ଟେରାକୋଟା ଟ୍ରେଣ୍ଡ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଭିଣ୍ଟେଜ୍‌ ଟ୍ରେଣ୍ଡ୍‌ ଆଜିକାଲି ମାର୍କେଟରେ ବେଶ୍‌ ଚାଲିଛି। ପୂର୍ବଜମାନେ ବ୍ୟବହାର କରୁଥିବା କିଛି ସାମଗ୍ରୀ ଏବେ ପୁଣିଥରେ ଲୋକଙ୍କ ମଧ୍ୟରେ ଆଦୃତ ହେଉଛି। କେବଳ ଦେଖାସୁନ୍ଦର ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ହିତକର ଦୃଷ୍ଟିରୁ ଲୋକେ ପୁରୁଣା ସାମଗ୍ରୀକୁ ଆଦରି ନେଉଛନ୍ତି। ବିଶେଷକରି ମାଟି ନିର୍ମିତ ସାମଗ୍ରୀ ପ୍ରତି ଆକର୍ଷିତ ହେଉଥିବାରୁ ଚାହିଦା ଢେର୍‌ ବଢ଼ି ଯାଇଛି। ଷ୍ଟାର୍‌ ହୋଟେଲରୁ ଆରମ୍ଭକରି ଥିମ୍‌ ରେଷ୍ଟୁରାଣ୍ଟ ଓ ଲୋକଙ୍କ ଘରଠୁ ହାଣ୍ଡିଶାଳ ସବୁଠି ମାଟି ସାମଗ୍ରୀ ସ୍ବତନ୍ତ୍ର ସ୍ଥାନ ନେଇଛି। ହେଲେ ଏଥିରେ ଟିକିଏ ନିଆରା ତଥା କାରୁକାର୍ଯ୍ୟପୂର୍ଣ୍ଣ ଛାପ ଦେଇଛି ଟେରାକୋଟା ଶୈଳୀ। ଦୀପାବଳି ଉପଲକ୍ଷେ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’ ଟେରାକୋଟା ଟ୍ରେଣ୍ଡ୍‌ର କ୍ରେଜ୍‌କୁ ଆହୁରି ବଢ଼ାଇ ଦେଇଛି।
ଭୁବନେଶ୍ୱର ୟୁନିଟ-୩ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଏବେ ଟେରାକୋଟାପ୍ରେମୀଙ୍କୁ ମନଲୋଭା ସାମଗ୍ରୀ ପରଶି ଦେଉଛି। ରାଜ୍ୟର ୨୦ ଜିଲାର ୧୬୫ରୁ ଊର୍ଦ୍ଧ୍ୱ ଟେରାକୋଟା ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ମାଟି ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ୧୧୧ ଷ୍ଟଲ୍‌ରେ ମାଟି ଦୀପରୁ ଆରମ୍ଭକରି ମାଟି ହାଣ୍ଡି, କଡେଇ, ମାଟି ଗ୍ଲାସ୍‌, କୁହ୍ଲଡ୍‌ କପ୍‌, ମାଟିରେ ନିର୍ମିତ ପାଣି ବୋତଲ ଇତ୍ୟାଦି ମିଳୁଛି। ମାଟିରେ ପ୍ରସ୍ତୁତ ବିଭିନ୍ନ ଘରସଜ୍ଜା ସାମଗ୍ରୀ, ପ୍ଲାଣ୍ଟର, ମୁଖା ଆଦି ଅଧିକ ଆଦୃତ ହେଉଛି। ସୂକ୍ଷ୍ମ କାରୁକାର୍ଯ୍ୟ ସାଙ୍ଗକୁ ତା’ଉପରେ ଅଙ୍କାଯାଇଥିବା ଟ୍ରାଇବାଲ ଆର୍ଟ ଓ ବିଭିନ୍ନ ପ୍ରକାରର ଚିତ୍ରକଳା ଏହି ମାଟି ସାମଗ୍ରୀଗୁଡିକୁ ଅଧିକ ଆକର୍ଷଣୀୟ କରୁଛି। ପାରମ୍ପରିକ ସହ ମଡର୍ନ ଟଚ୍‌ ରହୁଥିବାରୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି। ପ୍ରଦର୍ଶନୀ ସ୍ଥଳରେ ଏସବୁ ସାମଗ୍ରୀର ପ୍ରସ୍ତୁତି ସିଧାସଳଖ ଦେଖିବା ସହ ଶିଖିବାକୁ ସୁଯୋଗ ମିଳୁଛି। କୋଭିଡ୍‌ କଟକଣା ସତ୍ତ୍ୱେ ଏହି ପ୍ରଦର୍ଶନୀରେ କେବଳ ୩ଦିନରେ ୪୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହୋଇଛି।

ପୁରୁଣା ଡିଜାଇନ୍‌ରେ ଆଧୁନିକତାର ଛାପ
ପ୍ରାଚୀନ ଯୁଗରେ ମାଟିରେ ତିଆରି ପାତ୍ର ବ୍ୟବହାର କରାଯାଉଥିଲା। ଆଧୁନିକ ଯୁଗରେ ଏହାର ପ୍ରସ୍ତୁତି ସହ ବ୍ୟବହାର ମଧ୍ୟ କମିଯାଉଛି। ହେଲେ ଧୀରେ ଧୀରେ ଏବେ ଟେରାକୋଟା ଜିନିଷ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ମାଟିରେ କେବଳ ଯେ ଦୀପ କିମ୍ବା ଚିରାଚରିତ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ତାହାକୁ ବର୍ତ୍ତମାନର ଶିଳ୍ପୀମାନେ ଭୁଲ୍‌ ପ୍ରମାଣିତ କରୁଛନ୍ତି। ପୁରୁଣା ଡିଜାଇନ୍‌ରେ ଆଧୁନିକତାର ଛାପଦେଇ ଲୋକଙ୍କ ଚାହିଦା ମୁତାବକ ଆକର୍ଷଣୀୟ ସାମଗ୍ରୀମାନ ପ୍ରସ୍ତୁତ କରୁଛନ୍ତି। ଏହାକୁ ‘ଭ୍ୟାଲୁଆଡେଡ୍‌ ଟେରାକୋଟା’ କୁହାଯାଉଥିବା କେନ୍ଦ୍ରାପଡାରୁ ଆସିଥିବା ଶିଳ୍ପୀ ଘନଶ୍ୟାମ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri