Posted inଖେଳ

ଅନ୍ତିମ ଟେଷ୍ଟରୁ କାହିଁକି ବାଦ୍‌ ପଡ଼ିଲେ ବୁମରା

ଅହମ୍ମଦାବାଦ,୨।୩ : ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରାଙ୍କୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରୁ ବାଦ୍‌ ଦିଆଯାଇଛି। ଏହି ନିଷ୍ପତ୍ତି ପଛର କାରଣ ମଙ୍ଗଳବାର ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। କୌଣସି ଆହତ ସମସ୍ୟା କାରଣରୁ ବୁମରାଙ୍କୁ ବାଦ୍‌ ଦିଆଯାଇ ନାହିଁ। ତାଙ୍କୁ ବିଶ୍ରାମ ଦରକାର ଥିଲା। ସେ ନିଜେ ଏ ନେଇ ବିସିସିଆଇକୁ ଅନୁରୋଧ କରିଥିଲେ।

ଡାହାଣ ହାତୀ ପେସର ଏବେ ନିଜ ହୋମ ସିଟି ଅହମ୍ମଦାବାଦରେ ଅଛନ୍ତି। ଆଉ ଏହି ସହରରେ ସେ ତାଙ୍କ ମା’ଙ୍କ ସହ ରୁହନ୍ତି। ଆଗାକୁ ଆଇପିଏଲ, ଇଂଲଣ୍ଡ ଗସ୍ତ ଓ ଟି୨୦ ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ରହିଛି। ଏଥିନେଇ ତାଙ୍କୁ ବାୟୋ ବବଲରେ ରହିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି କ୍ରିକେଟରୁ କିଛି ସମୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୁମରା। ଗତକିଛି ବର୍ଷ ହେଲା ଏହି ୨୭ ବର୍ଷୀୟ ପେସର ଭାରତୀୟ ଦଳ ପାଇଁ ସମସ୍ତ ଫର୍ମାଟରେ ଷ୍ଟ୍ରାଇକ୍‌ ବୋଲର ପାଲଟିଛନ୍ତି। ୨୦୧୯ରେ ପିଠି ଜନିତ ସମସ୍ୟା କାରଣରୁ ତାଙ୍କୁ ୪ ମାସ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବାର ପୋଷିବା ପାଇଁ ଦିନେ ଚୋରି କରିଥିଲେ, ଏବେ ଭାଙ୍ଗିଲେ ଲାରାଙ୍କ ରେକର୍ଡ

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮: ସ୍ଥାନୀୟ କୁଇନ୍ସ ପାର୍କ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ୫୯ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ...

ପୁଣି ପଡିଆକୁ ଓହ୍ଲାଇପାରନ୍ତି ସଚିନ ତେନ୍ଦୁଲକର

ମୁମ୍ବାଇ,୧୬।୧୦: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ବ୍ରାଏନା ଲାରା, ମୁଥିଆ ମୂରଲୀଧରନଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବାର ଦେଖିବାକୁ ମିଳିବ। ୨୦୨୦ ଫେବୃଆରୀରେ...

ଆଇପିଏଲ୍‌ ଲାଗି ଘୁଞ୍ଚିଲା ଏହି ଦେଶର ଟି୨୦ ଲିଗ୍‌

କଲମ୍ବୋ, ୩୦।୯: ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌ସି) ପକ୍ଷରୁ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଟି୨୦ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ଟୁର୍ନାମେଣ୍ଟ ଏବେ ୨୧...

ତାମିମଙ୍କ ତ୍ରିଶତକ, ଭାଙ୍ଗିଲେ ବାଂଲାଦେଶ ପ୍ରଥମ ଶ୍ରେଣୀ ରେକର୍ଡ

ଢାକା,୩।୨- ବାଂଲାଦେଶ ଓପନର ତାମିମ ଇକବାଲ ଦେଶର ପ୍ରଥମ ଶ୍ରେଣୀ କ୍ରିକେଟରେ ୩୩୪ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ବାଂଲାଦେଶୀ...

୪୪୬ ରନ୍‌ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୪୪୬ ରନ୍‌ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା...

ଏସିଆ କପ୍‌ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ, ରୋମାଞ୍ଚକର ମୁକାବିଲାରେ ଜାପାନ ୨-୧ରେ ପରାଜିତ …

ଜାକର୍ତ୍ତା, ୨୮।୫ : ଏସିଆ କପ୍‌ ହକିରେ ଭାରତ ଜାପାନକୁ ୨-୧ ଗୋଲରେ ପରାଜିତ କରିଛି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ...

ଅଲିମ୍ପିକ୍‌ ଟିମ୍‌ ଅଗଷ୍ଟ ୧୫ରେ ଯିବେ ଲାଲ୍‌ କିଲ୍ଲା, ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୮: ଟୋକିଓ ଅଲିମ୍ପିକ୍‌ରେ ଯୋଗଦେବାକୁ ଯାଇଥିବା ଭାରତୀୟ ଟିମ୍‌ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ୍‌ କିଲ୍ଲାରେ ଯିବେ। ଏନେଇ...

ଭାରତ ଅଧିନାୟକ ଭଳି ବିସିସିଆଇର ନେତୃତ୍ୱ ନେବି

ମୁମ୍ବାଇ,୨୩।୧୦(ପି.ଟି.): ଭାରତୀୟ ଦଳର ନେତୃତ୍ୱ ନେଇ ଯେଉଁଭଳି କାର୍ଯ୍ୟ କରିଥିଲି, ଠିକ୍‌ ସେହିପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ...

Advertisement
Archives

Model This Week