Posted inଜାତୀୟ

ମାପଦଣ୍ଡ ଧାର୍ଯ୍ୟ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୧: ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିର କର୍ମଚାରୀମାନଙ୍କ ପଦୋନ୍ନତି ପାଇଁ ମାପଦଣ୍ଡ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ପଦୋନ୍ନତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପୂର୍ବରୁ ଉପରୋକ୍ତ ବର୍ଗଙ୍କୁ ସରକାରୀ ଚାକିରିରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳିଛି କି ନାହିଁ ତାହାର ପରିମାଣାତ୍ମକ ତଥ୍ୟ ସଂଗ୍ରହ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠର ନିଷ୍ପତ୍ତି ପରେ ସୁପ୍ରିମକୋର୍ଟ ନୂଆ ମାପଦଣ୍ଡ ଧାର୍ଯ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି। ଏ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସମ୍ପୃକ୍ତ ରାଜ୍ୟ ସରକାର ନେବେ ବୋଲି ଜଷ୍ଟିସ୍‌ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ ଏସ୍‌ସି/ଏସ୍‌ଟି ପ୍ରତିନିଧିତ୍ୱରେ ଅପର୍ଯ୍ୟାପ୍ତତା ସମ୍ପର୍କିତ ତଥ୍ୟ ସଂଗ୍ରହ ସମଗ୍ର ସେବା କିମ୍ବା ବର୍ଗ ପାଇଁ ଗ୍ରହଣୀୟ ହୋଇ ନ ପାରେ। ତେବେ ଏହା ନିର୍ଦ୍ଦିଷ୍ଟ ଗ୍ରେଡ୍‌ ବା ବର୍ଗର ପଦବୀରେ ପଦୋନ୍ନତି ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବ। ପଦୋନ୍ନତି ସମ୍ପର୍କିତ ପରିମାଣାତ୍ମକ ତଥ୍ୟ ସଂଗ୍ରହରେ କ୍ୟାଡରକୁ ୟୁନିଟ୍‌ ଭାବେ ନିଆଯିବା ଆବଶ୍ୟକ। ଏହା ବ୍ୟତୀତ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ ବେଳେ ଆନୁଷଙ୍ଗିକ କାରଣକୁ ମଧ୍ୟ ବିଚାରକୁ ନିଆଯିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି। ଗତବର୍ଷ ଅକ୍ଟୋବର ୨୬ରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। ସରକାରୀ ନିଯୁକ୍ତିରେ ଏସ୍‌ସି ଏବଂ ଏସ୍‌ଟିଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇଁ ନିଶ୍ଚିତ ତଥା ନିର୍ଣ୍ଣାୟକ ଆଧାର ଧାର୍ଯ୍ୟ କରିବାକୁ ପୂର୍ବରୁ ସରକାର ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?