Posted inଜାତୀୟ

ହୋଟେଲରେ ଚରସ ନେଇ ଧରାପଡ଼ିଲେ ଟଲିଉଡ୍‌ ସୁନ୍ଦରୀ

ମୁମ୍ବାଇ,୧୫।୬: ଟଲିଉଡର ଜଣାଶୁଣା ଅଭିନେତ୍ରୀ ନାଇରା ଶାହ ମୁମ୍ବାଇର ଏକ ୫ ତାରକା ହୋଟେଲରେ ଚରସ ନେଉଥିବାବେଳେ ଧରାପଡ଼ିଥିଲେ। ଏଥି ନେଇ ତାଙ୍କୁ ଓ ତାଙ୍କର ଜଣେ ବନ୍ଧୁ ଆଶିକ ସାଜିଦ ହୁସେନଙ୍କୁ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍‌ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ବାନ୍ଦ୍ରା କୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ଟଲିଉଡ୍‌ ଆକ୍ଟ୍ରେସଙ୍କୁ ପୋଲିସ ଛାଡ଼ିଥିବା ସୂଚନା ମିଳିଛି।

ମିଳିଥିବା ରିପୋର୍ଟ ମୁତାବକ, ମୁମ୍ବାଇ ପୋଲିସର ଚଢ଼ାଉବେଳେ ନାଇରା ଓ ତାଙ୍କ ବନ୍ଧୁ ଡ୍ରଗ୍ସ ନେଉଥିଲେ। ତେବେ ରବିବାର ମୁମ୍ବାଇ ଉକ୍ତ ହୋଟେଲରେ ଜନ୍ମଦିନ ପାଳନ କରୁଥିଲେ ଏହି ଅଭିନେତ୍ରୀ। ହୋଟେଲ କର୍ମଚାରୀଙ୍କ ଠାରୁ ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ସେମାନଙ୍କ ପାଖରୁ ମିଳିଥିଲା ରୋଲଡ୍‌ ସିଗରେଟ। ତାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଥିଲା, ଯାହାର ରିପୋର୍ଟରେ ନାଇରା ଅଧିକ ମାତ୍ରରେ ଡ୍ରଗ୍ସ ସେବନ କରିଥିବା ଜଣାପଡ଼ିଥିଲା। ଏଣୁ ନିକଟ ଭବିଷ୍ୟତରେ ତାଙ୍କୁ ଏଥିନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ନାଇରାଙ୍କୁ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଟ୍ରିପଲରେ ‘ଇ’ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ, ୪୭ମନ୍ତ୍ରୀ ନେବେ ଶପଥ: ୭୦ନେତାଙ୍କ କରାଗଲା ଆରଟିପିସିଆର ଟେଷ୍ଟ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଶୁକ୍ରବାର ଅପରାହ୍ନ ୪ଟାରେ ଇକାନା ଷ୍ଟାଡିୟମ୍‌ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କ...

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଶ୍ରୀନଗର,୨୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଜମ୍ମୁ-କଶ୍ମୀର, ଲଦାଖ ଗସ୍ତରେ ରବିବାର ୧୧ଟା ୧୫ରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା...

ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଚାଲିଛି ଆତଙ୍କବାଦୀ କାର୍ଯ୍ୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୮: ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ହେଉଛି ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ଜଣାଇଛନ୍ତି। ପୂର୍ବରୁ ରାହୁଲ ଅଭିଯୋଗ...

ବିହାର ବିଧାନସଭା ନିର୍ବାଚନ: ବିରୋଧିଙ୍କ ଉପରେ ଗର୍ଜିଲେ ମୋଦି ଉଠାଇଲେ ନାହିଁ ଚିରାଗଙ୍କ କଥା

ପାଟନା,୨୩ ।୧୦: ବିହାର ବିଧାସଭା ପାଇଁ ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ । ଏଥିଲାଗି ଏବେ ପ୍ରଚାର କାର୍ଯ୍ୟ ଯୋର ଧରିଛି ।...

ଚାଇନିଜ ହାଜତରେ ଇଲେକ୍ଟ୍ରିକ୍‌ ଶକ ଦିଆଯାଉଥିଲା

ନୂଆଦିଲ୍ଲୀ,୧।୨: ଅରୁଣାଞ୍ଚଳ ପ୍ରଦେଶର ନିଖୋଜ ନାବାଳକ ସୋମବାର ସନ୍ଧ୍ୟାରେ ତାଙ୍କ ପରିବାର ପାଖକୁ ଫେରିଛନ୍ତି। ତାଙ୍କୁ ଚାଇନିଜ ଆର୍ମି ଅପହରଣ କରି ନେଇଥିଲା। ତାରୋନଙ୍କ ଘର...

ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ

ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ...

କୃଷକଙ୍କୁ ପୁଞ୍ଜିପତିଙ୍କ ଗୁଲାମ କରିବାକୁ ଚାହୁଁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୨୦ ।୯: କୃଷି ବିଲ୍‌କୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତା...

ଦୀପାବଳି : ପୁରାଣରୁ ବର୍ତ୍ତମାନ…

ଦୀପାବଳି ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ। ପ୍ରକୃତରେ ଏହା ଏକ କୃଷିଭିତ୍ତିକ ପର୍ବ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ...

Advertisement
Archives

Model This Week