ସରକାର ନେଲେ ବଡ଼ ନିଷ୍ପତ୍ତି: ମହମ୍ମଦ ସିରାଜଙ୍କୁ ମିଳିବ ଜମି ଆଉ ସରକାରୀ ଚାକିରି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୦।୭: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ଅବଦାନ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଅଲରାଉଣ୍ଡର କ୍ରିକେଟର ମହମ୍ମଦ ସିରାଜଙ୍କୁ ପୁରସ୍କୃତ କରିଛନ୍ତି। ଗତ ସପ୍ତାହରେ ଭାରତର ଟି -୨୦ ବିଶ୍ୱକପ୍‌ ବିଜୟ ପରେ ମହମ୍ମଦ ସିରାଜ ନିଜ ସହର ହାଇଦ୍ରାବାଦକୁ ଫେରଥିଲେ। ଏହା ପରେ ସିରାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ସିରାଜଙ୍କୁ ସମ୍ମାନିତ କରି ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବରେ ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହମ୍ମଦ ସିରାଜ ଆମ ଦେଶ ପାଇଁ ଗର୍ବ ଏବଂ ତେଲଙ୍ଗାନା ରାଜ୍ୟ ପାଇଁ ଗୌରବ। ଏଥିସହ ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ହାଇଦ୍ରାବାଦ କିମ୍ବା ଏହା ଆଖପାଖ ଅଞ୍ଚଳରେ ମହମ୍ମଦ ସିରାଜଙ୍କ ପାଇଁ ଘର ତିଆରି କରିବା ନିମିତ୍ତ ଏକ ଉପଯୁକ୍ତ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିରାଜଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ...

ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ

ଅଲିମ୍ପିକ୍ସର ନବମ ସଂସ୍କରଣ ୧୯୨୪ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ଜାତୀୟ ପତାକା ତଳେ ଖେଳିଥିବା ଭାରତ ଫିଲ୍ଡ ହକିରେ ଐତିହାସିକ ସ୍ବର୍ଣ୍ଣ ପଦକ...

୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଲକ୍ଷ୍ୟରେ ବ୍ରିଟେନ୍‌

ବର୍ଲିନ୍‌,୧୪।୭(ପି.ଟି.): ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ ଫୁଟବଲ ୨୦୨୪ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ। ସ୍ପେନ ଦଳ ଚତୁର୍ଥ ୟୁରୋ କପ୍‌...

ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା...

ଅନନ୍ତ ଅମ଼୍ବାନୀ-ରାଧିକାଙ୍କୁ ଆଶିର୍ବାଦ ଦେଲେ ମୋଦି

ମୁମ଼୍ବାଇ, ୧୪।୦୭: ଦେଶର ଆର୍ଥିକ ରାଜଧାନୀ ମୁମ଼୍ବାଇରେ ଜୁଲାଇ ୧୨ରେ ଅନନ୍ତ ଅମ଼୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଏହାର ଅଗାମୀ...

ସୋନିଆଙ୍କୁ ଭେଟିଲେ ହେମନ୍ତ

ନୂଆଦିଲ୍ଲୀ,୧୪।୭(ପି.ଟି.): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ୍‌ ଶନିବାର କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ...

କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ

ଶ୍ରୀନଗର,୧୩ା୭: କଶ୍ମୀର ଶହୀଦ ଦିବସରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ ରଖାଯାଇଥିବା ସେମାନେ...

ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ କନ୍ୟା ପକ୍ଷଙ୍କୁ ପିଟିଲେ ବର ପରିବାର, ଭାଙ୍ଗିଲା ବାହାଘର

ନୂଆଦିଲ୍ଲୀ, ୧୩।୭: ବରଣମାଳା ଦିଆନିଆ ସାରିଥିଲା, ହେଲେ ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ ବାହାଘର ଭାଙ୍ଗିଦେଲେ ବରପକ୍ଷ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri