Posted inଫୁରସତ

କରୋନା ରୋଗୀଙ୍କ ସହାୟତା ପାଇଁ ୩୨୦୦ କିମି ସାଇକେଲ ଚଲାଇଲେ ୫ ବର୍ଷର ଶିଶୁ

ଲଣ୍ଡନ,୩୦।୭: କରୋନା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କେତେକ ଦେଶରେ ପରିସ୍ଥିତି ଚିନ୍ତାଜନକ। ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ସହ ଲଢିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। ଏଥିମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ସାମିଲ ହୋଇଛନ୍ତି। ସେ ଭାରତରେ କରୋନା ପାଣ୍ଠି ସଂଗ୍ରହ ପାଇଁ ୩୨୦୦ କିଲୋମିଟର ସାଇକେଲ ଚଳାଇ ପ୍ରାୟ ୩.୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏହି ଶିଶୁଟିର ନାମ ଅନିଶ୍ୱର କୁଞ୍ଚାଲା। ସେ ବ୍ରିଟେନରେ ରୁହନ୍ତି। ସେ ମେ ୨୭ରେ ତାଙ୍କର ୬୦ ଜଣ ସାଙ୍ଗଙ୍କ ସହ ମିଶି ଏହି ଅଭିଯାନ ଆରମ୍ଭ କରିଥିଲେ। ଏହାର ନାମ ଥିଲା ଲିଟିଲ ପେଡଲର୍ସ ଅନିଶ ଏବଂ ତାଙ୍କ ବନ୍ଧୁ। ଏହି ଅଭିଯାନରେ ସେ ୩୨୦୦ କିଲୋମିଟର ସାଇକେଲ ଚଳାଇଥିଲେ। ଏଥିରେ ଭାରତ ବ୍ୟତୀତ ଆମେରିକାର ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ସେ ସବୁ ସ୍ଥାନରୁ ଦାନ ପାଇଥିଲେ। ି ଅନିଶ୍ୱର କହିଛନ୍ତି ଯେ ସେ ଆହୁରି ଅଧିକ ଲୋକଙ୍କୁ ସାହାଯ୍ୟ କରିବା ସହ ଅଧିକ ଚ୍ୟାଲେଞ୍ଜ ମଧ୍ୟ ନେବାକୁ ଚାହାଁନ୍ତି।
ସୂଚନାଯୋଗ୍ୟ, ଅନିଶ୍ୱରଙ୍କ ମାତାପିତାଙ୍କ ଘର ଆନ୍ଧ୍ରପ୍ରଦେଶର ଚିତ୍ତୋର। ବର୍ତ୍ତମାନ ସେମାନେ ଇଂଲଣ୍ଡରେ ରୁହନ୍ତି। ଏହା ପ୍ରଥମ ଥର ନୁହେଁ ଅନିଶ୍ବର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ବ୍ରିଟେନରେ କରୋନା ମହାମାରୀର ମୁକାବିଲା ପାଇଁ ଜାତୀୟ ସ୍ବାସ୍ଥ୍ୟ ସେବାକୁ ସମର୍ଥନ କରିବା ପାଇଁ ସେ ଏକ କ୍ରିକେଟ ଚାମ୍ପିଅନଶିପ୍‌ ମଧ୍ୟ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri