ବୃଦ୍ଧା,ବୃଦ୍ଧ, ଦିବ୍ୟାଙ୍ଗଙ୍କୁ ଡିବିଟି ଚିନ୍ତା

ରସୁଲପୁର,୧୨ା୪(ଡି.ଏନ୍‌.ଏ.):ସାମାଜିକ ନିରାପତ୍ତା ଯୋଜନା ଜରିଆରେ ବୃଦ୍ଧା,ବୃଦ୍ଧ, ବିଧବା, ଦିବ୍ୟାଙ୍ଗମାନଙ୍କୁ ପ୍ରତିମାସରେ ଭତ୍ତା ପ୍ରଦାନ କରାଯାଉଛି। ଏଥିପାଇଁ ପ୍ରତି ମାସର ୧୫ତାରିଖକୁ ଜନସେବା ଦିବସ ଭାବେ ଘୋଷଣା କରାଯାଇଛି। ଏହି ଦିବସରେ ଅବା ତା’ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀମାନଙ୍କୁ ୫୦୦ ଓ ୭୦୦ଟଙ୍କା ଲେଖାଏ ଭତ୍ତା ବାବଦ ନଗଦ ଅର୍ଥ ପ୍ରଦାନ କରାଯାଉଛି। ଏହି କ୍ରମରେ ରସୁଲପୁର ବ୍ଲକରେ ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନା ଜରିଆରେ ୨୮ପଞ୍ଚାୟତର ମୋଟ୍‌ ୯୧୫୪ଜଣ ବୃଦ୍ଧାବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଯୋଜନାରେ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୫୭୯୦ଜଣ, ବିଧବା ଭତ୍ତା ଯୋଜନାରେ ୨୦୪୧ଜଣ, ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ୪୩୯ଜଣ ହିତାଧିକାରୀ ଉପକୃତ ହେଉଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ଭତ୍ତା ଯୋଜନାରେ ସାମିଲ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ସହାୟତା ରାଶି ବ୍ୟାଙ୍କ ଜମା ଖାତାକୁ ଯାଉଛି ା ରାଜ୍ୟ ସରକାରଙ୍କ ଭତ୍ତା ସିଧାସଳଖ ହିତାଧିକାରୀଙ୍କୁ ପଞ୍ଚାୟତରେ ପ୍ରଦାନ କରାଯାଉଛି। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀଙ୍କ ଜମାଖାତାକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଡି) ଜରିଆରେ ଭତ୍ତା ଅର୍ଥ ପ୍ରଦାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆଉ ହିତାଧିକାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆଉ ଆସିବାକୁ ପଡିବ ନାହିଁ। ପ୍ରତିମାସରେ ହିତାଧିକାରୀଙ୍କ ଜମାଖାତାକୁ ଭତ୍ତା ଅର୍ଥ ପଠାଯିବାର ବ୍ୟବସ୍ଥା କରାଯାଉଛି। ତେବେ ସରକାରଙ୍କ ଏହି ଡିବିଟି ଯୋଜନା ବୃଦ୍ଧା,ବୃଦ୍ଧ, ଦିବ୍ୟାଙ୍ଗମାନଙ୍କୁ ବିଶେଷ କଷ୍ଟ ଦେଉଛି। ଏହି ବର୍ଗର ଅଧିକାଂଶ ହିତାଧିକାରୀଙ୍କ ଜମା ଖାତା ନାହିଁ। ସେମାନଙ୍କ ଟିପର ଛାପ ଟଙ୍କା ଉଠାଣ ମେଶିନରେ ଦୃଶ୍ୟମାନ ହେଉନାହିଁ। ସ୍କାନରରେ ଆଖିର ଡୋଳା ଚିହ୍ନଟ ହୋଇପାରୁ ନାହିଁ। ଏହି ବର୍ଗର ହିତାଧିକାରୀଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ଜମାଖାତା ଖୋଲା ଯାଇ ପାରୁନାହିଁ। ଫଳରେ ସେମାନେ ଏହି ଯୋଜନାରୁ ବାଦ୍‌ ପଡିବା ଆଶଙ୍କା ଦେଖାଦେଇଛି। ଏ ନେଇ ସରକାରୀ ନିର୍ଦ୍ଦେଶାନାମା ରହିଛି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି। ତେବେ କୌଣସି ଆଳ ଦେଖାଇ ସାମାଜିକ ନିରାପତ୍ତା ଯୋଜନାରୁ କାହାରିକୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। ଯଦି କୌଣସି ବ୍ୟକ୍ତି ଶର୍ଯ୍ୟାଶାୟୀ ଥାଆନ୍ତି ଅବା ଭତ୍ତା ଟଙ୍କା ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଯାଇ ନ ପାରନ୍ତି, ସେମାନଙ୍କ ପାଖରେ ସହାୟତା ରାଶି ନିଶ୍ଚିତ କରିବାକୁ ନିୟମ ରହିଛି। ଅନ୍ୟପକ୍ଷେ କେନ୍ଦ୍ରୀୟ ଯୋଜନାରେ ଡିବିଟି ହୋଇଥିବା ହିତାଧିକାରୀଙ୍କ ଜମାଖାତାକୁ ସହାୟତା ରାଶି ଆସିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। କେତେକ ହିତାଧିକାରୀଙ୍କ ଖାତାକୁ ନିର୍ଦ୍ଧାରିତଠାରୁ ଅଧିକ ଟଙ୍କା ଯାଉଛି। ଆଉ କେତେକଙ୍କ ଖାତାକୁ କମ୍‌ ଟଙ୍କା ଆସୁଥିବା ହିତାଧିକାରୀମାନେ କହିଛନ୍ତି। ଏଭଳି ସ୍ଥିତିରେ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜମାଖାତାକୁ ଟଙ୍କା ଗଲେ ବହୁତ ଅସୁବିଧା ହେଉଥିବା ଜାଣି ହିତାଧିକାରୀମାନେ ଡିବିଟି ପ୍ରକ୍ରିୟାରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହି ଆଳରେ ନିଜ ନାମରେ ଥିବା ଜମାଖାତା, ଆଧାରକାର୍ଡ ଆଦି ପ୍ରଦାନ କରିବାକୁ ପଛଘୁଞ୍ଚା ହେଉଛନ୍ତି।
ଏ ନେଇ ଜିଲା ସାମାଜିକ ନିରାପତ୍ତା ଅଧିକାରୀ ରବୀନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ଡିବିଟି ପ୍ରକ୍ରିୟାକୁ ଏକ ସ୍ପଟ୍‌ୱେୟାର ଜରିଆରେ କାର୍ଯ୍ୟକାରୀ କରାଯାଉଛି। ସେଥିରେ ତ୍ରୁଟି ଯୋଗୁ ଆକାଉଣ୍ଟକୁ ଟଙ୍କା ଯିବାରେ କମ୍‌ ବେଶୀ ହେଉଛି ା ସେ ସବୁ ତ୍ରୁଟିକୁ ସଜାଡି ଦିଆଯିବ। ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଯାଞ୍ଚ କରି ଭତ୍ତା ବଣ୍ଟନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଜମାଖାତା ନାହିଁ କି ଆଧାର କାର୍ଡ ନାହିଁ, ସେମାନଙ୍କ ପାଇଁ ଏକ ବିକଳ୍ପ ବ୍ୟବସ୍ଥା କରାଯିବ। ଯେଉଁମାନେ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯାଇପାରୁ ନାହାଁନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଘରେ ବ୍ୟାଙ୍କ ମିତ୍ର ଜରିଆରେ ଟଙ୍କା ପହଁଚାଇବାକୁ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରାଗାରରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ

ସମ୍ବଲପୁର,୧୪ା୫(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରର ଜଣେ କଏଦୀ ରବିବାର ପାଇଖାନାକୁ ଶୌଚ ହେବାକୁ ଯାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସଦର...

ଅଦରକାରୀ ହୋଇଛି ଜାଗା ମିଶନ ଯୋଜନା

ବ୍ରହ୍ମପୁର ଅଫିସ୍‌, ୭ା୧୧: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨ ନଂ. ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ବଚ୍ଛ...

ଜଳିଗଲା ଟାଟା ମ୍ୟାଜିକ, କାରଣ ଅସ୍ପଷ୍ଟ

ଚୌଦ୍ୱାର,୨୦।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ତାରେଣୀ ବଜାରରେ ଏକ ଟାଟା ମ୍ୟାଜିକ ଗାଡ଼ି (ଓଆର୍‌ ୦୫ଏମ୍‌୭୫୨୩) ମଙ୍ଗଳବାର ବିଳମ୍ବିତ ରାତିରେ ଜଳିଯାଇଛି। ଗାଡ଼ିଟି...

ନାବାଳକଙ୍କୁ ପଥର ଛେଚି ହତ୍ୟା

କୋରାପୁଟ,୧୬ା୪(ସ୍ବ.ପ୍ର): ମୋବାଇଲ ଗେମ୍‌ ନିଶାରେ ପିଲା ଓ ଯୁବକମାନେ ଏତେ ଆସକ୍ତ ହୋଇପଡ଼ୁଛନ୍ତି ଯେ ସେମାନେ ଜଘନ୍ୟ କାଣ୍ଡ ଘଟାଇବାକୁ ପଛାଉନାହାନ୍ତି। କୋରାପୁଟ ଜିଲାରେ ଗୁରୁବାର...

ବାପାଙ୍କୁ ହତ୍ୟାକରି ଚତୁର୍ଥୀ ପୂର୍ବରୁ ଜେଲଗଲେ ପୁଅ

କେନ୍ଦୁଝର/ଝୁମ୍ପୁରା,୯ା୭ (ସ୍ବ.ପ୍ର.): ବିବାହ ସରିଲା। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜ୍ଜା ଚାଲିଥିଲା। କିଛି ଘଣ୍ଟା ପରେ ହୋଇଥାନ୍ତା ଚତୁର୍ଥୀ। ମାତ୍ର ବାପାଙ୍କୁ ହତ୍ୟାକରି ଜେଲ...

ପ୍ରଦ୍ୟୁମ୍ନ ହତ୍ୟା ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୪।୮(ଡି.ଏନ.ଏ)-ଜଗନ୍ନାଥପ୍ରସାଦ ଥାନା ଗୋଚ୍ଛାବାଡ଼ିର ପ୍ରଦ୍ୟୁମ୍ନ କୁମାର ନାୟକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡ଼ିଜେ ମହଲତ ସା ମାମଲାର ବିଚାର କରି...

ପଲାସାରୁ ଚାଲି ଚାଲି ଫେରୁଥିଲେ: ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକଙ୍କୁ ଘରକୁ ପଠାଇଲା ଗଞ୍ଜାମ ପୋଲିସ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.)- ଆନ୍ଧ୍ରପ୍ରଦେଶର ପଲାସାଠାରୁ ୧୬ ଜଣ ଶ୍ରମିକ ନିଜ ନିଜ ଘର ଅନୁଗୋଳ ଓ ବୌଦ୍ଧ ଜିଲାକୁ ଚାଲି ଚାଲି ଯିବାବେଳେ ଗଞ୍ଜାମ ପୋଲିସ ଜ଼ିଲାର...

ଓଭରଟେକ୍‌ ବେଳେ ଟ୍ରକକୁ ଧକ୍କା ଦେଲା କାର

ଭଦ୍ରକ ଅଫିସ, ୨୦।୧୧: ଓଭରଟେକ୍‌ କରିବା ବେଳେ ଟ୍ରକକୁ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର ହୋଇଛନ୍ତି ।...

Advertisement
Archives

Model This Week