ବ୍ୟାପକ ହେଉନି ଟେଲିମେଡିସିନ ସେବା

ଭୁବନେଶ୍ୱର, ୨୯ା୧(ବ୍ୟୁରୋ): କରୋନାର ତୃତୀୟ ଲହର ଓ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ପାଇଁ ରାଜ୍ୟରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଥିଲା। ସ୍ଥିତି ଏପରି ହେଲା ଯେ ହସ୍ପିଟାଲଗୁଡ଼ିକରେ ମଧ୍ୟ ସଂକ୍ରମଣ ବ୍ୟାପି ଗଲା। ଡାକ୍ତର, ନର୍ସ, କର୍ମଚାରୀ ଆକ୍ରାନ୍ତ ହେବାରୁ ଏବେ ରାଜ୍ୟର ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଏହି ସ୍ଥିତି ଏଡ଼ାଇବାକୁ କେତେକ ହସ୍ପିଟାଲରେ ଓପିଡିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିବାବେଳେ ଆଉ କିଛି ହସ୍ପିଟାଲରେ ଦୈନିକ ରୋଗୀଙ୍କ ସଂଖ୍ୟା କମାଇ ଦିଆଯାଇଛି। ଏପରି କି କେତେକ ସ୍ଥାନରେ ଓପିଡିକୁ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଭିଡ଼ ଓ ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ଟେଲି ମେଡିସିନ ସେବାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏବେ ସରକାରୀ ହସ୍ପିଟାଲଗୁଡ଼ିକ ବିଭିନ୍ନ ବିଭାଗ ପାଇଁ ସ୍ବତନ୍ତ୍ର ନମ୍ବର ଜାରି କରିଛନ୍ତି। ହେଲେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଏଯାଏ ଟେଲି ମେଡିସିନ ସେବା ବ୍ୟାପକ ହୋଇପାରୁ ନାହିଁ। ବହୁ ଲୋକ ବିଶେଷକରି ଗ୍ରାମାଞ୍ଚଳର ଲୋକେ ଏହି ସେବା ସମ୍ପର୍କରେ ଜାଣି ନ ଥିବାରୁ ଚିକିତ୍ସା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ମିଳିଥିବା ତଥ୍ୟ ଓ ପୂର୍ବରୁ ଦୈନିକ ହସ୍ପିଟାଲ ଆସୁଥିବା ରୋଗୀ ସଂଖାକୁ ତର୍ଜମା କଲେ ଏବେ ଟେଲିମେଡିସିନ ସେବାରେ ଉପକୃତ ହେଉଥିବା ରୋଗୀଙ୍କ ସଂଖ୍ୟା ଅତି ନଗଣ୍ୟ। କଟକ ଏସ୍‌ସିବିରେ ଗତ ୧ରୁ ୨୩ ତାରିଖ ମଧ୍ୟରେ ମାତ୍ର ୧,୪୨୭ଜଣ ଟେଲିମେଡିସିନରେ ଉପକୃତ ହୋଇଥିବାବେଳେ ଶିଶୁଭବନ ଟେଲିମେଡିସିନରେ ୧୭ରୁ ୨୩ ତାରିଖ ମଧ୍ୟରେ ୬୨୫ଜଣ ଚିକିତ୍ସିତ ହୋଇଛନ୍ତି। ସେହିପରି ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୧ରୁ ୨୩ ତାରିଖ ମଧ୍ୟରେ ୩୮ଜଣ ଯୋଗାଯୋଗ କରିଛନ୍ତି। ଏମାନେ ପୂର୍ବରୁ ଏଠାରେ ଚିକିତ୍ସିତ ହେଉଥିବାବେଳେ କୌଣସି ନୂଆ ରୋଗୀ ଟେଲିମେଡିସିନ ସେବା ପାଇପାରି ନାହାନ୍ତି। ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ଟେଲିମେଡିସିନ ସେବା ୨୦୨୦ ଏପ୍ରିଲ ୩୦ରୁ ଆରମ୍ଭ ହୋଇଛି। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେବା ମିଳିପାରୁଥିବାବେଳେ ସପ୍ତାହରେ ହାରାହାରି ୫୦ରୁ ୬୦ ଜଣ ରୋଗୀ ଫୋନ୍‌ କରି ପରାମର୍ଶ ନେଉଛନ୍ତି। ତେବେ କୋଭିଡ୍‌ ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଏହା ବେଶ୍‌ ସହାୟକ ହୋଇଥିଲା ବୋଲି ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି। ସେହିପରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ଓ ସିଟି ହସ୍ପିଟାଲରେ ଏହି ସେବା ଉପଲବ୍ଧ ରହିଛି। ୨୦୨୦ ଏପ୍ରିଲ ୨୭ରୁ ଏମ୍‌କେସିଜି ଟେଲିମେଡ଼ିସିନ ଜରିଆରେ ଗତ ରବିବାର ସୁଦ୍ଧା ୨,୯୨୦ ଜଣ ଓ ସିଟି ହସ୍ପିଟାଲରେ ୩୦୨ ଜଣ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଛି। କରୋନାର ପ୍ରଥମ ଲହର ସମୟରୁ ବାଲେଶ୍ୱର ଜିଲାରେ ଆରମ୍ଭ ହୋଇଥିବା ଟେଲିମେଡିସିନ ସେବା ଅଦ୍ୟାବଧି ଜାରି ରହିଛି। ପ୍ରତିଦିନ ୫୦ରୁ ଅଧିକ ରୋଗୀ ଏହି ସେବା ପାଇଁ ଫୋନ୍‌ କରୁଥିବାବେଳେ ୪,୮୭୧ଜଣ ଉପକୃତ ହୋଇଥିବା ଜଣାପଡ଼ିଛି। ତେବେ କୋଭିଡ୍‌ ସମେତ ସମସ୍ତ ରୋଗର ନିରାକରଣ ନିମନ୍ତେ ଜାରି ହୋଇଥିବା ୪ଟି ନମ୍ବରକୁ ପ୍ରତିଦିନ ୪୦୦ରୁ ଊର୍ଦ୍ଧ୍ୱ କଲ୍‌ ଆସିଥାଏ। ଏପଟେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଟେଲି ମେଡିସିନ ସେବା ଜାନୁୟାରୀ ୧୪ରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ରୋଗୀ ଉପକୃତ ହୋଇଥିବା ସୂଚନା ମିଳିଛି।
ଟେଲିମେଡିସିନ ସେବା ମାଧ୍ୟମରେ ରୋଗୀ ଘରେ ବସି ଫୋନ୍‌ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଯଦିଓ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟବସ୍ଥା ହୋଇ ନାହିଁ, ତଥାପି ଜିଲା ହସ୍ପିଟାଲ ସହିତ ଯୋଡ଼ାଯାଇ ରୋଗୀଙ୍କୁ ସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ରୋଗୀମାନେ ନିକଟ ପିଏଚ୍‌ସି କିମ୍ବା ସିଏଚ୍‌ସିକୁ ଯାଇ ସେଠାରେ ଥିବା ଡାକ୍ତରଙ୍କ ଜରିଆରେ ଟେଲିମେଡିସନ କେନ୍ଦ୍ରରେ ବସିଥିବା ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଜାରି ହୋଇଥିବା ଫୋନ୍‌ ନମ୍ବରରେ ହ୍ବାଟ୍‌ସଆପ୍‌ ବ୍ୟବସ୍ଥା ଥିବାରୁ ଡାକ୍ତରମାନେ ରୋଗୀଙ୍କ ସମସ୍ୟା ବୁଝି ଉପଯୁକ୍ତ ପରାମର୍ଶ ଦେବା ସହ ପ୍ରେସ୍‌କ୍ରିପ୍‌ଶନ ଲେଖିବାର ବ୍ୟବସ୍ଥା ରହିଛି। ତେବେ ଟେଲିମେଡିସିନ କେନ୍ଦ୍ରରେ ଥିବା ଡାକ୍ତରଙ୍କ ଦ୍ୱାରା ରୋଗର ଚିକିତ୍ସା ସମ୍ଭବ ନ ହେଲେ ରୋଗୀଙ୍କୁ ସ୍ପେଶାଲିଷ୍ଟ କିମ୍ବା ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ସିଧାସଳଖ ସଂଯୋଗ କରି ଦିଆଯାଉଛି। ରୋଗୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଗୁରୁତର ବା ଜଟିଳ ଥିଲେ ତାଙ୍କୁ ହସ୍ପିଟାଲ ଆସିବା ପାଇଁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri