Posted inଫୁରସତ

ସ୍ଲାଇଡ୍‌ରୁ ଖସିବା ସମୟରେ ପିଲାଙ୍କ ସହ ଘଟିଲା ଏମିତି, ଭିଡିଓ ଦେଖିଲେ…

ମନୋରଞ୍ଜନ ପାଇଁ ମଣିଷ ଆପଣାଉଥିବା ପଦ୍ଧତି ବେଳେବେଳେ ଭୟଙ୍କର ସାବ୍ୟସ୍ତ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଆମେରିକାରୁ ଦେଖିବାକୁ ମିଳିଛି। ଏଠାକାର ଏକ ମନୋରଞ୍ଜନ ପାର୍କରେ ଖୋଲିବାକୁ ଯାଉଥିବା ସବୁଠାରୁ ବଡ଼ ସ୍ଲାଇଡ୍‌କୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିନ୍ତୁ ବର୍ତ୍ତମାନ ଖବର ଜାଣିବାକୁ ମିଳିଛି ଏହି ସ୍ଲାଇଡ୍‌ ଖୋଲିବାର କିଛି ସମୟ ପରେ ବନ୍ଦ ହୋଇଯାଇଛି। ପିଲାମାନେ ଏଥିରୁ ଖସିବା ବେଳେ ପବନରେ ଉଡ଼ିବା ପରି ଦେଖିବାକୁ ମିଳିଛି। ପିଲାମାନେ ଆଘାତ ହେବାର ବିପଦ ଦେଖି ତୁରନ୍ତ ଏହି ସ୍ଲାଇଡ୍‌କୁ ବନ୍ଦ କରି ଦିଆଯାଇଥିଲା।

 

ସ୍ଲାଇଡ୍‌ ଖୋଲିବାର ୪ ଘଣ୍ଟା ପରେ ହିଁ ବନ୍ଦ କରିଦିଆଯାଇଥିଲା। ଏହା ଅତ୍ୟନ୍ତ ବିପଜ୍ଜନକ ଥିଲା। ପାର୍କ ଅଧିକାରୀମାନେ ନିଜେ ଜାଣି ନ ଥିଲେ ଯେ ଖସିବା ଏତେ ବିପଜ୍ଜନକ ହେବ। ଏହା ଖୋଲିବା ମାତ୍ରେ ପିଲାମାନେ ତୀବ୍ର ବେଗରେ ଡେଇଁ ପଡ଼ିଥିବାର ଦେଖି ମାତାପିତାଙ୍କ ସମେତ ପାର୍କ ଅଧିକାରୀମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ।

ଏହି ସ୍ଲାଇଡ୍‌ ଆମେରିକାର ମିଚିଗାନରେ ଅବସ୍ଥିତ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମେଟାଲିକ୍‌ ସ୍ଲାଇଡ୍‌ ମଧ୍ୟ ଆରାମଦାୟକ ନ ଥିଲା। ପିଲାମାନେ ଏତେ ବେଗରେ ଉପରୁ ଆସୁଥିଲେ ଯେ, ମଝିରେ ଝୁଣ୍ଟି ପଡ଼ିବା ପରେ ସେମାନେ ପବନରେ ଡେଇଁ ପଡ଼ିଥିଲେ। ଏହା ପରେ ସେମାନେ ସେଠାରୁ ସିଧା ତଳକୁ ଖସିପଡ଼ିଥିଲେ। ସୁରକ୍ଷା ପାଇଁ ତଳେ ମଧ୍ୟ କୌଣସି ଗଛ ଲଗାଯାଇ ନ ଥିଲା। ଫଳରେ ପିଲାମାନେ ମେଟାଲ ଷ୍ଟ୍ରିପ୍‌ ଉପରେ ପଡ଼ି ଯାଉଥିଲେ। ଏହି କାରଣରୁ କିଛି ପିଲାମାନେ ଅଧିକ ଆହତ ହୋଇଥିଲେ। କୌଣସି ବଡ଼ ଧରଣର ଦୁର୍ଘଟଣା ହେବା ପୂର୍ବରୁ ଏହାକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଗୁରୁତର ଦୁର୍ଘଟଣା ହେତୁ ଏହାକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri