ପାକିସ୍ତାନରେ ବଢୁଛି ଆତଙ୍କବାଦ : ଚିନ୍ତାରେ ସରକାର, ନିର୍ବାଚିତ ପ୍ରତିନିଧୀଙ୍କଠାରୁ ଚାନ୍ଦା ସଂଗ୍ରହ…

ଇସଲାମାବାଦ,୨୬।୧୧ : ପାକିସ୍ତାନରେ ଆତଙ୍କବାଦ ବଢ଼ିବାରେ ଲାଗିଛି। ଆତଙ୍କବାଦୀମାନେ ନିର୍ବାଚିତ ପ୍ରତିନିଧୀଙ୍କଠାରୁ ମଧ୍ୟ ଦାନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଶୁକ୍ରବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଉତ୍ତର-ପୂର୍ବ ଅଞ୍ଚଳର ଜଣେ ପ୍ରାଦେଶିକ ବିଧାୟକଙ୍କୁ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ଫୋନ କରି ଚାନ୍ଦା ଦେବାକୁ କହିଛି। ଦାନ ଦାବି କରାଯାଇଥିବା ଏହି ବାର୍ତ୍ତାରେ ଏହା ଲେଖାଥିଲା- ଯେ ଆଶା କରୁଛୁ ତୁମେ ନିରାଶ କରିବ ନାହିଁ। ଯଦି ଆପଣ ଆର୍ଥିକ ସହାୟତା ଦେବାକୁ ମନା କରନ୍ତି, ତେବେ ଆମେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବୁ। ତୁମେ ଜଣେ ବୁଦ୍ଧିମାନ ବ୍ୟକ୍ତି, ତେଣୁ ଆମେ ଯାହା କହିବାକୁ ଚାହୁଁଛ ତୁମେ ନିଶ୍ଚୟ ବୁଝି ପାରୁଥିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଗ୍ରହଣ କରିବା ପରଠାରୁ ଟିଟିପି ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ନିଜର ଶକ୍ତି ବଢ଼ାଇବାରେ ଲାଗିଛି। ଏଭଳି ଆତଙ୍କ ଯେ ଉପରୋକ୍ତ ପ୍ରାଦେଶିକ ବିଧାୟକ ଗତ ଜୁଲାଇରୁ ଟିଟିପିକୁ ୧୨ ଲକ୍ଷ ଟଙ୍କା ଦେଇଛନ୍ତି। ସେହି ବିଧାୟକ ଶୁକ୍ରବାର ଦିନ ପାକିସ୍ତାନୀ ଗଣମାଧ୍ୟମ ଏଜେନ୍ସିକୁ କହିଛନ୍ତି ଯେଉଁମାନେ ସେମାନଙ୍କୁ ଟଙ୍କା ଦିଅନ୍ତି ନାହିଁ, ସେମାନଙ୍କୁ ଏହାର ପରିଣାମ ସହିବାକୁ ପଡ଼ିବ। ବେଳେବେଳେ ସେମାନେ ଘର ଆଗରେ ବୋମା ଫିଙ୍ଗନ୍ତି, ବେଳେବେଳେ ଗୁଳି ଚଳାନ୍ତି । ତେଣୁ ସମସ୍ତେ ନିଜ ଜୀବନ ପାଇଁ ଭୟଭୀତ ।

ଇସଲାମାବାଦ ସ୍ଥିତ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ରିସର୍ଚ୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ର ବିଶ୍ଳେଷକ ଇମତିଆଜ ଗୁଲ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନକୁ କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ ପୁନର୍ବାର କ୍ଷମତା ହାସଲ କରିବା ପରେ ଟିଟିପି ଏକ ସୁରକ୍ଷିତ ସ୍ଥାନ ପାଇଛି। ଆଫଗାନିସ୍ତାନରେ ରହୁଥିବାବେଳେ ସେମାନଙ୍କୁ ପାକିସ୍ତାନର ଲୋକଙ୍କ ଉପରେ ଆକ୍ରମଣ କରିବାରେ ଅସୁବିଧା ହେଉନାହିଁ। ସେଥିପାଇଁ ବର୍ତ୍ତମାନ ଟିଟିପି ଆକ୍ରମଣ ବୃଦ୍ଧି ପାଇଛି।

ସ୍ବାତ ଅଞ୍ଚଳର ଜଣେ ସାମାଜିକ କର୍ମୀ ଅହମ ଶାହା କହିଛନ୍ତି ଟିଟିପି ପୁରୁଣା ଖେଳ ଆରମ୍ଭ କରିଛି। ହତ୍ୟା, ବୋମା ବିସ୍ଫୋରଣ, ଅପହରଣ, ଚୋରା ଚାଲାଣ ଇତ୍ୟାଦି କରିବା ସାଧାରଣ ଘଟଣା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?