ପାୱାରଗ୍ରୀଡ୍‌ର ଗଛ କଟାକୁ ନେଇ ଉତ୍ତେଜନା

ବଇଣ୍ଡା,୫।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ପଟ୍ଟାପଥର ଗ୍ରାମରେ ବୁଧବାର ପାୱାରଗ୍ରୀଡ ପକ୍ଷରୁ ପୋଲିସ ମୁତୟନ କରାଯାଇ ୨ହଜାର ଶାଗୁଆନ, ମହୁଲ, ଚାକୁଣ୍ଡା, ପଣସ, ଆମ୍ବ ଭଳି ମୂଲ୍ୟବାନ ଗଛ କାଟି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଆବଶ୍ୟକ କ୍ଷତିପୂରଣ ଦିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


ପ୍ରକାଶ ଯେ, ୨୦୧୪ ମସିହାରେ ପାୱାରଗ୍ରୀଡ ପକ୍ଷରୁ ଟାଓ୍ବାର ନିର୍ମାଣ କରାଯାଇ ଫୁଲପଡାରୁ ୭୬୫ କେଭି ବିଦ୍ୟୁତ୍‌ ତାର ଝାରସୁଗୁଡା ଅଭିମୁଖେ ଟଣାଯାଇଥିଲା। ପଟ୍ଟାପଥର ଅଞ୍ଚଳ ଦେଇ ଏହି ବିଦ୍ୟୁତ୍‌ ତାର ଯାଇଥିବାବେଳେ ସେତେବେଳେ ରବି ଫସଲ ପାଇଁ ୧ ଡିସିମିଲକୁ ମାତ୍ର ୧ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯାଇଥିଲା। ତେବେ ବେସରକାରୀ ଜମିରେ ଲାଗିଥିବା ଶାଗୁଆନ, ଆମ୍ବ, ମହୁଲ, ପଣସ ଆଦି ଗଛ ଗୁଡିକର କ୍ଷତିପୂରଣ ଦେଇ ନ ଥିବାରୁ ଗଛ କାଟି ପାରି ନ ଥିଲା। କିନ୍ତୁ ବୁଧବାର ଫୁଲପଡା ପାୱାରଗ୍ରୀଡ ପକ୍ଷରୁ ପୋଲିସ ମୁତୟନ କରାଯାଇ ଗଛ କଟାଯାଇଛି। କ୍ଷତିପୂରଣ ନ ଦେଇ ଗଛ କଟାଯାଉଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ। ହେଲେ ଗିରଫଦାରି ଭୟ ଦେଖାଇ ବେଆଇନ ଭାବେ ଗଛ କଟାଯାଇଥିବା ପଟ୍ଟାପଥର ଗ୍ରାମବାସୀ ଅନୁଗୋଳ ଜିଲାପାଳ, ପାୱାର ଗ୍ରୀଡ ଜେନରାଲ ମ୍ୟାନେଜରଙ୍କୁ ଦାବିପତ୍ରରେ ଅବଗତ କରାଇଛନ୍ତି। କ୍ଷତିପୂରଣ ଯୋଗାଇ ଦିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ସରପଞ୍ଚ ଭରତଚନ୍ଦ୍ର ସାହୁ, କ୍ଷତିଗ୍ରସ୍ତ ସୁଜନ ସାହୁ, ବସନ୍ତ ବେହେରା, ରସାନନ୍ଦ ସାହୁ, ଗୋକୁଳାଚନ୍ଦ୍ର ପ୍ରଧାନ, ବିପିନି ବିହାରୀ ସାହୁ, ତ୍ରିପୁର ସାହୁ, ଘନଶ୍ୟାମ ସାହୁ, ଭାଗୀରଥି ସାହୁ, ଭିକାରୀ ଖିଲାର, ଭକ୍ତ ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ, ଆଠମଲ୍ଲିକ ଅତିରିକ୍ତ ତହସିଲଦାର ଅଶୋକ ଦେହୁରୀ, ଠାକୁରଗଡ଼ ଆଇଆଇସି ପୀତାମ୍ବର ମଲିକଙ୍କ ସହ ୨ ଫ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ। ଏ ନେଇ ପାୱାର ଗ୍ରୀଡ ଡିଜିଏମ୍‌ ଏ. ପାଢୀଙ୍କୁ ପଚାରିବାକୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri