ନୂଆ ମନ୍ତ୍ରୀଙ୍କୁ ୬-ଟି ମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର,୬।୬(ବ୍ୟୁରୋ): ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀମାନେ ୫-ଟି ବଦଳରେ ୬-ଟି ରେ କାମ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି। ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟାଇମ୍‌, ଟ୍ରାନ୍ସଫରମେଶନ(୫-ଟି)କୁ ନେଇ କାର୍ଯ୍ୟ ହେଉଥିଲା। ଏବେ ଏଥିରେ ଆଉ ଏକ ‘ଟି’ ଅର୍ଥାତ୍‌ ଟୁର୍‌ ଯୋଡ଼ିହୋଇଛି। ଟୁର୍‌ କରି ସମାଜର ଶେଷଧାଡ଼ିର ଲୋକଙ୍କ ନିକଟରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲା ଓ ବ୍ଲକସ୍ତରକୁ ଗସ୍ତ କରିବାକୁ ସମସ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସହ ଅବଗତ ହୋଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନୀ ଇସ୍ତାହାର ଶତପ୍ରତିଶତ ପୂରଣ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। କାର୍ଯ୍ୟରେ ସ୍ବଚ୍ଛତା ରଖିବା ସହ ବିବାଦରେ ନ ପଡ଼ିବାକୁ ମନ୍ତ୍ରୀମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।
ବଣ୍ଟନ ପରେ ରବିବାର ଅପରାହ୍ନରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନବକିଶୋର ଦାସ, ସମୀର ରଞ୍ଜନ ଦାଶ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ବାସନ୍ତୀ ହେମ୍ବ୍ରମ୍‌, ଟୁକୁନି ସାହୁ ଓ ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ୨୧ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ୍‌ କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ସୁଶାସନ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏଥିସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନବୀନ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଚ୍‌ ବେଳେ ରହିଗଲା ଛୁଞ୍ଚି

କେନ୍ଦ୍ରାପଡା ଅଫିସ, ୧୮ା୭: ଏକ ଅଭାବନୀୟ ଘଟଣା ପାଇଁ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ। ପ୍ରସୂତିକାଳୀନ ଷ୍ଟିଚ୍‌ ପରେ ମହିଳାଙ୍କ ଗୋପନୀୟ ଅଙ୍ଗରେ...

ଏମ୍‌ଏସ୍‌ପି ବନ୍ଦ ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୦(ବ୍ୟୁରୋ): କେନ୍ଦ୍ରରେ ଏନ୍‌ଡିଏ ସରକାର ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବା ପ୍ରଶ୍ନ ଉଠୁନାହିଁ। ଏନେଇ ଅପପ୍ରଚାର ହେଉଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା।...

ଓଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ: ବଦଳିଲେ ୨୧ ବିଡିଓ, ଉପଜିଲାପାଳ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ନେଇ ଶନିବାର...

ଅନ୍ନଦାତା ହେବେ ଊର୍ଜାଦାତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୪-୯(ବ୍ୟୁରୋ):ଦେଶର ଅନ୍ନଦାତାମାନେ ଊର୍ଜାଦାତା ହେବେ। ଏହି ନୀତି ଆଧାରରେ ମୋଦି ସରକାର କାମ କରୁଛନ୍ତି ା ତେଣୁ ଲୋକଙ୍କ ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି...

ସାଙ୍ଗ ହୋଇ ୨ଭାଇ ଯାଇଥିଲେ ଖେଳିବାକୁ, ଏକାଠି ନେଲେ ସମାଧି

କେନ୍ଦୁଝର, ୫ା୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁଇ ଭାଇ ଶୁକ୍ରବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଖେଳୁଥିବା ବେଳେ ଅସାବଧାନତା...

ରାଜଧାନୀରେ ଶତାଧିକ ଚାଷୀ ଗିରଫ

ଭୁବନେଶ୍ୱର,୪ା୨(ବ୍ୟୁରୋ) : ନୟାଗଡ଼ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ଓ ଚାଷୀଙ୍କ ବକେୟା ପ୍ରଦାନ ଦାବିରେ ଗତ ୩୦ତାରିଖରୁ ଆରମ୍ଭ ହୋଇଥିବା ବିଶାଳ ପଦଯାତ୍ରା ସୋମବାର ରାଜଧାନୀ...

ଆଜି ପବିତ୍ର ପଣା ସଂକ୍ରାନ୍ତି: ଓଡ଼ିଆ ନବବର୍ଷ ଆରମ୍ଭ

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ...

‘ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ’

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଭାରତ ଇତିହାସରେ ସୋମବାର ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।...

Advertisement
Archives

Model This Week