ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି: ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୬।୬(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଉଛି। ପଶ୍ଚିମର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ରବିବାର ୫ଟି ସ୍ଥାନରେ ପାରଦ ୪୪ ଡିଗ୍ରୀ ଟପିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୪.୬ ଡିଗ୍ରୀ ଥିବାବେଳେ ସୋନପୁର ୪୪.୫, ବୌଦ୍ଧ ୪୪.୩, ନୂଆପଡ଼ା ୪୪ ଓ ବଲାଙ୍ଗୀରରେ ତାପମାତ୍ରା ୪୪.୩ ଡିଗ୍ରୀ ରହିଥିଲା। ସେହିଭଳି ଝାରସୁଗୁଡ଼ା ୪୨.୮, ସମ୍ବଲପୁର ୪୩.୭, ସୁନ୍ଦରଗଡ଼ ୪୨.୫, ହୀରାକୁଦ ୪୨.୮, ଭବାନୀପାଟଣା ୪୩, ଫୁଲବାଣୀ ୪୦.୨ ଓ ମାଲକାନଗିରିରେ ପାରଦ ୪୨ ଡିଗ୍ରୀ ଛୁଇଁଥିବାବେଳେ ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୩୩.୮ ଓ ୩୪ ଡିଗ୍ରୀ ରହିଥିଲା। ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳି ଜାରି ରହିବ। ଆସନ୍ତା ଦୁଇଦିନ ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ବରଗଡ଼ ଆଦି ୪ ଜିଲାକୁ ହିଟ୍‌ ଓ୍ବେଭ୍‌ ବା ଗ୍ରୀଷ୍ମ ପ୍ରବାହ ହେବ। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିବା ସହିତ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାକ୍‌ସାବଧାନତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତର ସମ୍ଭାବନା ରହିଥିବାରୁ କେତେକ ଜିଲାକୁ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ସୂଚନାନୁସାରେ, ୧୨ ତାରିଖ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବ ନାହିଁ। ବର୍ତ୍ତମାନ ଉତ୍ତର ପଶ୍ଚିମ ଆଡୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ତେଣୁ ଦିନରେ ପ୍ରଚଣ୍ଡ ଖରା ହେଉଛି। ଉପକୂଳରେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ସାଙ୍ଗକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି। ଫଳରେ ଜଳବାୟୁରେ ଥିବା ଆର୍ଦ୍ରତା ଗୁଳୁଗୁଳି ବଢ଼ାଉଛି। ଉପକୂଳରେ ଦିନରେ ୫୦% ଗୁଳୁଗୁଳି ରହୁଥିବାବେଳେ ସା ସମୟରେ ଏହା ବୃଦ୍ଧି ପାଇ ୭୦% ହୋଇଯାଉଛି। ତେଣୁ ରାତିରେ ମଧ୍ୟ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ୧୧ ତାରିଖ ପର୍ଯ୍ୟନ୍ତ ତାତି ଲାଗି ରହିବ। ଫଳରେ ମୌସୁମୀ ଆସିବାରେ ବି ବିଳମ୍ବ ହେଉଛି। ତେବେ ଆସନ୍ତା ୧୨ ତାରିଖବେଳକୁ ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ହେଲେ ଏହା ଦୁର୍ବଳ ରହିବ। ତେଣୁ ବିଶେଷ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ୟାସ୍‌’

ଭୁବନେଶ୍ୱର,୨୩।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ସୋମବାର ସକାଳ ସୁଦ୍ଧା ବାତ୍ୟା ‘ୟାସ’ରେ ପରିଣତ ହେବ। ପ୍ରାରମ୍ଭିକ ଆକଳନ...

ଆରମ୍ଭ ହେଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଦୋନ୍ନତି ପାଇବାକୁ ଆଶା ରଖିଥିବା କର୍ମଚାରୀମାନଙ୍କର ମଙ୍ଗଳବାର ଠାରୁ ପଦୋନ୍ନତି ଅଦାଲତରେ ଶୁଣାଣି ଆରମ୍ଭ ହୋଇଛି। ପୂର୍ବ ଘୋଷଣା ମୁତାବକ ୬ଟି ସ୍ଥାନରେ ଆବେଦନଗୁଡ଼ିକର...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଆଇଏଏସ୍‌, ଆଇଏଫଏସ୍‌ ଅଧିକାର

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ରଞ୍ଜନ ଦାସ ଓ କନ୍ଧମାଳ ଜିଲାରେ ଅଭିମନ୍ୟୁ...

ରାଜ୍ୟରେ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୫୩୦ ଜଣ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ ୬୧, କଟକରୁ ୩୫,...

୯ରୁ ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୮ା୭(ବ୍ୟୁରୋ): ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ଼ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାସହ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର...

ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ...

‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ରେ କରାଯିବ ଗାନ

ଭୁବନେଶ୍ୱର,୮।୬(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ ମଧ୍ୟରେ ଗାନ କରାଯିବ। ତେବେ ଏହାର ସ୍ବର, ଲୟ ଏବଂ ତାଳ କ’ଣ ହେବ ସେ ନେଇ...

ରତ୍ନବେଦିରେ ମହାପ୍ରଭୁ

ଢେଙ୍କାନାଳ ଅଫିସ, ୩।୭ ଢେଙ୍କାନାଳ ଶ୍ରୀବଳରାମ ମନ୍ଦିରରେ ଗୁରୁବାର ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ରାତି ସାଢ଼େ ୮ଟାରେ ମହାପ୍ରଭୁଙ୍କୁ ଅସ୍ଥାୟୀ...

Advertisement
Archives

Model This Week