Posted inଖେଳ

ଲୋକପ୍ରିୟତା ହରାଉଛି ଦିନିକିଆ କ୍ରିକେଟ: ରୋମାଞ୍ଚକର କରିବାକୁ ମାଷ୍ଟର ବ୍ଲାଷ୍ଟରଙ୍କ ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୧୮।୩: ଭାରତୀୟ ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହାର ଫର୍ମାଟରେ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି। ଏଥିସହ ସେ ଏକ ମଜାଦାର ପରାମର୍ଶ ମଧ୍ୟ ଦେଇଛନ୍ତି।

ନିକଟରେ ଭାରତୀୟ ଦଳର ପୂର୍ବତନ କୋଚ୍‌ ମଧ୍ୟ ଦିନିକିଆ କ୍ରିକେଟ ଫର୍ମାଟରେ ପରିବର୍ତ୍ତନ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ୪୦-୪୦ ଓଭରକୁ ହ୍ରାସ କରାଯିବା ଉଚିତ ବୋଲି ସେ କହିଥିଲେ। ତେବେ ସଚିନ ଏହା ସହ ସମ୍ପୂର୍ଣ୍ଣ ସହମତ ନୁହନ୍ତି। ୫୦ ଓଭରରେ ମଧ୍ୟ ଏହା ଆକର୍ଷଣୀୟ ହୋଇପାରିବ ବୋଲି ସେ କହିଛନ୍ତି।

ସାମ୍ପ୍ରତିକ ଫର୍ମାଟ ବିଷୟରେ ସଚିନ କହିଛନ୍ତି, ୩୦ ଓଭର ପରେ ବଲ୍‌ ସୁଇଂ କରିବା ଆରମ୍ଭ କରିଦିଏ। ହେଲେ ଏବେ ପ୍ରତ୍ୟେକ ଇନିଂସରେ ଏବେ ୨ ନୂଆ ବଲ୍‌ ମିଳୁଛି। ଏହି କାରଣରୁ ରିଭର୍ସ ସୁଇଂ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଉଛି। ୪୦ ଓଭର ମ୍ୟାଚ୍‌ ବିଷୟରେ କଥା ହେଲେ ଏଥିରେ କିଛି ପରିବର୍ତ୍ତନ ହେବ ନାହିଁ। କାରଣ ୨୦ ଓଭର ପରେ ପାଖରେ ନୂଆ ବଲ୍‌ ରହିବ। ଏଣୁ ମୁଁ ଭାବୁଛି ବୋଲରମାନଙ୍କ ପାଇଁ ବର୍ତ୍ତମାନର ଫର୍ମାଟ ସାମାନ୍ୟ କଷ୍ଟସାଧ୍ୟ। ଏହା ଅତ୍ୟଧିକ ପୂର୍ବାନୁମାନ କରାଯାଉଛି। ୧୫-୪୦ ଓଭର ମଧ୍ୟ ଏହା ଗତି ହରାଇବା ସହ ବିରକ୍ତିକର ହେଉଛି ବୋଲି ସେ କହିଛନ୍ତି।
ତେବେ ଦିନିକିଆକୁ ରୋମାଞ୍ଚକର କରିବା ଲାଗି ପରାମର୍ଶ ଦେଇ ସଚିନ କହିଛନ୍ତି, ୫୦ ଓଭର ଫର୍ମାଟ ବଜାୟ ରଖିବାରେ

କୌଣସି କ୍ଷତି ନାହିଁ। ହେଲେ ପ୍ରତି ୨୫ ଓଭର ପରେ ଦଳମାନେ ବ୍ୟାଟିଂ ଏବଂ ବୋଲିଂ ବିକଳ୍ପ କରିବା ଉଚିତ। ଏହା ଉଭୟ ଦଳକୁ ସମାନ ସୁଯୋଗ ଦେବ। ମ୍ୟାଚ୍‌ରୁ କାକର ଭଳି କାରକକୁ ଦୂର କରିବ। ଏହିଭଳି ଉଭୟ ଟିମ୍‌ ପ୍ରଥମାର୍ଦ୍ଧ ଏବଂ ଦ୍ୱିତୀୟାର୍ଦ୍ଧରେ ବୋଲିଂ କରିବେ। ଏହା ମଧ୍ୟ ବ୍ୟବସାୟିକ ଭାବେ ପ୍ରଭାବଶାଳୀ ହେବ କାରଣ ଦୁଇଟି ବଦଳରେ ତିନୋଟି ଇନିଂସ ବ୍ରେକ୍‌ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର, ବିବାହ ପାଇଁ ଜିଦି କରିବାରୁ ଖାଇଦେଲେ ବିଷ ଫଳ

ଟିକିରି,୯।୭(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ…

ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବ କାହିଁକି ଦିଅନ୍ତି ଇରାନୀ ବାଚସ୍ପତି? ମୋଜତାବା ଖାମେନେଇ କିମ୍ବା ଆରାଘଚି କାହିଁକି ନୁହଁନ୍ତି? ଜାଣନ୍ତୁ…

ତେହରାନ,୯।୭: ଇରାନ-ଆମେରିକା ବିବାଦରେ ଏକ ସ୍ବତନ୍ତ୍ର ନମୁନା ଦେଖାଦେଇଛି: ଯେତେବେଳେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ କଡ଼ା ବିବୃତ୍ତି ଦିଅନ୍ତି, ସେତେବେଳେ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri