ତେରା ବୈଭବ ଅମର ରହେ ମା’

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ବର୍ଷ ଚଳିତବର୍ଷ ବିଜୟା ଦଶମୀରୁ ଆରମ୍ଭ ହେବ। ଆଜିଠୁ ୧୦୦ ବର୍ଷ ପୂର୍ବେ ନାଗପୁରର ରେଶମୀବାଗଠାରେ ପୋତା ଯାଇଥିବା ମଞ୍ଜି ଆଜି ମହାଦ୍ରୁମରେ ପରିଣତ ହୋଇଛି। ଖାଲି ସଂଘର ବିଶାଳତା ନୁହେଁ, ୧୦୦ ବର୍ଷର ସଂଗଠନ ବିଶ୍ୱ ସାମ୍ନାରେ ବିଚାରର ଗଭୀରତାକୁ ମଧ୍ୟ ଅତି ସ୍ପଷ୍ଟ ଭାବରେ ପ୍ରତିପାଦିତ କରିଛି। ହାତଗଣତି ବାଳକ, ତରୁଣଙ୍କୁ ନେଇ ଖେଳପଡ଼ିଆରୁ ଡା. କେଶବ ବଳିରାମ ହେଡ୍‌ଗେୱାର ଆରମ୍ଭ କରିଥିବା ସଂଘ ଆଜି ସାରା ବିଶ୍ୱର ସବୁଠାରୁ ବଡ଼ ସଂଗଠନ। ବିଗତ ୧୦୦ ବର୍ଷର କଣ୍ଟକିତ ପଥର ଯାତ୍ରା, ଅନେକ ମହାନ୍‌ ବିଭୂତି, ଲକ୍ଷ ଲକ୍ଷ ସ୍ବୟଂସେବକଙ୍କ ତ୍ୟାଗ, ତପସ୍ୟା, ବଳିଦାନ ଓ ସାଧନାର ଭିତ୍ତିଭୂମି ଉପରେ ଠିଆ ହୋଇଛି। ଶତାବ୍ଦୀ ବର୍ଷରେ ମୁଁ ଜଣେ ସାଧାରଣ ସ୍ବୟଂସେବକ ଭାବରେ ସଂଘକୁ ଠିଆ କରିଥିବା ପିଢ଼ି ପରେ ପିଢ଼ିର ଅଧିକାରୀ, କାର୍ଯ୍ୟକର୍ତ୍ତା, ସ୍ବୟଂସେବକ ତଥା ସଂଘ ବିଚାରକୁ ଜନ ଜନ ପର୍ଯ୍ୟନ୍ତ ପହଁଚାଇଥିବା ଶୁଭେଚ୍ଛୁ, ହିତ ଚିନ୍ତକ, ବୁଦ୍ଧିଜୀବୀ ଆଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ଶତାବ୍ଦୀ ଶତାବ୍ଦୀ ଅନାଦି ଅନନ୍ତ କାଳପର୍ଯ୍ୟନ୍ତ ସଂଘ, ସଂଘ ବିଚାର-ପରିବାର ତଥା ସବୁର ମୂଳ ଆଧାର ଭାରତୀୟ ବିଚାର ଓ ଭାରତୀୟତା ସମଗ୍ର ମାନବ ଜାତିକୁ ପ୍ରଭାବିତ କରୁ ଏତିକି କାମନା କରୁଛି। ପରମ ବୈଭବଶାଳୀ ଭାରତ ବିଶ୍ୱଗୁରୁର ଆସନରେ ବସି ବିଶ୍ୱର ନେତୃତ୍ୱ ନେଉ ଆଜି ଦିନରେ ଜଗତ ଜନନୀ ମା’ ଦୁର୍ଗାଙ୍କ ପାଖରେ ଏତିକି ପ୍ରାର୍ଥନା।
