Posted inଜାତୀୟ

ନୂଆ ରୂପରେ ଲାଲୁଙ୍କ ଲାଲ୍‌: ଖୁବଶୀଘ୍ର ନଜର ଆସିବେ କପିଲ ଶର୍ମା କମେଡି ଶୋ’ରେ

ପାଟନା,୨୯ ।୮: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । କେବେ ବାବା ଭୋଳାନାଥ ଭାବେ ତ ପୁଣି କେବେ କୃଷ୍ଣଙ୍କ ରୂପରେ ବଂଶୀ ବଜେଇ ଚର୍ଚ୍ଚାକୁ ଆସୁଥିବା ତେଜ ପ୍ରତାପ ମଡଲିଂ ଦୁନିଆରେ ବି ପାଦ ରଖିବାକୁ ଚେଷ୍ଟା କରିଛନ୍ତି । ସକ୍ରିୟ ରାଜନୀତିଠାରୁ ସାମାନ୍ୟ ଦୂରେଇ ଯାଇଥିବା ତେଜ ପ୍ରତାପ କିଛି ନା କିଛି କାରନାମା କରି ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି । ଏଥର ସେ କପିଲ ଶର୍ମାଙ୍କ କମେଡି ଶୋରେ ନଜର ଆସିବେ ବୋଲି ଜଣାପଡିଛି । ନିକଟରେ ସେ ଦିଲ୍ଲୀରୁ ଫେରି ଏହି ସୂଚନା ଦେଇଛନ୍ତି । ତେଜ ପ୍ରତାପ କହିଛନ୍ତି କମେଡି ଶୋ’ରୁ ମୋତେ ଯୋଗାଯୋଗ କରିଥିଲେ । ହେଲେ ସେମାନେ ଯଦି ଫ୍ଲାଇଟ୍ ଟିକେଟ ପଠାନ୍ତି ତେବେ ମୁଁ ସେଠାକୁ ନିଶ୍ଚିତ ଭାବେ ଯିବି । ବଡ ଭାଇ ରାଜନୀତିଠାରୁ ସାମାନ୍ୟ ଦୂରେଇ ରହୁଥିବା ବେଳେ ସାନଭାଇ ତେଜସ୍ୱୀ କିନ୍ତୁ ପିତାଙ୍କ ମଙ୍ଗ ସମ୍ଭାଳିବାକୁ ପ୍ରସ୍ତୁତ ଅଛନ୍ତି । ଏବେ ସେ ବିରୋଧି ଦଳ ନେତା ଭାବେ କାର୍ଯ୍ୟ କରୁଛନ୍ତି । ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଏତେ ମଧୁର ନ ଥିବା ବେଳେ ତେଜପ୍ରତାପ କେବେ ତେଜସ୍ୱୀଙ୍କ କାମରେ ହସ୍ତକ୍ଷେପ କରନ୍ତି ନାହିଁ ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

ଡୋନାଲ୍ଡ ଟ୍ରମ୍ପଙ୍କ ଝିଅକୁ ହତ୍ୟା କରିବାକୁ ଉଦ୍ୟମ! ହେଲା ବଡ଼ ପର୍ଦ୍ଦାଫାଶ, ଷଡ଼ଯନ୍ତ୍ର ରଚିଥିଲା…

ଓ୍‌ବାଶିଂଟନ୍‌,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଖବର ଆସିଛି। ପ୍ରକୃତରେ, ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri