Posted inଜାତୀୟ

ପେନ୍‌ସନ ଅର୍ଥରେ ମନ୍ଦିର ତୋଳିଲେ ମୁସଲମାନ ବ୍ୟକ୍ତି

ଚାମରାଜନଗର,୧୨।୪: କର୍ନାଟକରେ କିଛି ମାସ ହେଲା ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଥିବାବେଳେ ଚାମରାଜନଗର ଜିଲାରେ ଜଣେ ମୁସଲମାନ ନିଜ ପେନ୍‌ସନ ଅର୍ଥରେ ମନ୍ଦିର ନିର୍ମାଣ କରି ରାଜ୍ୟବାସୀଙ୍କ ହୃଦୟ ଜିତିପାରିଛନ୍ତି। ପି. ରହମନ ନାମକ ଏହି ବ୍ୟକ୍ତି ଚିକ୍କାହୋଲ୍‌ ଜଳଭଣ୍ଡାରରେ କାର୍ଯ୍ୟ କରନ୍ତି। ସେ ନିଜ ପେନ୍‌ସନ ଅର୍ଥ ଖର୍ଚ୍ଚ କରି ଜଳଭଣ୍ଡାର ନିକଟରେ ଏକ ଗଣେଶ ମନ୍ଦିର ନିର୍ମାଣ କରିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ମନ୍ଦିର ତୋଳିବା ଲାଗି ତାଙ୍କୁ ଦୈବୀବାଣୀ ହୋଇଥିଲା। ଏହା ତାଙ୍କର ଜୀବନବ୍ୟାପୀ ଅଭିଜ୍ଞତା, ଯାହା ମନେପଡ଼ିଲେ, ଆଖିକୁ ଲୁହ ଆସିଯାଇଥାଏ ବୋଲି ସେ କହିଛନ୍ତି।
ରହମନ କେବଳ ମନ୍ଦିର ନିର୍ମାଣ କରିନାହାନ୍ତି, ସେଠାରେ ଜଣେ ପୂଜକଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କୁ ପ୍ରତି ମାସରେ ୪,୦୦୦ ଟଙ୍କା ପାରିଶ୍ରମିକ ଦେଇଥାନ୍ତି ରହମନ। ଏହା ବ୍ୟତୀତ ପ୍ରତି ସୋମବାର ଓ ଶୁକ୍ରବାର ସେ ମନ୍ଦିର ପାଇଁ ଫୁଲ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଆୟୋଜନ କରିଥାନ୍ତି। ପୂଜାରେ ସାମିଲ ହୋଇଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ସେ ପ୍ରସାଦ ବଣ୍ଟନ କରିଥାନ୍ତି। ନିକଟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ସମ୍ପର୍କରେ ପ୍ରଶ୍ନ ହେବାରୁ ଲୋକେ କାହିଁକି ଏଭଳି ହୁଅନ୍ତି, ତାହା ସେ ବୁଝିପାରନ୍ତି ନାହିଁ ବୋଲି କହିଛନ୍ତି। ସମସ୍ତଙ୍କ ରକ୍ତ ସମାନ, ମଣିଷ ମଧ୍ୟରେ କୌଣସି ଭିନ୍ନତା ନାହିଁ ବୋଲି ରହମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ଆମ ହାତରୁ ଖସିଯାଇପାରେ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବ ପରେ ହୁଏତ କେହି ବଡ ବଡ କଂଗ୍ରେସ ନେତା ଏହା ଉପରେ ପ୍ରତିକ୍ରିୟା ରଖି ନ ଥିଲେ।...

ନୀତୀଶଙ୍କ ସହ ନାହିଁ କୌଣସି ଶତ୍ରୁତା କେବଳ ନୀତିର ଲଢେଇ: ଚିରାଗ

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଏନ୍‌ଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢୁଛି । ଏହା ପଛର କାରଣ ହେଉଛି...

ସାଧାରଣ ଲକ୍ଷଣ ସହ ବଢିବ ଓମିକ୍ରନ୍‌: ଟିକା ଦେବ ସୁରକ୍ଷା

ନୂଆଦିଲ୍ଲୀ,୨୬ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଓମିକ୍ରନ୍ ଭାରିଏଣ୍ଟର ଚିହ୍ନଟ କରିଥିବା ଡା.ଏଞ୍ଜେଲିକ କୋଏତଜୀ କହିଛନ୍ତି ଭାରତରେ ଓମିକ୍ରନ ସାମାନ୍ୟ ଲକ୍ଷଣ ସହ ପ୍ରସାର...

କହ୍ନେୟାଙ୍କ ନଁ। ରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ,୨୯ା୨(ପି.ଟି.): ଜବାହରଲାଲ ନେହେରୁ ଛାତ୍ର ସଂସଦ (ଜେଏନ୍‌ୟୁଏସ୍‌ୟୁ)ର ପୂର୍ବତନ ସଭାପତି କହ୍ନେୟା କୁମାର ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଚାଲିବ। ଏଥିପାଇଁ ଦିଲ୍ଲୀ...

ଫାଶୀ ଦିଆଯିବା ପୂର୍ବରୁ ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁ ନାହାନ୍ତି ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଏବେ ଫାଶୀ ଦିଆଯିବାର ସମୟ ପାଖେଇ ଆସୁଥିବା ଜଣାପଡିଛି। ଆସନ୍ତା ୧୬ରେ ଏମାନଙ୍କୁ ଫାଶୀ...

ମାର୍ଚ୍ଚରେ ଅବସର ନେବାକୁ ଥିବା ଡାକ୍ତର, ନର୍ସ ଆଉ ୨ ମାସ ଯୋଗାଇବେ ସେବା

ଚେନ୍ନାଇ,୩୧।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ସବୁ ରାଜ୍ୟରେ...

ବେଅନ୍ତ ସିଂଙ୍କ ହତ୍ୟାକାରୀ ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୩ା୧୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂଙ୍କ ହତ୍ୟାକାରୀ ବଲଓ୍ବନ୍ତ ସିଂ ରାଜୋଆନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରାଯାଇଛି। ୧୯୯୫ ଅଗଷ୍ଟ...

ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ...

Advertisement
Archives

Model This Week