେଶ ଗ୍ବାଲିୟର-ଚମ୍ବଲ ଅଞ୍ଚଳରେ ଚାଲିଥିବା ୩ଟି ସିନ୍ଥେଟିକ୍‌ କ୍ଷୀର କାରଖାନା ଉପରେ ପୋଲିସ ଚଢ଼ାଉ କରିଛି। ଏନେଇ ୫୭ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ...

ରାମ ବିଳାସ ପାଶୱାନଙ୍କର ହେଲା ହାର୍ଟ ସର୍ଜରୀ

ନୂଆଦିଲ୍ଲୀ/ପାଟନା,୪ ।୧୦: ଗତ କିଛିଦିନ ହେବ ଅସୁସ୍ଥ ଥିବା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାୱାନଙ୍କର ଶନିବାର ବିଳମ୍ବିତ ରାତ୍ରିରେ ହାର୍ଟ ସର୍ଜରୀ କରାଯାଇଛି । ରାମ...

ଟଙ୍କା ଦ୍ୱାରା ବି କରୋନା ସଂକ୍ରମଣ ଆଶଙ୍କା: ଡିଜିଟାଲ କାରବାର ପରାମର୍ଶ ଦେଲା ଆରବିଆଇ

ନୂଆଦିଲ୍ଲୀ,୧୮।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଡିଜିଟାଲ କାରବାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଟଙ୍କା ଏବଂ କଏନ୍‌ ଦ୍ୱାରା...

ଚାଇନାର ଦାଦାଗିରି: ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ନିର୍ମାଣ କରୁଛି ରେଳ ଲାଇନ୍‌

ନୂଆଦିଲ୍ଲୀ,୨।୧୧: ଏଲ୍‌ଏସିରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଦାଦାଗିରି ଆରମ୍ଭ କରିଛି। ଭାରତର ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚାଇନା ସିଚୁଆନ୍‌-ତିବ୍ବତ ରେଳ ଲାଇନ୍‌ ନିର୍ମାଣ...

Play 250+ Trending Games
Archives

Model This Week

Why Dharitri