ବ୍ୟାପକ ହେଉନି ଟେଲିମେଡିସିନ ସେବା

ଭୁବନେଶ୍ୱର, ୨୯ା୧(ବ୍ୟୁରୋ): କରୋନାର ତୃତୀୟ ଲହର ଓ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ପାଇଁ ରାଜ୍ୟରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଥିଲା। ସ୍ଥିତି ଏପରି ହେଲା ଯେ ହସ୍ପିଟାଲଗୁଡ଼ିକରେ ମଧ୍ୟ ସଂକ୍ରମଣ ବ୍ୟାପି ଗଲା। ଡାକ୍ତର, ନର୍ସ, କର୍ମଚାରୀ ଆକ୍ରାନ୍ତ ହେବାରୁ ଏବେ ରାଜ୍ୟର ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଏହି ସ୍ଥିତି ଏଡ଼ାଇବାକୁ କେତେକ ହସ୍ପିଟାଲରେ ଓପିଡିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିବାବେଳେ ଆଉ କିଛି ହସ୍ପିଟାଲରେ ଦୈନିକ ରୋଗୀଙ୍କ ସଂଖ୍ୟା କମାଇ ଦିଆଯାଇଛି। ଏପରି କି କେତେକ ସ୍ଥାନରେ ଓପିଡିକୁ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଭିଡ଼ ଓ ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ଟେଲି ମେଡିସିନ ସେବାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏବେ ସରକାରୀ ହସ୍ପିଟାଲଗୁଡ଼ିକ ବିଭିନ୍ନ ବିଭାଗ ପାଇଁ ସ୍ବତନ୍ତ୍ର ନମ୍ବର ଜାରି କରିଛନ୍ତି। ହେଲେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଏଯାଏ ଟେଲି ମେଡିସିନ ସେବା ବ୍ୟାପକ ହୋଇପାରୁ ନାହିଁ। ବହୁ ଲୋକ ବିଶେଷକରି ଗ୍ରାମାଞ୍ଚଳର ଲୋକେ ଏହି ସେବା ସମ୍ପର୍କରେ ଜାଣି ନ ଥିବାରୁ ଚିକିତ୍ସା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ମିଳିଥିବା ତଥ୍ୟ ଓ ପୂର୍ବରୁ ଦୈନିକ ହସ୍ପିଟାଲ ଆସୁଥିବା ରୋଗୀ ସଂଖାକୁ ତର୍ଜମା କଲେ ଏବେ ଟେଲିମେଡିସିନ ସେବାରେ ଉପକୃତ ହେଉଥିବା ରୋଗୀଙ୍କ ସଂଖ୍ୟା ଅତି ନଗଣ୍ୟ। କଟକ ଏସ୍‌ସିବିରେ ଗତ ୧ରୁ ୨୩ ତାରିଖ ମଧ୍ୟରେ ମାତ୍ର ୧,୪୨୭ଜଣ ଟେଲିମେଡିସିନରେ ଉପକୃତ ହୋଇଥିବାବେଳେ ଶିଶୁଭବନ ଟେଲିମେଡିସିନରେ ୧୭ରୁ ୨୩ ତାରିଖ ମଧ୍ୟରେ ୬୨୫ଜଣ ଚିକିତ୍ସିତ ହୋଇଛନ୍ତି। ସେହିପରି ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୧ରୁ ୨୩ ତାରିଖ ମଧ୍ୟରେ ୩୮ଜଣ ଯୋଗାଯୋଗ କରିଛନ୍ତି। ଏମାନେ ପୂର୍ବରୁ ଏଠାରେ ଚିକିତ୍ସିତ ହେଉଥିବାବେଳେ କୌଣସି ନୂଆ ରୋଗୀ ଟେଲିମେଡିସିନ ସେବା ପାଇପାରି ନାହାନ୍ତି। ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ଟେଲିମେଡିସିନ ସେବା ୨୦୨୦ ଏପ୍ରିଲ ୩୦ରୁ ଆରମ୍ଭ ହୋଇଛି। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେବା ମିଳିପାରୁଥିବାବେଳେ ସପ୍ତାହରେ ହାରାହାରି ୫୦ରୁ ୬୦ ଜଣ ରୋଗୀ ଫୋନ୍‌ କରି ପରାମର୍ଶ ନେଉଛନ୍ତି। ତେବେ କୋଭିଡ୍‌ ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଏହା ବେଶ୍‌ ସହାୟକ ହୋଇଥିଲା ବୋଲି ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି। ସେହିପରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ଓ ସିଟି ହସ୍ପିଟାଲରେ ଏହି ସେବା ଉପଲବ୍ଧ ରହିଛି। ୨୦୨୦ ଏପ୍ରିଲ ୨୭ରୁ ଏମ୍‌କେସିଜି ଟେଲିମେଡ଼ିସିନ ଜରିଆରେ ଗତ ରବିବାର ସୁଦ୍ଧା ୨,୯୨୦ ଜଣ ଓ ସିଟି ହସ୍ପିଟାଲରେ ୩୦୨ ଜଣ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଛି। କରୋନାର ପ୍ରଥମ ଲହର ସମୟରୁ ବାଲେଶ୍ୱର ଜିଲାରେ ଆରମ୍ଭ ହୋଇଥିବା ଟେଲିମେଡିସିନ ସେବା ଅଦ୍ୟାବଧି ଜାରି ରହିଛି। ପ୍ରତିଦିନ ୫୦ରୁ ଅଧିକ ରୋଗୀ ଏହି ସେବା ପାଇଁ ଫୋନ୍‌ କରୁଥିବାବେଳେ ୪,୮୭୧ଜଣ ଉପକୃତ ହୋଇଥିବା ଜଣାପଡ଼ିଛି। ତେବେ କୋଭିଡ୍‌ ସମେତ ସମସ୍ତ ରୋଗର ନିରାକରଣ ନିମନ୍ତେ ଜାରି ହୋଇଥିବା ୪ଟି ନମ୍ବରକୁ ପ୍ରତିଦିନ ୪୦୦ରୁ ଊର୍ଦ୍ଧ୍ୱ କଲ୍‌ ଆସିଥାଏ। ଏପଟେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଟେଲି ମେଡିସିନ ସେବା ଜାନୁୟାରୀ ୧୪ରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ରୋଗୀ ଉପକୃତ ହୋଇଥିବା ସୂଚନା ମିଳିଛି।
ଟେଲିମେଡିସିନ ସେବା ମାଧ୍ୟମରେ ରୋଗୀ ଘରେ ବସି ଫୋନ୍‌ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଯଦିଓ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟବସ୍ଥା ହୋଇ ନାହିଁ, ତଥାପି ଜିଲା ହସ୍ପିଟାଲ ସହିତ ଯୋଡ଼ାଯାଇ ରୋଗୀଙ୍କୁ ସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ରୋଗୀମାନେ ନିକଟ ପିଏଚ୍‌ସି କିମ୍ବା ସିଏଚ୍‌ସିକୁ ଯାଇ ସେଠାରେ ଥିବା ଡାକ୍ତରଙ୍କ ଜରିଆରେ ଟେଲିମେଡିସନ କେନ୍ଦ୍ରରେ ବସିଥିବା ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଜାରି ହୋଇଥିବା ଫୋନ୍‌ ନମ୍ବରରେ ହ୍ବାଟ୍‌ସଆପ୍‌ ବ୍ୟବସ୍ଥା ଥିବାରୁ ଡାକ୍ତରମାନେ ରୋଗୀଙ୍କ ସମସ୍ୟା ବୁଝି ଉପଯୁକ୍ତ ପରାମର୍ଶ ଦେବା ସହ ପ୍ରେସ୍‌କ୍ରିପ୍‌ଶନ ଲେଖିବାର ବ୍ୟବସ୍ଥା ରହିଛି। ତେବେ ଟେଲିମେଡିସିନ କେନ୍ଦ୍ରରେ ଥିବା ଡାକ୍ତରଙ୍କ ଦ୍ୱାରା ରୋଗର ଚିକିତ୍ସା ସମ୍ଭବ ନ ହେଲେ ରୋଗୀଙ୍କୁ ସ୍ପେଶାଲିଷ୍ଟ କିମ୍ବା ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ସିଧାସଳଖ ସଂଯୋଗ କରି ଦିଆଯାଉଛି। ରୋଗୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଗୁରୁତର ବା ଜଟିଳ ଥିଲେ ତାଙ୍କୁ ହସ୍ପିଟାଲ ଆସିବା ପାଇଁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?