ବିଜୟା ଦଶମୀରେ ଖବରକାଗଜର ପ୍ରକାଶନ ବନ୍ଦ ରହୁଥିବାରୁ ଏହାର ଅବ୍ୟବହିତ ପୂର୍ବରୁ ଜଣେ ସ୍ବୟଂସେବକ ଭାବରେ ମୋ ମନରେ ଉଙ୍କି ମାରୁଥିବା ଅନେକ ଭାବ ଓ ଭାବନାକୁ ମୋ ପ୍ରିୟ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଆଜି ଏ ନିବନ୍ଧଟି ଲେଖିବସୁଛି।
ମୁଁ ମୋର ବାଳକ ଅବସ୍ଥାରେ ସ୍କୁଲ ଦିନରେ ସଂଘ ଶାଖା ଯିବା ଆରମ୍ଭ କରିଥିଲି। ଉଚ୍ଚଶିକ୍ଷା, ରୋଜଗାର ଏବଂ ତେଲଲୁଣ ଦୁନିଆରେ ପ୍ରାରମ୍ଭିକ ଅବସ୍ଥାରେ ସାମାଜିକ କାର୍ଯ୍ୟ, ରାଜନୀତି ମାଧ୍ୟମରେ ସମାଜ ସହ ଏକାକାର ହେବା ଦିନଗୁଡ଼ିକର ଇତିହାସକୁ ଆଜି ଯେତେବେଳେ ପର୍ଯ୍ୟାଲୋଚନା କରୁଛି, ସେତେବେଳେ ମୋ ପଛରେ ଯେଉଁ ଅଦୃଶ୍ୟ ହାତ ମୋ ସାଙ୍ଗରେ ରହିଛି, ତାହା ହେଉଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରେରଣାଦାୟୀ ବିଚାର।
ସ୍କୁଲ ଗଲାବେଳେ ଖାଲି ସଙ୍ଘ ଶାଖାକୁ ଯାଆନ୍ତି ନାହିଁ, ବରଂ ସେହିଠାରୁହିଁମୁଁଏବଂମୋ ଭଳି ଲକ୍ଷ ଲକ୍ଷ ଲୋକଙ୍କ ଜୀବନପଥ ତିଆରି ହୁଏ ଆଜି ମୁଁ ତାହା ଅନୁଭବ କରୁଛି। ଆମେ ସ୍ବୟଂସେବକମାନେ ପରମ ପବିତ୍ର ଗୈରିକ ଧ୍ୱଜାକୁ ଆମର ଗୁରୁ ମାନୁ। ବ୍ୟକ୍ତି- ଗୌଣ, ନଶ୍ୱର କେବଳ ଏକ ମାଧ୍ୟମ ମାତ୍ର। ବିଚାର ଚିରନ୍ତନ ଓ ସଦା ନିରନ୍ତର। ସଂଘ କିଛି ନୂଆ ବିଚାର ଦେଇନି। ବରଂ ଅନାଦି ଅନନ୍ତ କାଳରୁ ଭାରତୀୟ ସଭ୍ୟତା ଓ ସଂସ୍କୃତିର ମୂଳ ତତ୍ତ୍ୱକୁ ପୁଣି ଲୋକାଭିମୁଖୀ କରିଛି। ହଜାର ହଜାର ବର୍ଷର ବିଦେଶୀ ଆକ୍ରମଣ। ଶକ, ହୁନ, ତାତାର, ମୋଗଲଙ୍କଠାରୁ ବ୍ରିଟିଶ୍‌ ପର୍ଯ୍ୟନ୍ତ ଆକ୍ରମଣକାରୀମାନେ ଭାରତୀୟ ସଭ୍ୟତାର ଚମକକୁ ମଳିନ କରି ଭାରତୀୟମାନଙ୍କ ମନରେ ଭାରତୀୟତା ପ୍ରତି ଅବିଶ୍ୱାସ ଓ ଅଶ୍ରଦ୍ଧା ନିର୍ମାଣର ଏକମେବ ଏଜେଣ୍ଡା ଥିଲା। ଊନବିଂଶ ଓ ବିଂଶ ଶତାବ୍ଦୀରେ ଏହି ମହାଷଡ଼ଯନ୍ତ୍ରର ମୁକାବିଲାର ମନ୍ତ୍ର ସଂଘ ହିଁ ଦେଇଛି। ୧୦୦ ବର୍ଷ ପୂର୍ବେ ଡା. କେଶବ ବଳିରାମ ହେଡ୍‌ଗେୱାରଙ୍କ ଉଦ୍ୟମ ସାରା ଦେଶରେ ମୋ ଭଳି କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରିଛି। ମୋଗଲ ଓ ପରେ ବ୍ରିଟିଶ୍‌ ଶାସନରେ ନିଜ ଗୌରବଶାଳୀ ଇତିହାସକୁ ଭୁଲି ଯାଉଥିବା ଭାରତୀୟ ସମାଜ ମନରେ ନିଜ ଧର୍ମ, ସଂସ୍କୃତି, ପରମ୍ପରା ଓ ଇତିହାସକୁ ନେଇ ଗର୍ବର ଭାବନା ସାରା ଦେଶରେ ସୃଷ୍ଟି କରିଛି। ଏହାର ଝଙ୍କାର ସମଗ୍ର ବିଶ୍ୱକୁ ମଧ୍ୟ ପ୍ରଭାବିତ କରିଛି।
ମୁଁ ଜଣେ ସ୍ବୟଂସେବକ ଭାବରେ ଯେତିକି ବୁଝିଛି, ସଂଘ ୧୦୦ ବର୍ଷ ଯାତ୍ରାରେ କେବଳ ଓ କେବଳ ବ୍ୟକ୍ତି ନିର୍ମାଣ କାମରେ ଲାଗିଛି। ସଂଘର ବିଶ୍ୱାସ ବ୍ୟକ୍ତି ନିର୍ମାଣରୁ ହିଁ ରାଷ୍ଟ୍ର ନିର୍ମାଣ ସମ୍ଭବ। ସଂଘ ନିର୍ମାଣ କରୁଥିବା ବ୍ୟକ୍ତିମାନେ ସମାଜ ଜୀବନର ବିଭିନ୍ନ କ୍ଷେତ୍ରକୁ ଯାଇ ସଂଘ ପ୍ରଚାର କରୁଥିବା ଭାରତର ଚିରନ୍ତନ ଭାରତୀୟ ବା ହିନ୍ଦୁ ବିଚାର ଆଧାରରେ ସମାଜକୁ ସଂଗଠିତ ଓ ପ୍ରଭାବିତ କରିବାକୁ ପ୍ରାଣପାତ ଉଦ୍ୟମ କରିଛନ୍ତି। ସେ ସଂଘର୍ଷ ଚାଲିଛି ଏବଂ ଆଗାମୀ ପିଢ଼ି ପରେ ପିଢ଼ି ଚାଲୁରହିବ। କାରଣ ସଭ୍ୟତା ଚିରନ୍ତନ ଓ ନିରନ୍ତର ପ୍ରବାହ।
ସଂଘ ତିଆରି କରିଥିବା ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ଦେଶର ବଡ଼ ବଡ଼ ଜନ ସଂଗଠନ ତିଆରି କରିଛନ୍ତି। ବିଦ୍ୟାର୍ଥୀ କ୍ଷେତ୍ରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ସବୁଠୁ ବଡ଼ ଛାତ୍ର ସଂଗଠନ। ଧର୍ମକ୍ଷେତ୍ରରେ ବିଶ୍ୱହିନ୍ଦୁ ପରିଷଦ, ମଜଦୁର କ୍ଷେତ୍ରରେ ମଜଦୁର ସଂଘ, ଶିକ୍ଷା କ୍ଷେତ୍ରରେ ବିଦ୍ୟା ଭାରତୀ। ଆହୁରି ଅନେକ ଜନ ସଂଗଠନ ସ୍ବୟଂସେବକମାନେ ସୃଷ୍ଟି କରିଛନ୍ତି। ରାଜନୀତି କ୍ଷେତ୍ରରେ ଭାରତୀୟ ଜନତା ପାର୍ଟି ମଧ୍ୟ ସଂଘ ନିର୍ମାଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ସଂଗଠନ।
ସ୍ବାଧୀନୋତ୍ତର ଭାରତର ଶାସନ ଭାର ଥିଲା କଂଗ୍ରେସ ହାତରେ। ମାତ୍ର ବାମପନ୍ଥୀ ବିଚାରରେ ପ୍ରଭାବିତ ବା ଅନ୍ତଃରାଷ୍ଟ୍ରୀୟ ଷଡ଼ଯନ୍ତ୍ର ପ୍ରଭାବରେ ଜାଣତରେ ଅଥବା ଅଜାଣତରେ ଭାରତୀୟ ଜନମନକୁ ଭାରତୀୟ ଧର୍ମ, ସଭ୍ୟତା ଓ ସଂସ୍କୃତିରୁ ଦୂରେଇ ଦେବାକୁ ଦେଶର ଶାସନ ବ୍ୟବସ୍ଥା ଖୋଲା ଛୁଟ୍ଦେଇଥିଲା। ଯଦି ୧୦୦ ବର୍ଷ ପୂର୍ବେ ଡାକ୍ତରଜୀ ସଂଘ ତିଆରି କରି ନ ଥାଆନ୍ତେ, ସଂଘକୁ ବ୍ୟକ୍ତି ନିର୍ମାଣର କେନ୍ଦ୍ର କରି ନ ଥା’ନ୍ତେ, ସଂଘର ସ୍ବୟଂସେବକମାନେ ସମାଜ ଜୀବନର ବିଭିନ୍ନ କ୍ଷେତ୍ରରେ ବଡ଼ ବଡ଼ ଜନ ସଂଗଠନ ଓ ଜନ ଆନ୍ଦୋଳନ କରି ନ ଥା’ନ୍ତେ, ତା’ହେଲେ ଆମ ଦେଶ ଭାରତ- ଭାରତ ହୋଇ ରହିନଥାଆନ୍ତା ତ?
ଆପଣମାନେ ମେକଲିଙ୍କ ନଁା ଶୁଣିଥିବେ। ଯିଏ ବ୍ରିଟିଶ୍‌ ଶାସନ କାଳରେ ଭାରତରେ ନୂଆ ଶିକ୍ଷାନୀତି ମାଧ୍ୟମରେ ଭାରତର ନୂଆ ପିଢ଼ିକୁ ଭାରତଠାରୁ ଦୂରେଇ ଦେବା ପାଇଁ ବଡ଼ ଯୋଜନାର କ୍ରିୟାନ୍ବୟନ କରିଥିଲେ। ମୁଁ ତାଙ୍କ ବକ୍ତବ୍ୟକୁ ଉଦ୍ଧୃତ କରୁଛି, ମୁଁ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଛି ଏବଂ ମୁଁ ଜଣେ ବି ବ୍ୟକ୍ତିଙ୍କୁ ଦେଖିନାହିଁ, ଯିଏ ଭିକାରି କିମ୍ବା ଚୋର। ମୁଁ ଏହି ଦେଶରେ ଏତେ ଧନ, ଏତେ ଉଚ୍ଚ ନୈତିକ ମୂଲ୍ୟବୋଧ, ଏତେ କ୍ଷମତାର ଲୋକ ଦେଖିଛି ଯେ ମୁଁ ଭାବୁନାହିଁ ଆମେ କେବେ ଏହି ଦେଶକୁ ଜିତିପାରିବୁ। ଯଦିଆମେଏହିଦେଶରଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ଭାଙ୍ଗି ଦେଇ ପାରିବା, ତେବେ ଏ ଜାତିର ମେରୁଦଣ୍ଡ ଭାଙ୍ଗିଯିବ। ମୁଁ ପ୍ରସ୍ତାବ ଦେଉଛି ଯେ ଆମେ ଏହାର ପୁରୁଣା ଏବଂ ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ଏହାର ସଂସ୍କୃତିକୁ ବଦଳାଇବା, କାରଣଯଦି ଭାରତୀୟମାନେ ଭାବିବେ ଯେ, ଯାହା କିଛି ବିଦେଶୀ ଏବଂ ଇଂରାଜୀ ତାହା ସବୁ ଭଲ ଏବଂ ସେମାନଙ୍କ ନିଜସ୍ବ ଜିନିଷ ଅପେକ୍ଷା ବେଶୀ ମୂଲ୍ୟବାନ୍‌, ତେବେ ସେମାନେ ସେମାନଙ୍କର ଆତ୍ମସମ୍ମାନ, ସେମାନଙ୍କର ସ୍ବଦେଶୀ ସ୍ବାଭିମାନ ହରାଇବେ ଏବଂ ସେମାନେ ଆମେ ଯାହା ଚାହୁଁଛେ, ଅର୍ଥାତ୍‌ ଆମ ନିୟନ୍ତ୍ରଣାଧୀନ ରାଷ୍ଟ୍ର ହୋଇଯିବେ। ଏହା ଥିଲା ୧୮୩୫ ମସିହା ଫେବୃୟାରୀ ୨ ତାରିଖରେ ଲର୍ଡ ମେକଲିଙ୍କର ବ୍ରିଟିଶ୍‌ ପାର୍ଲାମେଣ୍ଟରେ ଭାଷଣ।
ବୋଧହୁଏ ବାବରରୁ ଔରଙ୍ଗଜେବଙ୍କ ପର୍ଯ୍ୟନ୍ତ ମୋଗଲ ଆକ୍ରମଣକାରୀମାନେ ଖଣ୍ଡା ଧରି ଧର୍ମ ପରିବର୍ତ୍ତନ କରି ଯାହା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ  କ୍ଷତି ପହଁଚାଇ ପାରି ନ ଥିଲେ, ମେକଲି ନୂଆ  ଶିକ୍ଷାନୀତି ପ୍ରଚଳନ କରି ଭାରତୀୟ ନୂଆ ପିଢ଼ିଙ୍କର ରଙ୍ଗ କଳା, ମାତ୍ର ମାନସିକତା ଗୋରା ବା ବିଦେଶୀ କରିବାର ଚେଷ୍ଟାରେ ବହୁ ମାତ୍ରାରେ ସଫଳ ହେଲେ। ମାତ୍ର ମେକଲି ଓ ବ୍ରିଟିଶ ବୁଝି ନ ଥିଲେ ବିଶ୍ୱର ପ୍ରଥମ ସଭ୍ୟତା ଭାରତର ମୂଳଦୁଆ କେତେ ମଜଭୁତ। ଏ ସଭ୍ୟତାର ଚେର ପାତାଳଭେଦୀ ।
ଡାଳପତ୍ର ଯେତେ ଭାଙ୍ଗିଲେ ବି ପାତାଳଭେଦି ଚେରରୁ ପୁଣି ନୂଆ ସୃଜନ ସମ୍ଭବ। ବ୍ରିଟିଶ୍‌ ହୁଏତ ଶିକ୍ଷାନୁଷ୍ଠାନରେ ମେକଲିପୁତ୍ର ସୃଷ୍ଟି ପାଇଁ ଉଦ୍ୟମ କଲେ। ମାତ୍ର ଆମ ପରିବାର ବ୍ୟବସ୍ଥା, ଆମ ରାମାୟଣ, ମହାଭାରତ, ବେଦ, ଉପନିଷେଦ ଓ ପୂଜା ପର୍ବରେ ସଂସ୍କୃତି ଆମ ସଭ୍ୟତାକୁ ବଞ୍ଚାଇ ରଖିଲା।
