ଚାକିରି ହୋଇଛି କହି ମିଠାରେ ନିଶା ଔଷଧ ଦେଲେ ଭଡ଼ାଟିଆ: ମାଲିକଙ୍କ ଘରୁ ଲୁଟିନେଲେ ୩୫ ଲକ୍ଷର ସୁନାଗହଣା

ମାଲକାନଗିରି,୨।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ମିଠାରେ ନିଶା ମିଶାଇ ଖାଇବାକୁ ଦେଇ ଅତି ସହଜରେ ସୁନାରୀଙ୍କ ଘରୁ କଳାକନା ବୁଲାଇଲେ ଭଡାରେ ରହୁଥିବା ଲୁଟେରା। ୩୫ ଲକ୍ଷ ଟଙ୍କାର ସୁନା ଗହଣା ସହ ଦୁଇ ଲକ୍ଷ ଟଙ୍କା ଧରି ଫେରାର୍‌ ହୋଇଯାଇଛନ୍ତି ଲୁଟେରା। ତେବେ ଏହି ଲୁଟ୍‌ ପାଇଁ ପ୍ରାୟ ୩ ମାସ ଧରି ବ୍ଲୁ ପ୍ରିଣ୍ଟ୍‌ ତିଆରି କରିଥିଲେ ଲୁଟେରା।
ଗତ ୩ ମାସ ପୂର୍ବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଜଗଦିଶ୍‌ ନାମକ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ମାଲକାନଗିରିର ‘ପ୍ରସାଦ ଜ୍ୱେଲର୍ସ’ର ମାଲିକ ସୁବାଷ ରାଜାରାମ ପାଟିଲଙ୍କ ଘରେ ଭଡାରେ ରହୁଥିଲେ। ସେହିଦିନ ଠାରୁ ଜଗଦିଶ୍‌ ସୁବାଷଙ୍କ ଘରୁ ଲୁଟ୍‌ କରିବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିଲେ। ତେବେ ସୋମବାର ରାତିରେ ସୁବାଷ ଦୋକାନ ବନ୍ଦକରି ସମସ୍ତ ସୁନା ଗହଣା ଆଣି ଘରେ ରଖିଥିଲେ। ଏହାର କିଛି ସମୟ ପରେ ଜଗଦିଶ୍‌ ମୋର ଚାକିରି ହୋଇଯାଇଥିବା କହି ସୁବାଷ ଓ ତାଙ୍କ ପରିବାର ବର୍ଗଙ୍କୁ ମିଠା ଦେବା ସହ ଆଖପାଖ ଅଞ୍ଚଳର ବହୁ ଲୋକଙ୍କୁ ମିଠା ଦେଇଥିଲେ। ମିଠା ଖାଇବା କ୍ଷଣି ସମସ୍ତେ ଅଚେତ ହୋଇପଡିଥିଲେ। ଏହାର ସୁଯୋଗ ନେଇ ଜଗଦିଶ୍‌ ଏକ ଗ୍ୟାସ୍‌ କଟର ସାହାଯ୍ୟରେ ସୁବାଷଙ୍କ ଝରକାର ଲୁହାଗୁଡିକୁ କାଟି ଘରୁ ସମସ୍ତ ସୁନା ଗହଣା ସହ ଆଲମାରି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସକାଳୁ ଉଠି ସୁବାଷ ଜାଣିବା ପରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ। ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତଜାରି ରଖିଛି। ତେବେ ଉକ୍ତ ଲୁଟେରା ସିସିଟିଭିକୁ ମଧ୍ୟ କାଢ଼ି ନେଇଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତା ନେଲା ଜୀବନ

ଢେଙ୍କାନାଳ ଅଫିସ/ରାସୋଳ,୮।୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକ୍ସନ ଅଧୀନ ମାଡୁଆ ଗ୍ରାମର ରବି ରାଉତ(୫୦)ଙ୍କ ଜୀବନ ନେଇଛି ହିଂସ୍ର ଦନ୍ତା। ସୋମବାର ସନ୍ଧ୍ୟାରେ...

ମାମଲା ରଫାଦଫା ପାଇଁ ଲାଞ୍ଚ: ଫରେଷ୍ଟର ଗିରଫ

ଦେବଗଡ, ୬ା୧୧(ଡି.ଏନ.ଏ.) : କାଠ ଜବତ ମାଲଲାର ରଫାଦଫା କରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନଖଣ୍ଡ...

୫୦ କୁଇଣ୍ଟାଲର ଇଲା ମାଛ

ଚାନ୍ଦବାଲି,୨୧।୧୦(ଡି.ଏନ.ଏ.):ଭଦ୍ରକ ଜିଲା ଧାମରା ମାଛଧରା ଜେଟିରେ ଶନିବାର ପ୍ରାୟ ୫୦ କୁଇଣ୍ଟାଲ ‘ଇଲା’ ମାଛ ଧରାଯାଇଛି। ଏହି ମାଛ ଦେଖିବାକୁ ଇଲଶି ପରି। ଏହାର ସ୍ଥାନୀୟ...

ଅଣ୍ଟାରେ ଅଟକିଛି ଭଙ୍ଗା ଛୁଞ୍ଚତ୍ ଘଟଣା:ଚିକିତ୍ସା ନ ପାଇ କଟକରୁ ଫେରିଲେ ଶିଶୁ କନ୍ୟା

ଅନୁଗୋଳ ଅଫିସ, ୧୯।୧୦ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁ କନ୍ୟା ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚତ୍ ଧରି ଶୁକ୍ରବାର...

ଶିକୁଳିରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨।୮:  ବରଗଡ଼ ଜିଲା ଅମ୍ବାଭୋନାର ଦୟାସାଗର ପୁରୀ। ବୟସ ୨୭ବର୍ଷ ହେବ। ଗ୍ରାମର ରାମେଶ୍ୱର ଓ ତପସ୍ବିନୀଙ୍କ ସାନପୁଅ ଦୟାସାଗର ଗତ ପ୍ରାୟ ୮ବର୍ଷ...

ଭବାନୀପାଟଣା ମ୍ୟାରେଜ ପ୍ୟାଲେସରେ ଚଢ଼ାଉ ପରେ ସିଲ୍‌ : ମାଲିକ ଅଟକ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): କରୋନା ମୁକାବିଲା ଗାଇଡଲାଇନ ଅନୁସାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ମ୍ୟାରେଜ ପ୍ୟାଲେସରେ ପୋଲିସ ଚଢ଼ାଉ କରିଛି। ମ୍ୟାରେଜ ପ୍ୟାଲେସ ମାଲିକ ପ୍ରକାଶ ଅଗ୍ରଓ୍ବାଲଙ୍କୁ...

୪ ବର୍ଷୀୟା ଭଉଣୀକୁ ବଳାତ୍କାର: ବଡ଼ଭାଇ ଗିରଫ

ସରଣ୍ଡା,୨୭।୭(ଡି.ଏନ୍‌.ଏ.): ନିଜର କାମପିପାସା ମେଣ୍ଟାଇବା ପାଇଁ ନାବାଳିକା ଭଉଣୀକୁ ବଳାତ୍କାର କରିଛନ୍ତି ବଡ଼ଭାଇ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବରଗଡ଼ ଜିଲା ଅତାବିରା ଥାନା...

ବାଲେଶ୍ୱରରେ ‘ମିଶନ ଶକ୍ତି କାଫେ’

ବାଲେଶ୍ୱର ଅଫିସ, ୨୮ା୧୨ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତୀକରଣ ବିଭାଗ ସହାୟତା ତଥା ମିଶନ...

Advertisement
Archives

Model This Week