Posted inଜାତୀୟ

‘ମଥୁରା-କାଶୀରେ ମନ୍ଦିର ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ କରାଯାଇଛି… ସର୍ଭେ, କୋର୍ଟର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ,୮।୨: ଜ୍ଞାନବାପି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ଅଲିଗଡ ମୁସଲିମ୍‌ ୟୁନିଭର୍ସିଟିର ପ୍ରଫେସର ତଥା ଜଣାଶୁଣା ଐତିହାସିକ ଇରଫାନ ହବିବଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ମଥୁରା ଏବଂ କାଶୀର ମନ୍ଦିର ଭାଙ୍ଗି ମସଜିଦ ର୍ନିମାଣ କରାଯାଇଛି। ଅନେକ ଇତିହାସ ପୁସ୍ତକରେ ଏହାର ଉଲ୍ଲେଖ କରାଯାଇଛି। ଏହାକୁ ପ୍ରମାଣ କରିବାକୁ କୌଣସି ସର୍ଭେ କିମ୍ବା କୋର୍ଟ କଚେରୀର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସେହିଭଳି ୧୯୯୧ରେ ପୂଜାପାଠ ସ୍ଥାନ ଭାବରେ ଏହାର ବର୍ତ୍ତମାନର ସ୍ବରୂପକୁ ସଂରକ୍ଷିତ କରାଯାଇଛି, ଯାହା ଅନୁଯାୟୀ ୧୯୪୭ର ସ୍ଥିତିକୁ ବଜାୟ ରଖିବାକୁ ପଡିବ। ଯଦି କୌଣସି ପରିବର୍ତ୍ତନ କରିବାକୁ ହୁଏ ତେବେ ଏଥିପାଇଁ ଆଇନକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ସେ ମଧ୍ୟ କହିଛନ୍ତି।

ହବିବ କହିଛନ୍ତି, ୧୯୯୧ର ପ୍ଲେସ ଅଫ ଓରସିପ୍‌ ଅଧିନିୟମ ଅନୁଯାୟୀ ଏହାର ବର୍ତ୍ତମାନର ସ୍ବରୂପ ସୁରକ୍ଷିତ ଅଛି। ତଦନୁଯାୟୀ ୧୯୪୭ର ସ୍ଥିତି ବଜାୟ ରଖିବାକୁ ପଡିବ। କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରିବାକୁ ପଡିବ। ଏଥିପାଇଁ ଆଇନକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ। ତିନି ଶହ, ଚାରି ଶହ ବର୍ଷ ପରେ ସେଗୁଡ଼ିକର ମରାମତି କରିବାର ଅର୍ଥ କ’ଣ? ଏହା ସହିତ ସେ ଏକ ଉଦାହରଣ ଭାବରେ କହିଛନ୍ତି ଯେ ଭାରତରେ ହଜାର ହଜାର ବୌଦ୍ଧମଠଗୁଡ଼ିକୁ ଭାଙ୍ଗି ମନ୍ଦିର ନିର୍ମାଣ କରାଯାଇଥିଲା। ଏହା ପରେ ତୁମେ ସେଗୁଡ଼ିଙ୍କୁ ମଧ୍ୟ ଭାଙ୍ଗିବ କି? ଗୟାର ମହାବୋଧି ମନ୍ଦିର ଏହାର ତାଜା ଉଦାହରଣ। ଯେଉଁଠାରେ ଶୈବ ଧର୍ମର ଲୋକମାନେ କବ୍ଜା କରିଛନ୍ତି। ହେଲେ ବର୍ତ୍ତମାନ ଉଭୟ ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀ ଏଠାରେ ପୂଜା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri