Posted inଜାତୀୟ

‘ସିବିଆଇ, ଇଡି, ଆଇଟି ଭାଜପାର ୩ ଜ୍ୱାଇଁ ’

ପାଟନା,୨୪।୮: କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଯେତେବେଳେ କୌଣସି ରାଜ୍ୟରେ ହାରିବାର ଭୟ ଥାଏ କିମ୍ବା ହାରେ, ସେତେବେଳେ ଭାଜପା ତାର ୩ ‘ଜ୍ୱାଇଁ’, ସିବିଆଇ, ଇଡି ଏବଂ ଆଇଟି ନେଇ ଆଗକୁ ବଢିଥାଏ। ଯଦି ଜଣେ ଭାଜପା ସହିତ ରହିବେ, ସେ ରାଜା ହରିଚନ୍ଦ୍ର, କିନ୍ତୁ ଯଦି ହାତ ଛାଡ଼ିଦେଲେ ସେ ଦୁର୍ନୀତିଗ୍ରସ୍ତ। ମୁଁ ବିଦେଶ ଗଲେ, ଭାଜପା ମୋ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରେ। କିନ୍ତୁ ନୀରବ ମୋଦି, ବିଜୟ ମାଲ୍ୟା ଏବଂ ଲଳିତ ମୋଦିଙ୍କ ପରି ଠକମାନେ ଦେଶ ଛାଡି ପଳାନ୍ତି, ସେମାନେ କିଛି କରିପାରନ୍ତି ନାହିଁ ବୋଲି ତେଜସ୍ବୀ କହିଛନ୍ତି।
ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ କହିଛନ୍ତି, ଆମେ କ୍ରିକେଟର ଅଟୁ ଏବଂ ଏହି ଯୋଡି (ଆରଜେଡି ଏବଂ ଜେଡିୟୁ) କଦାପି ଭାଙ୍ଗିବ ନାହିଁ। ସବୁଠାରୁ ଲମ୍ବା ଇନିଂସ ଖେଳି ବିହାର ଏବଂ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ। ଯିଏ ଭାଜପାକୁ ଡରିବ, ସେ ମରିବ। ଏଥର କୌଣସି ରନ ଆଉଟ ହେବନାହିଁ। ୨୦୨୪ର ଭୟ ହେଉଛି ଭାଜପାର ସବୁଠାରୁ ବଡ ଯନ୍ତ୍ରଣା।
ସୂଚନାଯୋଗ୍ୟ, ବିହାରରେ ଆକ୍ସନ ମୋଡକୁ ଆସିଛି ସିବିଆଇ। ଆଜି ସକାଳୁ ସକାଳୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଦୁଇ ବରିଷ୍ଠ ନେତାଙ୍କ ଘରେ ସିବିଆଇ ଟିମ ଏକାକାଳୀନ ରେଡ କରିଛି। ଲାଲୁ ପ୍ରସାଦ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ଚାକିରି ପାଇଁ ଜମି ଦୁର୍ନୀତି ଘଟିଥିଲା। ଏହି ଘଟଣାରେ ଆଜି ସିବିଆଇ ରେଡ କରିଛି। ସିବିଆଇ ଟିମ ଆରଜେଡିର ରାଜ୍ୟ ସଭା ଏମ୍‌ପି ଅହମଦ ଅସଫାକ କରିମ ଓ ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ପହଞ୍ଚିଛି। ଉଭୟ ନେତାଙ୍କ ଘର ଓ ବିଭିନ୍ନ ଠିକଣାରେ ସକାଳୁ ରେଡ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ଘଣ୍ଟାକରେ ‘ବ୍ରଶ୍‌ ଟେଷ୍ଟ’ରୁ ଜଣାପଡ଼ିବ ପାଟି କ୍ୟାନ୍‌ସର

ଲଣ୍ଡନ/ନୂଆଦିଲ୍ଲୀ, ୯ା୭ପାଟି କର୍କଟ ବା ଓରାଲ କ୍ୟାନ୍‌ସର ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ବଡ଼ ସଫଳତା ମିଳିଛି। ବ୍ରିଟେନ୍‌ର କୁଇନ୍‌ ମେରି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ଗବେଷକମାନଙ୍କ…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri