ରତ୍ନଭଣ୍ଡାର ଖୋଲିବା ବେଳେ ଲାଗୁ ହେବ ସାମୟିକ କଟକଣା; ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ

ପୁରୀ,୧୪।୭: ଅନେକ ଚର୍ଚ୍ଚା ଆଲୋଚନା ପରେ ଖୋଲିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ସବୁ ପ୍ରସ୍ତୁତି ସାରିଥିବା ବେଳେ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ମଧ୍ୟ ଆସିଛି। ଏହାରି ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଡ଼ ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାର ଖୋଲିବା ସମୟରେ ଶ୍ରୀମନ୍ଦିରରେ ସାମୟିକ କଟକଣା ରହିବ। ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ସେମାନଙ୍କୁ ଯାଞ୍ଚ କରାଯିବ। ବେହରଣ ଦ୍ବାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ। ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦଶର୍ନ କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ତେବେ ରତ୍ନଭଣ୍ଡାର କେତେବେଳେ ଖୋଲାଯିବ ସେନେଇ ମନ୍ଦିରର ସେବାୟତମାନଙ୍କ ସହ ବିଚାରବିମର୍ଶ କରି ସମୟ ନିର୍ଘଣ୍ଟ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶନିବାର ଆଇନ ମନ୍ତ୍ରୀ ପୃ୍‌ଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟ ଅତ୍ୟନ୍ତ ସ୍ବଚ୍ଛତା ସହ ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି। କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି। ପ୍ରତ୍ୟେକ କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ ।

ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ସଂଖ୍ୟା, ଗୁଣାତ୍ମକ ମାନ, ଓଜନ ଓ ଫଟୋଚିତ୍ର ସମ୍ବଳିତ ଡିଜିଟାଲ କାଟାଲଗ୍‌ ମଧ୍ୟ ପ୍ରସ୍ତୁତ କରାଯିବ, ଯାହାକି ଭବିଷ୍ୟତ ପାଇଁ ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ଉପଯୋଗ କରିହେବ । ଏହି ସମସ୍ତ ପ୍ରକ୍ରିୟାରେ ଧାର୍ମିକ ଭାବାବେଗ, ସ୍ବଚ୍ଛତା ଓ ପାରଦର୍ଶିତାକୁ ଗୁରୁତ୍ୱ ଦିଆଯିବ। ଏ ନେଇ ପ୍ରସ୍ତୁତ ଏସ୍‌ଓପି ମନ୍ଦିର ପ୍ରଶାସନକୁ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି।

ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସ୍‌ଓପି ଚୂଡ଼ାନ୍ତ ପାଇଁ ବୈଠକ ବସି ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗ ଉପରେ ତର୍ଜମା କରାଯାଇଛି। ଏହି ସମସ୍ତ ପ୍ରକ୍ରିୟାର ସୁପରିଚାଳନା ପାଇଁ ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ଓପିରେ ସବୁକଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କେଉଁ କମିଟି କ’ଣ କାର୍ଯ୍ୟ କରିବ ତାହା ମଧ୍ୟ ଉଲ୍ଲେଖ ରହିଛି। ଗଣତି ସମୟରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ମଧ୍ୟ ରହିବେ। ସେହିଭଳି ଭିତର ରତ୍ନଭଣ୍ଡାରକୁ କେଉଁମାନେ ଯିବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇଛି। ବିଭିନ୍ନ କମିଟିରେ ମନ୍ଦିର ପରିଚାଳନା ସଦସ୍ୟ, ସେବାୟତ, ଏଏସ୍‌ଆଇ ପ୍ରତିନିଧି, ରିଜର୍ଭ ବ୍ୟାଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏସବୁ କମିଟିର ସୁପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଗତଥର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କାର୍ଯ୍ୟ ପାଇଁ ୭୦ରୁ ୭୨ ଦିନ ସମୟ ଲାଗିଥିଲା। ଚଳିତଥର ଟେକ୍ନୋଲୋଜିରେ ସୁଧାର ଆସିଛି। ମାତ୍ର ଏହି କାର୍ଯ୍ୟ ପାଇଁ କେତେଦିନ ସମୟ ଲାଗିବ ତାହା କହିବା ଏବେ ସମ୍ଭବପର ନୁହେଁ । ଏହି ମରାମତି ଓ ଗଣତିମଣତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ଏକ ସମ୍ବେଦନଶୀଳ ପ୍ରସଙ୍ଗ । ମହାପ୍ରଭୁଙ୍କ ନୀତି ତଥା ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ କିଛି କଥା ଲୁକ୍କାୟିତ ରହିବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୧ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?