Posted inଜାତୀୟ

ନୂଆ ରୂପରେ ଲାଲୁଙ୍କ ଲାଲ୍‌: ଖୁବଶୀଘ୍ର ନଜର ଆସିବେ କପିଲ ଶର୍ମା କମେଡି ଶୋ’ରେ

ପାଟନା,୨୯ ।୮: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । କେବେ ବାବା ଭୋଳାନାଥ ଭାବେ ତ ପୁଣି କେବେ କୃଷ୍ଣଙ୍କ ରୂପରେ ବଂଶୀ ବଜେଇ ଚର୍ଚ୍ଚାକୁ ଆସୁଥିବା ତେଜ ପ୍ରତାପ ମଡଲିଂ ଦୁନିଆରେ ବି ପାଦ ରଖିବାକୁ ଚେଷ୍ଟା କରିଛନ୍ତି । ସକ୍ରିୟ ରାଜନୀତିଠାରୁ ସାମାନ୍ୟ ଦୂରେଇ ଯାଇଥିବା ତେଜ ପ୍ରତାପ କିଛି ନା କିଛି କାରନାମା କରି ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି । ଏଥର ସେ କପିଲ ଶର୍ମାଙ୍କ କମେଡି ଶୋରେ ନଜର ଆସିବେ ବୋଲି ଜଣାପଡିଛି । ନିକଟରେ ସେ ଦିଲ୍ଲୀରୁ ଫେରି ଏହି ସୂଚନା ଦେଇଛନ୍ତି । ତେଜ ପ୍ରତାପ କହିଛନ୍ତି କମେଡି ଶୋ’ରୁ ମୋତେ ଯୋଗାଯୋଗ କରିଥିଲେ । ହେଲେ ସେମାନେ ଯଦି ଫ୍ଲାଇଟ୍ ଟିକେଟ ପଠାନ୍ତି ତେବେ ମୁଁ ସେଠାକୁ ନିଶ୍ଚିତ ଭାବେ ଯିବି । ବଡ ଭାଇ ରାଜନୀତିଠାରୁ ସାମାନ୍ୟ ଦୂରେଇ ରହୁଥିବା ବେଳେ ସାନଭାଇ ତେଜସ୍ୱୀ କିନ୍ତୁ ପିତାଙ୍କ ମଙ୍ଗ ସମ୍ଭାଳିବାକୁ ପ୍ରସ୍ତୁତ ଅଛନ୍ତି । ଏବେ ସେ ବିରୋଧି ଦଳ ନେତା ଭାବେ କାର୍ଯ୍ୟ କରୁଛନ୍ତି । ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଏତେ ମଧୁର ନ ଥିବା ବେଳେ ତେଜପ୍ରତାପ କେବେ ତେଜସ୍ୱୀଙ୍କ କାମରେ ହସ୍ତକ୍ଷେପ କରନ୍ତି ନାହିଁ ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୀତ ଗାଇଲେ ଗୀତା ରାବାରୀ

ନୂଆଦିଲ୍ଲୀ,୯ା୭: ଗୁଜରାଟୀ ଲୋକଗାୟିକା ଗୀତା ରାବାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାର୍ଲାମେଣ୍ଟରେ ସାକ୍ଷାତ୍‌ କରି ଏକ ଲୋକସଂଗୀତ ଗାଇଛନ୍ତି। ଗୀତା ମାଲଧାରୀ ସମ୍ପ୍ରଦାୟର। ସେ କହନ୍ତି,...

୨୦୨୩ ଏପ୍ରିଲ୍‌ ସୁଦ୍ଧା ଭାରତକୁ ଆସିବ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ,୧୭।୭: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସୁଦୃଢ଼ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ୨୦୨୩ ଏପ୍ରିଲ୍‌...

ପିକ୍‌ନିକ୍‌ ଯାଉଥିବା ବେଳେ ଓଲଟିଲା ସ୍କୁଲ୍‌ ବସ୍‌

ଡେରାଡୁନ,୧୪।୧୧: ଉତ୍ତରଖଣ୍ଡ ସୀତାରଗଞ୍ଜ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୋମବାର ସ୍କୁଲ୍‌ ପିଲାଙ୍କୁ ନେଇ ପିକ୍‌ନିକ୍‌ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି...

ସହମତିରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବୟସ ସୀମା ହ୍ରାସ କରିବା ନେଇ ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୨୨।୧୨ : ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ସହମତିରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବୟସ ସୀମା ହ୍ରାସ...

ଟିକାକରଣରେ ମହାରାଷ୍ଟ୍ର ଆଗରେ

ନୂଆଦିଲ୍ଲୀ,୨୭ ।୭: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି କହିଲେ ଚଳେ । ଏହି ମହାମାରୀଠାରୁ ଦୂରେଇ ରହିବାର...

ଥାଲାସେମିଆ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମାତାପିତା

ମୌନପୁରୀ,୨୬।୭: ଉତ୍ତର ପ୍ରଦେଶର ମୌନପୁରୀରେ ଏବେ ଅସହାୟ ମାତାପିତା ନିଜ ସନ୍ତାନଙ୍କ ଚିକିତ୍ସା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥଙ୍କ...

କର୍ନାଟକ ନିର୍ବାଚନରେ ଗ୍ଲାମରର ତଡକା, ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ରହିଛନ୍ତି କନ୍ନଡ କଳାକାର

ବେଙ୍ଗାଲୁରୁ,୬।୪: ପାଖେଇ ଆସୁଛି କର୍ନାଟକ ବିଧାନସଭା ନିର୍ବାଚନ। ଆଉ ମାତ୍ର ଗୋଟିଏ ମାସ ମଧ୍ୟରେ ହେବାକୁ ଯାଉଛି କର୍ନାଟକ ନିର୍ବାଚନ। ଏବେ ରାଜ୍ୟର ରାଜନୈତିକ ମାହୋଲ...

ତେଲଙ୍ଗାନା: ପରୀକ୍ଷା ଫଳ ଘୋଷଣା ପରେ ୧୦ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ, ୧୨ା୫: ତେଲଙ୍ଗାନାରେ ଇଣ୍ଟରମିଡିଏଟ୍‌ (ଯୁକ୍ତ ଦୁଇ) ପରୀକ୍ଷା ଫଳ ଘୋଷଣା ପରେ ବୁଧବାର ୮ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଜଣେ ଆତ୍ମହତ୍ୟା...

Advertisement
Archives

Model This Week