ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଚରମ ସୀମାରେ: ଫସଲରେ ଚରାଇଲେ ଗୋରୁପଲ, ମୁତୟନ ହେଲା…

ଦିଗପହଣ୍ଡି/ପାଟପୁର, ୨୫।୧୦ (ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲର ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ଅଳ୍ପ କିଛି ସରକାରୀ ଜମିକୁ ବତାଗଡ଼ ଏବଂ ପୋଡ଼ାମାରି ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦୀର୍ଘବର୍ଷ ଧରି ଦଖଲ କରିବା ସହ ଚାଷ କରି ଫସଲ ଅମଳ କରି ଆସୁଛନ୍ତି। ନିୟମିତ ଭାବେ ରାଜସ୍ବ ଖଜଣା ପାଉତି ଦାଖଲ କରି ଉକ୍ତ ଜମିରେ ଧାନ, ମୁଗ, ବିରି, କାନ୍ଦୁଲ ଓ ପନିପରିବା ପ୍ରଭୃତି ସେମାନେ ଚାଷ କରି ଆସୁଥିବା ବେଳେ ଉକ୍ତ ସରକାରୀ ଚାଷ ଜମିକୁ ନେଇ ଗତ କିଛି ବର୍ଷ ଧରି ସାମନ୍ତରାପୁର ଏବଂ ବତାଗଡ, ପୋଡାମାରି ଗ୍ରାମର ଲୋକଙ୍କ ମଧ୍ୟରେ ବିବାଦ ଲାଗିରହିଛି। ପ୍ରତିବର୍ଷ ଫସଲ ଅମଳ ବେଳକୁ ସାମନ୍ତରାପୁର ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉକ୍ତ ଚାଷ ଜମିରେ ଗୋରୁ ,ଛେଳି, ମେଣ୍ଢା ପଲ ପୁରାଇ ଫସଲ ନଷ୍ଟ କରୁଛନ୍ତି। ଶନିବାର ସକାଳେ ସାମନ୍ତରାପୁର ଗ୍ରାମର ଏକ ନିର୍ଦ୍ଦିଷ୍ଟ  ଗୋଷ୍ଠୀ ଉକ୍ତ ଚାଷଜମିରେ ଗୋରୁପଲ ପୁରାଇ ଫସଲ ଖୁଆଇ ଦେଇଥିଲେ। ଖବରପାଇ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବତାଗଡ ଏବଂ ପୋଡ଼ାମାରି ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ପାଟପୁର ଥାନା ଏସ୍‌ଆଇ ଶ୍ରୀନିବାସ ଦାସ,ରମାକାନ୍ତ ଶବର,ସନ୍ତୋଷ କୁମାର ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇ ପଡ଼ିଥିଲା। ଉଭୟପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ଜେନା,ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା,ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ ୧ ସେକ୍ସନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଉଭୟ ଗାଁ ରେ ଚାପା ଉତ୍ତେଜନା ଲାଗିରହିଛି।
ପୂର୍ବରୁ ଅନେକ ଥର ସାନଖେମୁଣ୍ଡି ତହସିଲ ପ୍ରଶାସନ ଓ ପୋଲିସ ଟିମ ପହଞ୍ଚି ଏହି ମାମଲାର ସ୍ଥାୟୀ ସମାଧାନ କରିବା ପାଇଁ ଚେଷ୍ଟା କରି ବିଫଳ ହେବାପରେ ବିବାଦୀୟ ଜମିରେ ଗତ ୨୦୨୧ ମସିହାରେ ୧୪୪ ଧାରା ଜାରି କରିଥିଲେ। କିନ୍ତୁ ଅଦ୍ୟାବଧି ଏହି ବିବାଦର ସ୍ଥାୟୀ ସମାଧାନ ହୋଇ ପାରିନି। ଗତ ବର୍ଷ ମଧ୍ୟ ଉକ୍ତ ଜମି ଦଖଲ ବିବାଦ ଯୋଗୁ ଉଭୟ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ। ପରେ ଉଭୟ ପକ୍ଷ ପାଟପୁର ଥାନାରେ ପହଞ୍ଚି ଉକ୍ତ ସରକାରୀ ଜମିରେ କୌଣସି ପକ୍ଷ ଚାଷ କରିବେ ନାହିଁ କିମ୍ବା ଉକ୍ତ ଜମିକୁ ଆଦୌ ଯିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ। ଏନେଇ ସ୍ଥାନୀୟ ରାଜସ୍ବ ନୀରିକ୍ଷକଙ୍କୁ ଅବଗତ କରାଯାଇଥିଲା। ସେ କୌଣସି ଠୋସ ପଦକ୍ଷେପ ନନେବା କାରଣରୁ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶନିବାର ଉକ୍ତ ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଉପୁଜିବା ସହ ଚାଷ ଜମିରେ ଗୋରୁପଲ ଛାଡି ଧାନ ସହ ଅନ୍ୟାନ୍ୟ ଫଳନ୍ତି ଫସଲ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସରକାରୀ ଜମିର ଅଳ୍ପ କିଛି ଅଂଶରେ ବତାଗଡ ଓ ପୋଡ଼ାମାରି ଗ୍ରାମର କିଛି ପରିବାର ପୁରୁଷାନୁକ୍ରମେ ଚାଷ କରି ଆସୁଛନ୍ତି। ତେବେ ସେମାନେ ଉକ୍ତ ଜମିରେ ଚାଷ କରିପାରିବେ ନାହିଁ ବୋଲି ସାମନ୍ତରାପୁର ଗ୍ରାମର ଲୋକେ ଯୁକ୍ତି କରୁଛନ୍ତି। ଅନ୍ୟ ପକ୍ଷରେ ସାମନ୍ତରାପୁର ଗ୍ରାମର ଲୋକେ ଶତାଧିକ ହେକ୍ଟର ସରକାରୀ ଜମିରେ ଚାଷ କରୁଥିବା ବତାଗଡ ଓ ପୋଡ଼ାମାରି ଗ୍ରାମର କିଛି ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏହି ସରକାରୀ ଜମି ଦଖଲ ମାମଲାକୁ ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ହାଇକୋର୍ଟ ରେ ମାମଲା ବିଚାରାଧୀନ ରହିଥିବା ଜଣାପଡ଼ିଛି।ତେବେ ଏହି ବିବାଦୀୟ ଜମିରେ ବିଏନ୍‌ଏସ୍‌ଏସ୍‌ର ୧୬୩ ଧାରା ଲାଗୁ କରାଯିବା ନିମନ୍ତେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଏବଂ ପାଟପୁର ପୋଲିସ ପକ୍ଷରୁ ଭଞ୍ଜନଗର ଉପଜିଲାପାଳଙ୍କୁ ଶନିବାର ସନ୍ଧ୍ୟାରେ ଲିଖିତ ଭାବେ ଆବେଦନ କରାଯାଇଛି। ରବିବାର ଉକ୍ତ ବିବାଦୀୟ ଜମିରେ ୧୬୩ ଧାରା ଜାରି କରାଯିବ ବୋଲି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ଉକ୍ତ ବିବାଦୀୟ ଜମିରେ ପାଟପୁର ଥାନା ପକ୍ଷରୁ ୧ ସେକ୍ସନ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିବା ଭାରପ୍ରାପ୍ତ ଆଇଆଇସି ତଥା ଏସ୍‌ଆଇ ଶୁଭଲକ୍ଷ୍ମୀ କହଁର କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?