ଧାଡ଼ିସୂତ୍ରରେ ବନ୍ଧା ମଣିଷ

ଦୁଇଟି ଅକ୍ଷର ବିଶିଷ୍ଟ ଧାଡ଼ି ଶବ୍ଦ ଅଭିଧାନ ପାଇଁ ଯେପରି ଏକ ସରଳ ଶବ୍ଦ, ସେପରି ଆଜିକାଲିର ଦୈନନ୍ଦିନ ସାମାଜିକ ଜୀବନ ପାଇଁ ଏକ ସାଧାରଣ ବ୍ୟବସ୍ଥିତ କ୍ରମ। ଯେଉଁଠି ଜଣଙ୍କ ପରେ ଜଣେ କିମ୍ବା ଗୋଟିଏ ପରେ ଗୋଟିଏ ଭଳି କ୍ରମକୁ ପ୍ରାଧାନ୍ୟ ଦିଆଯାଇଥାଏ। ଧାଡ଼ି ସହ ସମ୍ବନ୍ଧିତ ପ୍ରୟୋଗାତ୍ମକ ଅବଧାରଣା ବିଦ୍ୟାଳୟସ୍ତରରୁ ହିଁ ଆରମ୍ଭ ହୋଇଥାଏ। ବିଦ୍ୟାଳୟ ଶିକ୍ଷା ପରେ ମଧ୍ୟ ମଣିଷର କ୍ରିୟାନୁଗତ ଅନୁଭୂତି ଧାଡ଼ିର କ୍ରମ ସହ ଯୋଡ଼ି ହୋଇ ରହିଥାଏ। କେତେବେଳେ ମଣିଷ ଧାଡ଼ିର ସବା ଆଗରେ ରହି ତ୍ୱରାନ୍ବିତ କ୍ରିୟାଶୀଳତା ସମନ୍ବିତ ଆବେଗମୟ ମାନସିକତାରେ ବିଶେଷ ଭିନ୍ନତ୍ୱର ଅନୁଭବ କରିଥାଏ ତ କେତେବେଳେ ସବା ପଛରେ ରହି ମନ୍ଥର କ୍ରିୟାଶୀଳତାର ଉଦାହରଣ ସୃଷ୍ଟି କରିଥାଏ। ଯଦି ଧାଡ଼ିଟି ବହୁତ ଦୂରଯାଏ ଲମ୍ବି ଯାଇଥାଏ, ତେବେ ତ ଧାଡ଼ିର ସବା ପଛରେ ରହି ଯାହାକୁ ହେଲେ ବି ଦୀର୍ଘ ସମୟର ପ୍ରତୀକ୍ଷା କରିବାକୁ ପଡ଼ିଥାଏ। କେବେ ଧାଡ଼ିରେ ମଝିରେ ଥିବା ବ୍ୟକ୍ତିର ପ୍ରତିକ୍ରିୟାକୁ ଉପଲବ୍ଧି କରିଛନ୍ତି କି? ତାହା ତ ନିଶ୍ଚିତ ରୂପ ଭିନ୍ନ ଧରଣର ହୋଇଥାଏ। ସେ କେବଳ ଆଗକୁ ପଛକୁ ଚାହିଁ ନିଜର ଅବସ୍ଥାନର ଆକଳନ କରୁଥାଏ। ଆଗକୁ ଚାହିଁ ମନ ଟିକିଏ ଊଣା କରିଦେଇ ଭାବୁଥାଏ ଯେ କେତେ ଜଣ ତା’ଠାରୁ କେତେ ପାଦ ଆଗୁଆ ରହିଯାଇଛନ୍ତି। ପୁଣି ପଛକୁ ଚାହିଁ ମନକୁ ଟିକିଏ ଆଶ୍ୱସ୍ତ କରିନିଏ ଯେ ତା’ ପଛରେ ମଧ୍ୟ ଅନେକ ଅଛନ୍ତି; ଯେଉଁମାନେ ତା’ଠାରୁ କାହିଁ କେତେ ପଛରେ ଅଛନ୍ତି। ସମସ୍ତଙ୍କ ପାଇଁ କେଉଁଠି ଓଡ଼ିଆ ଭାଷାରେ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥାଏ ”ଦୟା କରି ଧାଡ଼ିରେ ଆସନ୍ତୁ“ ତ କେଉଁଠି ଇଂଲିଶ୍‌ରେ ଲେଖା ଯାଇଥାଏ, “please stand in a queue” ତ ଆଉ କେଉଁଠି ଅନ୍ୟ କେଉଁ ଭାଷାରେ। ଏପରି ପ୍ରାୟୋଜିତ ବ୍ୟବସ୍ଥା ସାଧାରଣତଃ ପ୍ରତ୍ୟେକଙ୍କ ପାଇଁ ଏକ ସକ୍ରିୟତାର ମୂଲ୍ୟବୋଧ ସୃଷ୍ଟି କରିଥାଏ, ଯଦ୍ଦ୍ବାରା ସେମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବର ଉଦ୍ରେକ ହୁଏ।
ସବା ପଛରେ ପଡ଼ିଥିବା ବ୍ୟକ୍ତି କିମ୍ବା ତା’ଠାରୁ କିଛି ପାଦ ଆଗରେ ଥିବା ବ୍ୟକ୍ତିଙ୍କୁ କିଛି ମୁହୂର୍ତ୍ତର ପ୍ରତୀକ୍ଷା କରିବାକୁ ହିଁ ପଡ଼ିଥାଏ। ଏହି ପ୍ରତୀକ୍ଷାର ବ୍ୟବଧାନ ଆଗ ଓ ପଛ ମଧ୍ୟରେ ସର୍ବଦା ଅନ୍ତରାୟ ହୋଇ ରହିଆସିଛି। ”ଯିଏ ଆଗୁଆ ସିଏ ସବୁବେଳେ ହିଁ ଆଗୁଆ, ଯିଏ ପଛୁଆ ସେ ସବୁବେଳେ ହିଁ ପଛୁଆ“ ଏଭଳି ଦୃଢ଼ୋକ୍ତିକୁ ସାଧାରଣ ଭାବେ ସହମତି ମିଳିଛି। ଯେତେବେଳେ ଦାୟିତ୍ୱବୋଧରେ ଅସମନ୍ବୟତା ଆସିଯାଏ, ସେତେବେଳେ ଏହାର ଏକ ଅମୂଳକ ବ୍ୟତିକ୍ରମ ପରିଲକ୍ଷିତ ହୁଏ। ବାସ୍ତବିକ ପଛୁଆ ବ୍ୟକ୍ତିଟି ଯେତେବେଳେ ଆଗୁଆ ଚାଲେ ଅଥଚ ଆଗୁଆ ବ୍ୟକ୍ତି କେବେ ବି ପଛୁଆ ହୋଇ ରହେନା, ସେତେବେଳେ କ୍ରିୟାନୁଗତ ଆଭିମୁଖ୍ୟତାରେ କ୍ରମବିଚ୍ୟୁତି ପରିଲକ୍ଷିତ ହୋଇଥାଏ। ଏହା ଦାୟିତ୍ୱବୋଧର ପରିପନ୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ନା କେବେ ନିଜ ଦାୟିତ୍ୱରୁ ଓହରିଯାଏ ନା ଦାୟିତ୍ୱ ତାକୁ କେବେ ନିଜ ପାଖରୁ ଛାଡ଼ିବାକୁ ଦିଏ। ଦାୟିତ୍ୱକୁ ନିଜଠାରୁ ଦୂରେଇ ଦେଇଥିବା ବ୍ୟକ୍ତି ଜଣଙ୍କ ବେଳେବେଳେ ସମସ୍ୟା ଘେରରେ ଏ ଭଳି ଛନ୍ଦି ହୋଇଯାଏ ଯେ, ସେଥିରୁ ମୁକୁଳିବା ପାଇଁ ବିକଳ୍ପ ପନ୍ଥା ଖୋଜୁଥାଏ। କେତେବେଳେ ସେହି ବିକଳ୍ପ ପନ୍ଥା ତା’ ପାଇଁ ଅନୁକୂଳ ହୋଇଥାଏ ତ କେତେବେଳେ ପ୍ରତିକୂଳ। ଦାୟିତ୍ୱସୂତ୍ର ସହ ସଂଯୋଜିତ ଜୀବନ କର୍ତ୍ତବ୍ୟବୋଧର ଶିକ୍ଷା ଦେଇଥାଏ, ଯେଉଁଠି ଧାଡ଼ି ରୂପେ ନିର୍ଦ୍ଦିଷ୍ଟ କ୍ରମନ୍ବୟତାର ପ୍ରଦର୍ଶନ ଏକ ସୂଚନାତ୍ମକ ନମୁନା ମାତ୍ର।
ରାମେଶ୍ୱର, ଖୋର୍ଦ୍ଧା
ମୋ: ୯୯୩୮୭୪୭୮୨୧


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?