ବିଜ୍ଞାନରେ ଟେଲିପାଥି

ପ୍ରାଚୀନ ପୌରାଣିକ ଯୁଗରେ ମୁନି ଋଷିମାନେ ଅନ୍ୟର ମନକୁ ପଢ଼ିପାରୁଥିଲେ ଓ ନିଜକୁ ଗୋଟିଏ ସ୍ଥାନରୁ ଅନ୍ୟ ଜାଗାକୁ ଯିବାକୁ ହେଲେ ଅନାୟାସରେ ଅଦୃଶ୍ୟ ହେଇ ଆବିର୍ଭାବ ହୋଇପାରୁଥିଲେ। ଆଧୁନିକ ବିଜ୍ଞାନରେ ଏହାକୁ ଟେଲିପାଥି କୁହାଯାଏ। ବିଜ୍ଞାନ ଏବେ ଏ ସବୁରେ ସଫଳତା ପାଇଁ ପ୍ରୟାସ ଆରମ୍ଭ କରିଛି। ଅନ୍ୟର ମନ ଭିତରେ କ’ଣ ଅଛି ତାହା ଯଦି ଜାଣିହୁଅନ୍ତା ତେବେ ସମାଜରୁ ଅନେକ ଭୁଲ୍‌ ବୁଝାମଣା ଦୂରେଇଯିବ। ଯେକୌଣସି ଜିନିଷ ଛୁଇଁବା, ସ୍ବାଦକୁ ଚାଖିବା କିମ୍ବା ସୁଖଦୁଃଖ ଇତ୍ୟାଦିକୁ ଅନୁଭବ ଆମେ ମସ୍ତିଷ୍କ ସାହାଯ୍ୟରେ କରିଥାଉ। ନିମିଷକ ମଧ୍ୟରେ ଆମ ଶରୀରର ସ୍ନାୟୁ ତନ୍ତ୍ର ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ସାହାଯ୍ୟରେ ମସ୍ତିଷ୍କକୁ ଏ ବିଷୟରେ ଖବର ଦିଏ ଓ ମସ୍ତିଷ୍କ ଶରୀରକୁ ଅବଗତ କରାଇଥାଏ। ଅର୍ଥାତ୍‌ ମଣିଷ ମସ୍ତିଷ୍କ ଭିତରେ ଥିବା ସେଇ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗକୁ ଯଦି ପଢ଼ିହେଲା ତା’ହାଲେ ଜଣେ ମଣିଷ କ’ଣ ଭାବୁଛି ସହଜରେ ଜାଣିହେବ।
ଏହା ହିଁ ଟେଲିପାଥି ବା ମାନସିକ ଦୂରସଂଚାର । ଟେଲିପାଥି ବର୍ତ୍ତମାନ ଅନେକ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନର ବିଷୟ ପାଲଟିଛି, ଯେଉଁଠାରେ ବୈଜ୍ଞାନିକମାନେ ଉନ୍ନତ ସେନ୍ସର ବ୍ୟବହାର କରି ମଣିଷ ମସ୍ତିଷ୍କରେ ତିଆରି ହେଉଥିବା ଶବ୍ଦ, ଚିତ୍ର ଏବଂ ଚିନ୍ତାଧାରାକୁ ପଢ଼ିବା ପାଇଁ ସକ୍ଷମ ହୋଇସାରିଛନ୍ତି। ଏହି ଯୁଗାନ୍ତକାରୀ ସଫଳତା ହୃଦ୍‌ଘାତ କିମ୍ବା ଦୁର୍ଘଟଣାର ଶିକାର ହୋଇ କେବଳ ମସ୍ତିଷ୍କ ଛଡ଼ା ସବୁ ଅଚଳ ହୋଇଥିବା ଲୋକଙ୍କ ପାଇଁ ବରଦାନ ପାଲଟିବ। ସେମାନେ ମନରେ ଭାବି ଆମ ସହ ସ୍ପଷ୍ଟ ଭାବରେ ଭାବର ଆଦାନପ୍ରଦାନ କରିପାରିବେ। କେବଳ ଏତିକି ନୁହେଁ, ଟେଲିପାଥି ଯୋଗୁ କମ୍ପ୍ୟୁଟର ସହିତ ଆମର ଚିରାଚରିତ ମାଉସ୍‌ ଓ ସ୍ବର ନିର୍ଦ୍ଦେଶ ବଦଳରେ ଆମେ ମାନସିକ ଭାବେ ନିର୍ଦ୍ଦେଶ ପ୍ରଦାନ କରିପାରିବା। ଏହାର ଅର୍ଥ ହେଉଛି ଫୋନ୍‌ କରି ଲୋକଙ୍କୁ ଡାକିବା, କ୍ରେଡିଟ୍‌ କାର୍ଡରେ ବିଲ୍‌ ପୈଠ କରିବା, କାର୍‌ ଚଳାଇବା, ମିଟିଂ ପାଇଁ ସମୟ ଚିଠା ପ୍ରସ୍ତୁତ କରିବା, ସଂଗୀତ ତିଆରି କରିବା ଇତ୍ୟାଦି ସବୁ କାର୍ଯ୍ୟ କମ୍ପ୍ୟୁଟର ସହିତ ମନର ଶକ୍ତି ବ୍ୟବହାର କରି ସମ୍ଭବ ହୋଇପାରିବ।
ମସ୍ତିଷ୍କ ଭିତରେ ଭାବର ଆଦାନପ୍ରଦାନ କରିବା ପାଇଁ ସ୍ନାୟୁ ତନ୍ତ୍ରିକା ଇଲେକ୍ଟ୍ରୋନ୍‌ର ଗତି କରିବା ଯୋଗୁ ତିଆରି ହେଉଥିବା ରେଡିଓ ତରଙ୍ଗ ଦ୍ୱାରା ଆମେ ବିଭିନ୍ନ ଜିନିଷ ଅନୁଭବ କରିଥାଉ। କିନ୍ତୁ ମସ୍ତିଷ୍କ ଭିତରେ ସୃଷ୍ଟି ହେଉଥିବା ଏହି ବିଦ୍ୟୁତ୍‌ ତରଙ୍ଗ ଏତେ ନଗଣ୍ୟ ଯେ ଏହାକୁ ମାପିବା କଷ୍ଟକର। ଏଥିପାଇଁ ବୈଜ୍ଞାନିକମାନେ ଏବେ ଅତି ଆଧୁନିକ ଇସିଜି ମେଶିନ ବ୍ୟବହାର କରି ଜଣେ ବ୍ୟକ୍ତି ମନ ଭିତରେ କ’ଣ କଳ୍ପନା କରୁଛି ତା’ର ପାଖାପାଖି ଅନୁମାନ ଲଗେଇବାରେ ସକ୍ଷମ ହୋଇଛନ୍ତି। ଠିକ୍‌ ଏକ କାଳ୍ପନିକ ସିନେମାର ବିଷୟବସ୍ତୁ ଭଳି ଜଣେ ମଣିଷକୁ ସେନ୍ସର ଥିବା ଏକ ହେଲମେଣ୍ଟ ପିନ୍ଧାଇ ତା’ର କଳ୍ପନା ଶକ୍ତି ସହ ତାଳ ଦେଇ ସୃଷ୍ଟି ହେଉଥିବା ଇସିଜି ଚିତ୍ର ଏହି ବୈପ୍ଳବିକ ଦୁନିଆର ଚାବି ମଣିଷ ହାତରେ ଧରେଇ ଦେଇଛି। ହେଲମେଣ୍ଟ ପିନ୍ଧିଥିବା ବ୍ୟକ୍ତି ଜଣକ ମନରେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କଳ୍ପନା କଲାବେଳେ ତିଆରି ହେଉଥିବା ଇସିଜି ଚିତ୍ରକୁ ତୁଳନା କରି ମଣିଷ ମନ ସହ ସଂଯୋଗ ସ୍ଥାପନ କରାଯାଇପାରୁଛି। ଏହି ଟେଲିପାଥି ବିଷୟରେ ସବୁଠୁ ବେଶି ଗବେଷଣା ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଚାଲିଛି, ଯୋଉଠି ବୈଜ୍ଞାନିକମାନେ ମଣିଷ ମନର ଭିଡିଓ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇସାରିଲେଣି। ଅର୍ଥାତ୍‌ ମଣିଷ ମନକୁ ପଢ଼ି ଚିତ୍ର ଆକାରରେ ପ୍ରକାଶ କରିବାର ଅପୂର୍ବ ସଫଳତା ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୁଲ୍‌ ହେବନି। ଏହି ପଦ୍ଧତିରେ ଜଣେ ସ୍ବେଚ୍ଛାସେବୀଙ୍କୁ ଶୁଆଇଦେଇ ଏମ୍‌ଆର୍‌ଆଇ ମେଶିନ ଭିତରକୁ ପୂରେଇ ଦିଆଯାଏ ଓ ତାକୁ ବିଭିନ୍ନ ପ୍ରକାରର ସିନେମା କ୍ଲିପ୍‌, ଚିତ୍ର ଦେଖିବାକୁ ଦିଆଯାଏ। ଲୋକ ଜଣକ ଘଣ୍ଟା ଘଣ୍ଟା ହଲ୍‌ଚଲ ନ ହୋଇ ସ୍ଥିର ଭାବେ ସେ ଚିତ୍ର ଓ ଭିଡିଓ କ୍ଲିପ୍‌ ଦେଖେ। ଏହି ସମୟରେ ଶୋଇଥିବା ଲୋକର ମସ୍ତିଷ୍କ ଭିତରେ ରକ୍ତ ସଞ୍ଚାଳନର ଥ୍ରୀ ଡି ଚିତ୍ର ଏମ୍‌ଆର୍‌ଆଇ ମେଶିନ ସାହାଯ୍ୟରେ ରେକର୍ଡ କରାଯାଏ। ଭିଡିଓ ଓ ଚିତ୍ର ଦେଖିବା ବେଳେ ମସ୍ତିଷ୍କ ଭିତରେ ହେଉଥିବା ପ୍ରତିକ୍ରିୟାକୁ ଏମ୍‌ଆର୍‌ଆଇ ମେଶିନ ଚିତ୍ର ଆକାରରେ ରେକର୍ଡ କରି ରଖେ ଓ ଏହାକୁ ବୈଜ୍ଞାନିକମାନେ ଏକ ଗାଣିତିକ ସମୀକରଣ ସାହାଯ୍ୟରେ ପଢ଼ି ପାରିବାରେ ସକ୍ଷମ ହୋଇପାରିଛନ୍ତି। ଫଳରେ ଜଣେ ମଣିଷ ମନରେ ଅଚାନକ ତିଆରି ହେଉଥିବା ଚିତ୍ରକୁ ମଧ୍ୟ ଠାବ କରାଯାଇପାରୁଛି।
ଜଣେ ମଣିଷ କ’ଣ ଭାବୁଛି ତାହା ପଢ଼ିବା ପାଇଁ ମଣିଷ ଖପୁରିର ଏକ ଅଂଶ କାଢ଼ି ତା’ ଭିତରେ ଇଲେକ୍ଟ୍ରୋଡ୍‌କୁ ରଖାଯାଏ, ଯାହା ମସ୍ତିଷ୍କରେ ତିଆରି ହେଉଥିବା ବିଦ୍ୟୁତ୍‌ ତରଙ୍ଗଗୁଡ଼ିକୁ ସିଧାସଳଖ ମାପିପାରେ। ଏହିସବୁ ଗବେଷଣାର ଅନେକ ସୁଫଳ ସମାଜକୁ ମିଳିବ। ଆମେ ଡାକ୍ତରଖାନା ଗଲେ ରକ୍ତର ରାସାୟନିକ ବିଶ୍ଳେଷଣ କରି ଡାକ୍ତର ଶରୀରର ସ୍ବାସ୍ଥ୍ୟ ଏବଂ ସମ୍ଭାବ୍ୟ ରୋଗ ଚିହ୍ନଟ କରିଥାନ୍ତି। ଯଦି ରକ୍ତରେ ଚର୍ବିର ମାତ୍ରା ଅଧିକ ମିଳେ ତା’ହାଲେ ହୃଦ୍‌ଘାତର ସମ୍ଭାବନା ଥାଏ ଓ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡାକ୍ତର ପରାମର୍ଶ ଦିଅନ୍ତି। ଠିକ୍‌ ସେହିପରି ମସ୍ତିଷ୍କର ବିଦ୍ୟୁତ୍‌ ତରଙ୍ଗକୁ ଅଧ୍ୟୟନ କରି କିଛି ମିନିଟ୍‌ ମଧ୍ୟରେ ଅନେକ ଦୁରାରୋଗ୍ୟକୁ ଚିହ୍ନଟ କରିହେବ। ଜଣେ ମଣିଷ କ’ଣ ଭାବୁଛି ତାହା ଜାଣିଲା ପରେ ବୈଜ୍ଞାନିକମାନେ ଅନେକ କିଛି କରିପାରିବେ। ବ୍ୟକ୍ତି ଜଣକ ଆତ୍ମହତ୍ୟା, ଚୋରି କିମ୍ବା କିଛି ଅଘଟଣ କରିବାକୁ ଚାହୁଁଛି ତାହା ମଧ୍ୟ ଜଣାପଡ଼େ। ତେଣୁ ଅନ୍ୟର ମସ୍ତିଷ୍କ ପଢ଼ି ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ଅଟକାଇହେବ। ଏହାଦ୍ୱାରା ଭବିଷ୍ୟତରେ ମାନସିକ ରୋଗରେ ପୀଡ଼ିତ ଲୋକଙ୍କ ସଫଳ ଚିକିତ୍ସା ମଧ୍ୟ କରିହେବ। କାରଣ ବର୍ତ୍ତମାନ ଏହାର ସଫଳ ଚିକିତ୍ସା ନାହିଁ କହିଲେ ଚଳେ। ବିନା କିଛି ଔଷଧରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ମସ୍ତିଷ୍କକୁ ବୈଦ୍ୟୁତିକ ତରଙ୍ଗ ସାହାଯ୍ୟରେ ଚିକିତ୍ସା କରିହେବ। ଅର୍ଥାତ୍‌ ଭବିଷ୍ୟତରେ ଆମ ଆଗରେ ଛିଡ଼ା ହୋଇଥିବା ମଣିଷକୁ ଅନେଇବା ମାତ୍ରେ ସେ କ’ଣ ଭାବୁଛି, କ’ଣ କରିବାକୁ ଯାଉଛି ଓ ତା’ର ରୁଚି କ’ଣ ଆମେ ନିମିଷକେ ଜାଣିପାରିବା। ତା’ମାନେ ଅପରାଧ ଓ ଆପରାଧିକତା ମାନସିକତା ଉପରେ ଅଙ୍କୁଶ ଆପେ ଆପେ ଲାଗିବ। ଏହି ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଆମ୍ଭର ନିତିଦିନିଆ ଜୀବନରେ ହେବାକୁ ଯାଉଛି। ପ୍ରଚଣ୍ଡ ସମ୍ଭାବନା ଥିବା ଏହି ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ ଏବେ ଅନେକ ଘରୋଇ ପ୍ରତିଷ୍ଠାନ ଆଗେଇ ଆସିଲେଣି। ନିକଟରେ ସାମାଜିକ ଗଣମାଧ୍ୟମ ସଂସ୍ଥା ଫେସ୍‌ବୁକ୍‌ ମଧ୍ୟ ଏହି ଗବେଷଣା ଉପରେ ବିପୁଳ ଅର୍ଥ ବିନିଯୋଗ କରିବାକୁ ଘୋଷଣା କରିଛି। ପିନ୍ଧିବା ଭଳି ଏକ ଯନ୍ତ୍ର, ଯାହାକୁ ପିନ୍ଧିଲା ମାତ୍ରକେ ଭାବନାକୁ ଶବ୍ଦରେ ପ୍ରକାଶ କରିହେବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି।

  • ଡ. ନରେନ୍ଦ୍ର ସେଠୀ
    ଯାଦୁଗୁଡ଼ା, ପୂର୍ବ ସିଂଭୂମି, ଝାଡ଼ଖଣ୍ଡ
    ମୋ: ୦୭୦୦୪୦୬୮୧୧୦

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri