ବୃଦ୍ଧା,ବୃଦ୍ଧ, ଦିବ୍ୟାଙ୍ଗଙ୍କୁ ଡିବିଟି ଚିନ୍ତା

ରସୁଲପୁର,୧୨ା୪(ଡି.ଏନ୍‌.ଏ.):ସାମାଜିକ ନିରାପତ୍ତା ଯୋଜନା ଜରିଆରେ ବୃଦ୍ଧା,ବୃଦ୍ଧ, ବିଧବା, ଦିବ୍ୟାଙ୍ଗମାନଙ୍କୁ ପ୍ରତିମାସରେ ଭତ୍ତା ପ୍ରଦାନ କରାଯାଉଛି। ଏଥିପାଇଁ ପ୍ରତି ମାସର ୧୫ତାରିଖକୁ ଜନସେବା ଦିବସ ଭାବେ ଘୋଷଣା କରାଯାଇଛି। ଏହି ଦିବସରେ ଅବା ତା’ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀମାନଙ୍କୁ ୫୦୦ ଓ ୭୦୦ଟଙ୍କା ଲେଖାଏ ଭତ୍ତା ବାବଦ ନଗଦ ଅର୍ଥ ପ୍ରଦାନ କରାଯାଉଛି। ଏହି କ୍ରମରେ ରସୁଲପୁର ବ୍ଲକରେ ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନା ଜରିଆରେ ୨୮ପଞ୍ଚାୟତର ମୋଟ୍‌ ୯୧୫୪ଜଣ ବୃଦ୍ଧାବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଯୋଜନାରେ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୫୭୯୦ଜଣ, ବିଧବା ଭତ୍ତା ଯୋଜନାରେ ୨୦୪୧ଜଣ, ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ୪୩୯ଜଣ ହିତାଧିକାରୀ ଉପକୃତ ହେଉଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ଭତ୍ତା ଯୋଜନାରେ ସାମିଲ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ସହାୟତା ରାଶି ବ୍ୟାଙ୍କ ଜମା ଖାତାକୁ ଯାଉଛି ା ରାଜ୍ୟ ସରକାରଙ୍କ ଭତ୍ତା ସିଧାସଳଖ ହିତାଧିକାରୀଙ୍କୁ ପଞ୍ଚାୟତରେ ପ୍ରଦାନ କରାଯାଉଛି। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀଙ୍କ ଜମାଖାତାକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଡି) ଜରିଆରେ ଭତ୍ତା ଅର୍ଥ ପ୍ରଦାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆଉ ହିତାଧିକାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆଉ ଆସିବାକୁ ପଡିବ ନାହିଁ। ପ୍ରତିମାସରେ ହିତାଧିକାରୀଙ୍କ ଜମାଖାତାକୁ ଭତ୍ତା ଅର୍ଥ ପଠାଯିବାର ବ୍ୟବସ୍ଥା କରାଯାଉଛି। ତେବେ ସରକାରଙ୍କ ଏହି ଡିବିଟି ଯୋଜନା ବୃଦ୍ଧା,ବୃଦ୍ଧ, ଦିବ୍ୟାଙ୍ଗମାନଙ୍କୁ ବିଶେଷ କଷ୍ଟ ଦେଉଛି। ଏହି ବର୍ଗର ଅଧିକାଂଶ ହିତାଧିକାରୀଙ୍କ ଜମା ଖାତା ନାହିଁ। ସେମାନଙ୍କ ଟିପର ଛାପ ଟଙ୍କା ଉଠାଣ ମେଶିନରେ ଦୃଶ୍ୟମାନ ହେଉନାହିଁ। ସ୍କାନରରେ ଆଖିର ଡୋଳା ଚିହ୍ନଟ ହୋଇପାରୁ ନାହିଁ। ଏହି ବର୍ଗର ହିତାଧିକାରୀଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ଜମାଖାତା ଖୋଲା ଯାଇ ପାରୁନାହିଁ। ଫଳରେ ସେମାନେ ଏହି ଯୋଜନାରୁ ବାଦ୍‌ ପଡିବା ଆଶଙ୍କା ଦେଖାଦେଇଛି। ଏ ନେଇ ସରକାରୀ ନିର୍ଦ୍ଦେଶାନାମା ରହିଛି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି। ତେବେ କୌଣସି ଆଳ ଦେଖାଇ ସାମାଜିକ ନିରାପତ୍ତା ଯୋଜନାରୁ କାହାରିକୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। ଯଦି କୌଣସି ବ୍ୟକ୍ତି ଶର୍ଯ୍ୟାଶାୟୀ ଥାଆନ୍ତି ଅବା ଭତ୍ତା ଟଙ୍କା ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଯାଇ ନ ପାରନ୍ତି, ସେମାନଙ୍କ ପାଖରେ ସହାୟତା ରାଶି ନିଶ୍ଚିତ କରିବାକୁ ନିୟମ ରହିଛି। ଅନ୍ୟପକ୍ଷେ କେନ୍ଦ୍ରୀୟ ଯୋଜନାରେ ଡିବିଟି ହୋଇଥିବା ହିତାଧିକାରୀଙ୍କ ଜମାଖାତାକୁ ସହାୟତା ରାଶି ଆସିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। କେତେକ ହିତାଧିକାରୀଙ୍କ ଖାତାକୁ ନିର୍ଦ୍ଧାରିତଠାରୁ ଅଧିକ ଟଙ୍କା ଯାଉଛି। ଆଉ କେତେକଙ୍କ ଖାତାକୁ କମ୍‌ ଟଙ୍କା ଆସୁଥିବା ହିତାଧିକାରୀମାନେ କହିଛନ୍ତି। ଏଭଳି ସ୍ଥିତିରେ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜମାଖାତାକୁ ଟଙ୍କା ଗଲେ ବହୁତ ଅସୁବିଧା ହେଉଥିବା ଜାଣି ହିତାଧିକାରୀମାନେ ଡିବିଟି ପ୍ରକ୍ରିୟାରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହି ଆଳରେ ନିଜ ନାମରେ ଥିବା ଜମାଖାତା, ଆଧାରକାର୍ଡ ଆଦି ପ୍ରଦାନ କରିବାକୁ ପଛଘୁଞ୍ଚା ହେଉଛନ୍ତି।
ଏ ନେଇ ଜିଲା ସାମାଜିକ ନିରାପତ୍ତା ଅଧିକାରୀ ରବୀନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ଡିବିଟି ପ୍ରକ୍ରିୟାକୁ ଏକ ସ୍ପଟ୍‌ୱେୟାର ଜରିଆରେ କାର୍ଯ୍ୟକାରୀ କରାଯାଉଛି। ସେଥିରେ ତ୍ରୁଟି ଯୋଗୁ ଆକାଉଣ୍ଟକୁ ଟଙ୍କା ଯିବାରେ କମ୍‌ ବେଶୀ ହେଉଛି ା ସେ ସବୁ ତ୍ରୁଟିକୁ ସଜାଡି ଦିଆଯିବ। ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଯାଞ୍ଚ କରି ଭତ୍ତା ବଣ୍ଟନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଜମାଖାତା ନାହିଁ କି ଆଧାର କାର୍ଡ ନାହିଁ, ସେମାନଙ୍କ ପାଇଁ ଏକ ବିକଳ୍ପ ବ୍ୟବସ୍ଥା କରାଯିବ। ଯେଉଁମାନେ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯାଇପାରୁ ନାହାଁନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଘରେ ବ୍ୟାଙ୍କ ମିତ୍ର ଜରିଆରେ ଟଙ୍କା ପହଁଚାଇବାକୁ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?