Posted inଫୁରସତ

କରୋନା ରୋଗୀଙ୍କ ସହାୟତା ପାଇଁ ୩୨୦୦ କିମି ସାଇକେଲ ଚଲାଇଲେ ୫ ବର୍ଷର ଶିଶୁ

ଲଣ୍ଡନ,୩୦।୭: କରୋନା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କେତେକ ଦେଶରେ ପରିସ୍ଥିତି ଚିନ୍ତାଜନକ। ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ସହ ଲଢିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। ଏଥିମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ସାମିଲ ହୋଇଛନ୍ତି। ସେ ଭାରତରେ କରୋନା ପାଣ୍ଠି ସଂଗ୍ରହ ପାଇଁ ୩୨୦୦ କିଲୋମିଟର ସାଇକେଲ ଚଳାଇ ପ୍ରାୟ ୩.୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏହି ଶିଶୁଟିର ନାମ ଅନିଶ୍ୱର କୁଞ୍ଚାଲା। ସେ ବ୍ରିଟେନରେ ରୁହନ୍ତି। ସେ ମେ ୨୭ରେ ତାଙ୍କର ୬୦ ଜଣ ସାଙ୍ଗଙ୍କ ସହ ମିଶି ଏହି ଅଭିଯାନ ଆରମ୍ଭ କରିଥିଲେ। ଏହାର ନାମ ଥିଲା ଲିଟିଲ ପେଡଲର୍ସ ଅନିଶ ଏବଂ ତାଙ୍କ ବନ୍ଧୁ। ଏହି ଅଭିଯାନରେ ସେ ୩୨୦୦ କିଲୋମିଟର ସାଇକେଲ ଚଳାଇଥିଲେ। ଏଥିରେ ଭାରତ ବ୍ୟତୀତ ଆମେରିକାର ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ସେ ସବୁ ସ୍ଥାନରୁ ଦାନ ପାଇଥିଲେ। ି ଅନିଶ୍ୱର କହିଛନ୍ତି ଯେ ସେ ଆହୁରି ଅଧିକ ଲୋକଙ୍କୁ ସାହାଯ୍ୟ କରିବା ସହ ଅଧିକ ଚ୍ୟାଲେଞ୍ଜ ମଧ୍ୟ ନେବାକୁ ଚାହାଁନ୍ତି।
ସୂଚନାଯୋଗ୍ୟ, ଅନିଶ୍ୱରଙ୍କ ମାତାପିତାଙ୍କ ଘର ଆନ୍ଧ୍ରପ୍ରଦେଶର ଚିତ୍ତୋର। ବର୍ତ୍ତମାନ ସେମାନେ ଇଂଲଣ୍ଡରେ ରୁହନ୍ତି। ଏହା ପ୍ରଥମ ଥର ନୁହେଁ ଅନିଶ୍ବର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ବ୍ରିଟେନରେ କରୋନା ମହାମାରୀର ମୁକାବିଲା ପାଇଁ ଜାତୀୟ ସ୍ବାସ୍ଥ୍ୟ ସେବାକୁ ସମର୍ଥନ କରିବା ପାଇଁ ସେ ଏକ କ୍ରିକେଟ ଚାମ୍ପିଅନଶିପ୍‌ ମଧ୍ୟ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ଅଗଷ୍ଟରେ ୧୦ଦିନ ସ୍କୁଲ-କଲେଜ ବନ୍ଦ, ଦେଖନ୍ତୁ ପୂରା ଛୁଟିଲିଷ୍ଟ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଜଣେ ଛାତ୍ର (କିମ୍ବା ଆପଣଙ୍କ ଘରେ ପିଲା ଅଛନ୍ତି), ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

ଚିକେନ୍‌ ଖାଉଛନ୍ତି କି? ଜାଣିନିଅନ୍ତୁ…ଏହି ବିପଜ୍ଜନକ ବ୍ୟାକ୍ଟେରିଆକୁ ନେଇ ସାବଧାନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୯।୭: ଚିକେନ୍‌ ହେଉଛି ପ୍ରୋଟିନର ଏକ ଉତ୍ତମ ଉତ୍ସ ଏବଂ ବିଶ୍ୱର ଏକ ବଡ଼ ଜନସଂଖ୍ୟା ଏହାକୁ ପ୍ରଚୁର ପରିମାଣରେ ଖାଇଥାନ୍ତି। କିନ୍ତୁ ନିକଟରେ ବୈଜ୍ଞାନିକ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri