ସ୍ବଦେଶ ତ୍ୟାଗର ଭୟଙ୍କର ସ୍ଥିତି

ପ୍ରାଚୀନ ଖ୍ରୀଷ୍ଟିଆନ ବାଇବେଲ ସମୟରୁ ଲୋକେ ସ୍ବଦେଶ ତ୍ୟାଗ କରି ଆସୁଛନ୍ତି। ବିଂଶ ଶତାବ୍ଦୀରେ ଜାତିଗତ ଗଣହତ୍ୟା, ବୋଲ୍‌ସେଭିକ ବିପ୍ଳବ ଏବଂ ହିଟଲରଙ୍କ ଯୋଗୁ ଇହୁଦୀମାନେ ଦେଶ ଛାଡି ପଳାୟନ କରିବା, ଦକ୍ଷିଣ ଆମେରିକାରେ ଜାତିଗତ ବାଛବିଚାର ଯୋଗୁ ଆଫ୍ରିକୀୟ-ଆମେରିକୀୟମାନେ ଦେଶ ଛାଡିବା ଏବଂ ଏକ ଯୁଦ୍ଧ ବିଧ୍ୱସ୍ତ ଦେଶରୁ ଭିଏଟ୍‌ନାମର ଲୋକମାନେ ପଳାୟନ କରିବା ଘଟଣାରେ ବିଶ୍ୱ ସାକ୍ଷୀ ହୋଇ ରହିଛି। କିନ୍ତୁ ଚଳିତ ଶତାବ୍ଦୀରେ ସିରିଆନ, ଇରାକୀ ଓ ଆଫ୍‌ଗାନଙ୍କ ସମେତ ଘାତକ ଜାତିଗତ ସଂଘର୍ଷ କାରଣରୁ ସାଲଭାଡୋରାନ୍‌, ଗୁଏଟମାଲାନ୍‌ ଏବଂ ଦାରିଦ୍ର୍ୟ ଓ ହିଂସା ଯୋଗୁ ହୋଣ୍ଡୁରାନ୍‌ମାନେ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଏବେ ୟୁରୋପ ଏବଂ ଅନ୍ୟ ଦେଶଗୁଡ଼ିକରେ ଅନେକ ଲକ୍ଷ ୟୁକ୍ରେନୀୟ ପହଞ୍ଚିଛନ୍ତି। ତେବେ ଦେଶ ଛାଡ଼ି ପଳାୟନ କରିବା କେତେକ ଦେଶ ପାଇଁ ନୂଆ ନୁହେଁ। ଗୋଟିଏ ଦେଶର ଶତାବ୍ଦୀର ତିନି ଚତୁର୍ଥାଂଶ ଅବଧିରେ ଷ୍ଟାଲିନଙ୍କ ଏନ୍‌କେଭିଡି ଏବଂ ତାଙ୍କ ପରେ ସୁରକ୍ଷା ଏଜେନ୍ସି କେଜିବି ଦେଶ ଛାଡିଥିବା ରୁଷୀୟମାନଙ୍କୁୁ ନିରୀକ୍ଷଣ କରିଥିଲେ। ସେମାନେ ସୃଷ୍ଟି କରୁଥିବା ସମ୍ଭାବ୍ୟ ବିପଦକୁ ନେଇ ଲଗାତର ଚିନ୍ତିତଥିଲେ। ବର୍ତ୍ତମାନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସିକ୍ୟୁରିଟି ସର୍ଭିସ ଏଫ୍‌ଏସ୍‌ବି ସେହି ଧାରା ଜାରି ରଖିଛି। ଏଫ୍‌ଏସ୍‌ବିର ଏବକାର ଆକଳନରୁ ଜଣାପଡ଼ିଛି ଯେ,ପାଖାପାଖି ୪୦ ଲକ୍ଷ ରୁଷୀୟ ଚଳିତ ବର୍ଷର ପ୍ରଥମ ତିନି ମାସରେ ଦେଶ ଛାଡ଼ିଛନ୍ତି। ଚଳିତ ବର୍ଷ ଯେତେ ସଂଖ୍ୟାରେ ରୁଷୀୟ ଦେଶ ଛାଡିଛନ୍ତି ତାହା ଏକ ଦୃଷ୍ଟି ଆକର୍ଷଣକାରୀ ବିଷୟ। ୨୦୨୧ର ପ୍ରଥମ ତିନି ମାସ ତୁଳନାରେ ଜର୍ଜିଆ ଏବଂ ତାଜିକସ୍ତାନ ପହଞ୍ଚିଥିବା ରୁଷୀୟଙ୍କ ସଂଖ୍ୟା ପାଞ୍ଚଗୁଣ, ଏଷ୍ଟୋନିଆରେ ୪ ଗୁଣ, ଆର୍ମେନିଆ ଓ ଉଜବେକିସ୍ତାନରେ ୩ଗୁଣ ଏବଂ କାଜିକସ୍ତାନରେ ଦୁଇଗୁଣ ବୃଦ୍ଧି ପାଇଛି। ଲାଟେଭିଆ ଓ ଲିଥୁନିଆ ଏକାଠି ପାଖାପାଖି ୭୪,୦୦୦ ରୁଷୀୟଙ୍କୁ ଆଶ୍ରୟ ଦେଇଛନ୍ତି। ଇଜିପ୍ଟ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ତୁର୍କୀ ୧୦ ଲକ୍ଷରୁ ସାମାନ୍ୟ କମ୍‌ ରୁଷୀୟଙ୍କୁ ସ୍ଥାନ ଦେଇଛନ୍ତି। ପାଖାପାଖି ୭,୫୦,୦୦୦ ରୁଷୀୟ ପୁଟିନଙ୍କ କର୍ତ୍ତୃତ୍ୱ ଥିବା ଆବଖାଜିଆର ଜର୍ଜିଆନ ଅଞ୍ଚଳକୁ ଚାଲିଯାଇଛନ୍ତି।
ଚଳିତ ବର୍ଷର ପ୍ରଥମ ତିନ ମାସରେ ଅଧିକ ସଂଖ୍ୟକ ଦେଶାନ୍ତର ହେବା ଏକ ଉଲ୍ଲେନୀୟ ଘଟଣା। ଏମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ପାଖାପାଖି ୨ ପ୍ରତିଶତ। କେତେ ରୁଷୀୟ ଏବେ ୟୁରୋପ କିମ୍ବା ଅନ୍ୟ ଦେଶକୁ ଯାଇଛନ୍ତି ତାହାର ଏଯାବତ ଠିକ୍‌ ଗଣନା ହୋଇନାହିଁ। ସମୟ ଅନୁସାରେ ଏଫ୍‌ଏସ୍‌ବି ଏହାକୁ ଠିକ୍‌ ଭାବେ ଟ୍ରାକ୍‌ କରୁନାହିଁ। ଅକ୍ଟୋବର ବିପ୍ଳବଠାରୁ ଆରମ୍ଭ କରି ସୋଭିଏଟ ସଂଘର ପତନ ଯାଏ ପ୍ରତିକୂଳ ସ୍ଥିତିରେ ବହୁ ରୁଷୀୟ ସ୍ବଦେଶ ତ୍ୟାଗ କରିଥିଲେ। ୧୯୦୫ ବିଳ୍ପବର ବିଫଳତା ପରିପ୍ରେକ୍ଷୀରେ ରୁଷୀୟମାନଙ୍କ ପଳାୟନ ଆରମ୍ଭ ହୋଇଯାଇଥିଲା। କିନ୍ତୁ ୧୯୧୭ରେ ବୋଲସେଭିକମାନେ (ଲେଲିନଙ୍କ ନେତୃତ୍ୱରେ ସୋସିଆଲ ଡେମୋକ୍ରାଟିକ ଓ୍ବାର୍କର୍ସ ପାର୍ଟି ) କ୍ଷମତାକୁ ଆସିବା ପରେ ଏହି ସଂଖ୍ୟା ବଢ଼ିଲା ଏବଂ ଏହାପର ଗୃହଯୁଦ୍ଧ ସମୟରେ ଏହି ଧାରା ଜାରି ରହିଲା। କମ୍ୟୁନିଷ୍ଟ ବା ଅତ୍ୟଧିକ ବାମପନ୍ଥ୍‌ୀ ଚିନ୍ତାଧାରା ସାରା ୟୁରୋପରେ ଅପ୍ରତ୍ୟାଶିତ ଭାବେ ପ୍ରକଟ ହେଲା। ୧୯୯୦ରେ ଏକ ଭିନ୍ନ ମୋଡରେ ଏହି ଇତିହାସର ପୁନରାବୃତ୍ତି ହେଲା। ଏଥିରେ ସୋଭିଏଟ ସଂଘର ପତନ ସହ ୩ କୋଟି ରୁଷୀୟ ଭାଷାଭାଷୀ ଲୋକ ଏହାର ସୀମା ବାହାରେ( ମୁଖ୍ୟତଃ ବାଲାଟିକ୍ସ, କାଜାକସ୍ତାନ ଏବଂ ୟୁକ୍ରେନରେ) ରହିଗଲେ। ଏହାସହ ଅନେକ ଲକ୍ଷ ରୁଷୀୟ ୟୁରୋପ, ଏସିଆ, ଉତ୍ତର ଆମେରିକାକୁ ପଳାୟନ କରିଥିଲେ ଓ ୧୦୦ ବର୍ଷ ମଧ୍ୟରେ ଏହା ଥିଲା ଦ୍ୱିତୀୟ ବୃହତ୍‌ ଦେଶାନ୍ତର।
ଗୋଟିଏ ବର୍ଗର ଲୋକ ଏତେ ଅଧିକ ସଂଖ୍ୟାରେ ଦେଶରୁ ପଳାୟନ କରିବା ଚିନ୍ତାର ବିଷୟ। ୧୯୨୦ ଦଶନ୍ଧିରେ ନିର୍ବାସିତ ରୁଷୀୟ ରାଜତନ୍ତ୍ରବାଦୀ, ବାମପନ୍ଥୀ ଏବଂ ବିଭିନ୍ନ ସାମରିକ ବିଶେଷଜ୍ଞ , ଗୃହଯୁଦ୍ଧରେ କ୍ଷତିଗ୍ରସ୍ତମାନେ ବୋଲ୍‌ସେଭିକ ଶାସନ ବିରୋଧରେ ଲଗାତର ଷଡଯନ୍ତ୍ର କଲେ। କିନ୍ତୁ ସେମାନେ ସବୁ ପ୍ରକାର ବିଭାଜନକୁ ସମାବିଷ୍ଟ କରିବାକୁ ଲାଗିଲେ ଯାହା ସେମାନଙ୍କ ପ୍ରାଥମିକ ପରାଜୟର ସ୍ଥିତି ଆଡକୁ ବାଟ କଢ଼ାଇ ନେଇଥିଲା। ସେହିଭଳି ୨୦୧୧ରେ ଜର୍ମାନୀ ଏ୍ୟତିହାସିକ କାର୍ଲ ସ୍କଲୋଜେଲ ଯୁକ୍ତି ଦର୍ଶାଇଥିଲେ ଯେ, ରୁଷୀୟମାନଙ୍କ ଏବକାର ଦେଶନ୍ତରଗୁଡ଼ିକୁ ବ୍ୟବସ୍ଥିତ କରିବାରେ ରଣନୈତିକ ବ୍ୟବସ୍ଥାର ଅଭାବ ରହିଛି। ଏଣୁ ନିଜ ଦେଶରେ ପ୍ରଭାବୀ ପରିବର୍ତ୍ତନ ଆଣିବାରେ ସେମାନଙ୍କ ପାଇଁ କମ୍‌ ସମ୍ଭାବନା ରହିଛି। ଏବେ ରୁଷିଆର ସବୁଠୁ ସକ୍ରିୟ ଓ ଶିଳ୍ପୋଦ୍ୟୋଗୀମାନେ ଦେଶ ଛାଡୁଛନ୍ତି। ବିଜ୍‌ନେସ ମ୍ୟାନେଜରଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି ବିଶେଷଜ୍ଞ ଓ କଳାକାରମାନେ ମଧ୍ୟ ଏଥିରେ ସାମିଲ। ସେମାନେ ଏକ ପ୍ରମୁଖ ବ୍ରେନ୍‌ ଡ୍ରେନ୍‌ ଭାବେ ଉଭା ହୋଇଛନ୍ତି। ପୁଟିନ୍‌ଙ୍କ ଡେପୁଟି ଇଣ୍ଟିରିୟର ମନ୍ତ୍ରୀ ଇଗୋର ଜୁବୋଭ ଅଧିକ ବିଦେଶୀ ଆଇଟି କର୍ମଚାରୀଙ୍କୁ ଦେଶରେ ପ୍ରବେଶ କରିବା ଲାଗି ଅନୁମତି ଦେବାକୁ ଜୁନରେ ରୁଷିଆର ପାର୍ଲାମେଣ୍ଟକୁ ଅନୁରୋଧ କରିଥିଲେ ଓ ଏହି ସମସ୍ୟା ସମ୍ପର୍କରେ ସତର୍କ କରିଦେଇଥିଲେ। ସେ ପ୍ରକାଶ କରିଥିଲେ ଯେ, ରୁଷିଆରେ ୧,୭୦,୦୦୦ ଆଇଟି କର୍ମଚାରୀଙ୍କ ଅଭାବ ରହିଛି। କିନ୍ତୁ ଯେଉଁ ଆଇଟି କର୍ମଚାରୀମାନେ ଦେଶ ଛାଡ଼ି ଚାଲିଯାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫେରିଆସିଥିବା ସରକାର ଦାବି କରନ୍ତି , ଯାହା ଜୁବୋଭଙ୍କ ତଥ୍ୟକୁ ଖଣ୍ଡନ କରୁଛି। ରୁଷିଆନ ଆସୋସିଏଶନ ଫର୍‌ ଇଲେକ୍ଟ୍ରୋନିକ କମ୍ୟୁନିକେଶନ ମଧ୍ୟ ସମାନ କଥା ସମ୍ପୂର୍ଣ୍ଣ ଭାବେ ଦର୍ଶାଇଛି। ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଆକଳନ କରିଛନ୍ତି ଯେ, ୧୦ ପ୍ରତିଶତ ରୁଷୀୟ ଆଇଟି କର୍ମଚାରୀ ୨୦୨୨ରେ ଦେଶ ଛାଡିବାର ଆଶଙ୍କା ରହିଛି ।
କେବଳ ପ୍ରଯୁକ୍ତି ବିଶେଷଜ୍ଞମାନେ ନୁହନ୍ତି, ୧୯୨୦ ଦଶନ୍ଧିରେ ରୁଷିଆର ବହୁ ସାମ୍ବାଦିକ, ଲେଖକ, ଅଭିନେତା, ଫିଲ୍ମ ନିର୍ମାତା ଏବଂ ଚିତ୍ରଶିଳ୍ପୀ ବିଭିନ୍ନ ଦେଶକୁ ଚାଲିଯାଇଛନ୍ତି। ସେମାନେ ଶରଣ ନେଇଥିବା ଦେଶରେ ସମାନ କାର୍ଯ୍ୟ କରୁଛନ୍ତି। ନିବେଶକ ଏବଂ ଏଣ୍ଟରପ୍ରିନ୍ୟୁରମାନେ ଏବେ ଦେଶ ଛାଡୁଛନ୍ତି। ଇଂଲଣ୍ଡର ଏକ ଫାର୍ମ ହିନଲେ ଆଣ୍ଡ ୍‌ ପାର୍ଟନର ଦର୍ଶାଇଛି ଯେ ୧୫,୦୦୦ ଅତି ଧନୀ ବ୍ୟକ୍ତି ବିଶେଷ ୨୦୨୨ରେ ରୁଷିଆ ଛାଡ଼ିବାର ସମ୍ଭାବନା ରହିଛି। କୁଶଳୀ ବୃତ୍ତିିଧାରୀମାନେ ବି ରୁଷିଆ ଛାଡୁଛନ୍ତି। ସମସ୍ୟା ହେଉଛି ସେମାନେ ରୁଷିଆକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଭା ଓ ପୁଞ୍ଜିରୁ ବଞ୍ଚିତ କରୁଛନ୍ତି। ଏସବୁକୁ ଲକ୍ଷ୍ୟକରି ବାଇଡେନ୍‌ ପ୍ରଶାସନ ରୁଷୀୟ ଆଇଟି କର୍ମଚାରୀ ଓ ବୈଜ୍ଞାନିକଙ୍କ ସହ ଉଚ୍ଚ ଡିଗ୍ରୀଧାରୀଙ୍କ ପାଇଁ ଭିଜା ଆବଶ୍ୟକତାକୁ କୋହଳ କରିବା ଲାଗି ପାର୍ଲାମେଣ୍ଟକୁ ସୁପାରିସ କରିଛି। ସାମ୍ପ୍ରତିକ ସମୟରେ ନୂଆ ପ୍ରବାସୀ ରୁଷୀୟମାନଙ୍କୁ ନେଇ ଲାଭ ଉଠାଇବା ଲାଗି ଅନ୍ୟ ଦେଶ ଓ କମ୍ପାନୀଗୁଡ଼ିକ ମଧ୍ୟ ସମାନ ପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହି ସବୁ ପଦକ୍ଷେପଗୁଡ଼ିକରୁ ପ୍ରାୟତଃ ଘରୋଇ ଆର୍ଥିକ ଏବଂ ବିତ୍ତୀୟ ଲାଭ ମିଳିବ। ଯଦି ପାଶ୍ଚତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସମର୍ଥନ ଓ ରୁଷିଆର କ୍ରୋଧକୁ ପ୍ରତିହତ କରିବାକୁ ଚାହଁୁଛନ୍ତି ତେବେ ରୁଷିଆର ଦେଶାନ୍ତରିତ ପ୍ରତିଭା ବା ମେଧା ଏବଂ ବିତ୍ତୀୟ ପୁଞ୍ଜିକୁ ଏକାଠି କରିବାକୁ ସେମାନଙ୍କୁ ବହୁତ କିଛି କରିବାକୁ ପଡ଼ିବ।
ଏବେକାର ସଂଯୋଜିତ ବିଶ୍ୱର ଇତିହାସରେ ଲିପିବଦ୍ଧ ଏହି ଅଧ୍ୟାୟ ଆମକୁ ବିଚିତ୍ର ଲାଗିପାରେ। ହେଲେ ରୁଷୀୟମାନେ ହିଁ କେବଳ ସେମାନଙ୍କ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିପାରିବେ। ସ୍ବଦେଶ ତ୍ୟାଗର ଭୟଙ୍କର ସ୍ଥିତିକୁ ସୁଧାରିପାରିବେ। ତେବେ ଅନ୍ୟତ୍ର ଚାଲଯାଇିଥିବା ଲୋକମାନଙ୍କ ମଧ୍ୟରୁ ଯେଉର୍ଁମାନେ ସେମାନଙ୍କ ମାତୃଭୂମିିରେ ପରିବର୍ତ୍ତନ ଆଣିବାକୁ ଚାହଁୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ଲାଗି ପାଶ୍ଚତ୍ୟ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ମାଧ୍ୟମ ରହିଛି।

– କେଣ୍ଟ୍‌ ହାରିଙ୍ଗ୍‌ଟନ
ପୂର୍ବତନ ବରିଷ୍ଠ ସିଆଇଏ ଆନାଲିଷ୍ଟ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?