୧୯୨୫ରେ ଡାକ୍ତରଜୀ ସଂଘ ନଁାରେ ନୀରବ ବିପ୍ଳବର ସୂତ୍ରପାତ କଲେ। ନାଗପୁର ଓ ମହାରାଷ୍ଟ୍ରରୁ ଯୁବକମାନଙ୍କୁ ବୈଚାରିକ ଓ ସାଂଗଠନିକ ଯୋଦ୍ଧା ଭାବରେ ଗଢ଼ିଲେ। ଭାରତ ସବୁ ରାଜ୍ୟକୁ ଯାଇ ସଂଘର ମୂଳ ଆଧାର ଶାଖା ମାଧ୍ୟମରେ ଖେଳପଡ଼ିଆ ବା ସଂଘ ସ୍ଥାନରେ ମେକଲି ଓ ବାମପନ୍ଥୀଙ୍କ ଷଡ଼ଯନ୍ତ୍ରକୁ ନଷ୍ଟଭ୍ରଷ୍ଟ କରି ଭାରତୀୟ ହିନ୍ଦୁ ସନାତନୀ ବିଚାରରେ ଜୟଘୋଷର ମୂଳଦୁଆ ପକାଇଲେ। କହିବାକୁ ଗଲେ ଦେଶର ସରକାରୀ ଔପଚାରିକ ଶିକ୍ଷା ବ୍ୟବସ୍ଥା ବାହାରେ ସଙ୍ଘ ଶାଖା ମାଧ୍ୟମରେ ଓପନ୍‌ ୟୁନିଭର୍ସିଟି ବା ମୁକ୍ତ ବିଶ୍ୱବିଦ୍ୟାଳୟ ଖୋଲିଲା। ଯାହା ଯୁବପିଢ଼ିଙ୍କୁ ସତ୍ୟ ସହ ପରିଚୟ କରାଇଲା। ମେକଲି- ବାମପନ୍ଥୀଙ୍କ ପ୍ରତି କଂଗ୍ରେସ ପୃଷ୍ଠପୋଷକତା ଫସରଫାଟିଲା।
ମୋର ସୌଭାଗ୍ୟ ମହାରାଷ୍ଟ୍ରରୁ ଆସି ନିଜ ଜୀବନକୁ ସମର୍ପିତ କରି ଆମ ରାଜ୍ୟରେ ସଂଘର ମୂଳଦୁଆ ପକାଇଥିବା ବାବୁରାଓ ପାଲଧିଙ୍କର ହୁଅନ୍ତୁ ବା ବାବୁରାଓ ଦେଶପାଣ୍ଡେ ହୁଅନ୍ତୁ ଅଥବା ଅରବିନ୍ଦ ଚୌଥାଇୱାଲେ ହୁଅନ୍ତୁ ସେମାନଙ୍କୁ ସାକ୍ଷାତ୍‌ କରିବା ଓ ସାନିଧ୍ୟ ଲାଭ କରିପାରିଛି। ଏମାନେ ପ୍ରଚାରକ ଥିଲେ। ପରିବାରକୁ ଛାଡ଼ି, ଅବିବାହିତ ରହି ସମାଜର ବଡ଼ ବର୍ଗର ବିରୋଧ, ଲାଞ୍ଛନାକୁ ଖାତିର ନ କରି ସେମାନେ ସଂଘ ପାଇଁ କାମ କରୁଥିଲେ। ସଂଘ କେବଳ ମାଧ୍ୟମ ଥିଲା। ସେମାନେ କେବଳ ହିଁ କେବଳ ରାଷ୍ଟ୍ର ପାଇଁ ସମର୍ପିତ ଥିଲେ। ଆକୁମାରୀ ହିମାଳୟ ଏଭଳି ସର୍ବତ୍ୟାଗୀ ପ୍ରଚାରକଙ୍କ ବଳିଦାନ ଉପରେ ହିଁ ବ୍ୟକ୍ତି ନିର୍ମାଣ ଓ ଏହି ବ୍ୟକ୍ତିମାନଙ୍କ ଦ୍ୱାରା ରାଷ୍ଟ୍ରର ସ୍ବାଭିମାନ ଓ ଆତ୍ମପରିଚୟର ଜୟଯାତ୍ରା ହୋଇଛି।
ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସଙ୍ଘର ବ୍ୟକ୍ତି ନିର୍ମାଣ କେନ୍ଦ୍ରର ଜଣେ ବିଭୂତି। ମୋଦୀଜୀଙ୍କ ବିଚାରକୁ ଦୁଇ ଶବ୍ଦରେ କହିଲେ ବିକାଶ ଭି ବିରାସତ୍‌ ଭି । ଦେଶର ବିରାସତ୍‌କୁ ବଞ୍ଚାଇ ରଖିବାର ୧୦୦ ବର୍ଷରେ ପଦାର୍ପଣ କରିଥିବା ସଂଘ ସବଠାରୁ ବଡ଼ ଯୋଗଦାନ ଦେଇଛି। ଆମ ମାତୃଭୂମି ଖାଲି ଭୂଖଣ୍ଡ ନୁହେଁ, ଏହା ଜୀବନ୍ତ ରାଷ୍ଟ୍ର ପୁରୁଷ। ଯଦି ସଂଘ ଓ ଅନେକ ଆଧ୍ୟାତ୍ମିକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ମୋଗଲ-ବ୍ରିଟିଶ୍‌-ବାମପନ୍ଥୀ ଓ କଂଗ୍ରେସୀ ବିଚାରଧାରା ସହ ଲଢ଼ି ଭାରତୀୟ ସଭ୍ୟତାର ପ୍ରଚାର କରିନଥାନ୍ତେ, ତା’ହେଲେ ଆମେ କେଉଁଠି ଥାଆନ୍ତେ?
ସଂଘ ବାରମ୍ବାର ଷଡ଼ଯନ୍ତ୍ରର ଅଂଶ ସ୍ବରୂପ ପ୍ରତିବନ୍ଧର ଶିକାର ହୋଇଛି। ମାତ୍ର ପାକିସ୍ତାନ ସହ ଯୁଦ୍ଧ ହେଉ, ଚୀନ ସହ ବା ବାଂଲାଦେଶ ମୁକ୍ତି ସଂଗ୍ରାମ- ଦେଶର ସରକାର ସଂଘର ସହଯୋଗ କାମନା କରିଛି ଓ ସଂଘ ନିଷ୍ଠା ଓ ଦେଶପ୍ରେମର ପରିଚୟ ଦେଇଛି। ପ୍ରାକୃତିକ ଦୁର୍ବିପାକ ଦେଶର ଯେଉଁଠି ହେଉ ସଂଘର ସ୍ବୟଂସେବକମାନେ ପ୍ରଥମେ ପହଞ୍ଚତ୍ଛନ୍ତି। ଖାଲି କାମ ନୁହେଁ, ପ୍ରଚାରକ ଓ ସ୍ବୟଂସେବକମାନଙ୍କ ଶବ୍ଦ ପଛରେ ଜୀବନର ସାଧନା କାର୍ଯ୍ୟକୁ ସଫଳ କରିଛି।
ନିଜେ କିଛି ନୁହେଁ, ରାଷ୍ଟ୍ର ସର୍ବୋପରି। ତେରା ବୈଭବ ଅମର ରହେ ମା’, ହମ୍‌ଦିନ ଚାରର ହେନା ରହେ, ଏହାହିଁ ସଂଘର ସମର୍ପଣଭାବର ପରିପ୍ରକାଶ। ସଙ୍ଘ ମାନେ ଭାରତୀୟ ବିଚାର କାଳଜୟୀ ହେଉ। ଭାରତ ବିଶ୍ୱଗୁରୁ ହେଉ। ସଙ୍ଘର ୧୦୦ ବର୍ଷ ପାଳନ ଅବସରରେ ଏହାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
ଭାରତ ମାତାକି ଜୟ!
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?