Posted inଫୁରସତ

ସ୍ଲାଇଡ୍‌ରୁ ଖସିବା ସମୟରେ ପିଲାଙ୍କ ସହ ଘଟିଲା ଏମିତି, ଭିଡିଓ ଦେଖିଲେ…

ମନୋରଞ୍ଜନ ପାଇଁ ମଣିଷ ଆପଣାଉଥିବା ପଦ୍ଧତି ବେଳେବେଳେ ଭୟଙ୍କର ସାବ୍ୟସ୍ତ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଆମେରିକାରୁ ଦେଖିବାକୁ ମିଳିଛି। ଏଠାକାର ଏକ ମନୋରଞ୍ଜନ ପାର୍କରେ ଖୋଲିବାକୁ ଯାଉଥିବା ସବୁଠାରୁ ବଡ଼ ସ୍ଲାଇଡ୍‌କୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିନ୍ତୁ ବର୍ତ୍ତମାନ ଖବର ଜାଣିବାକୁ ମିଳିଛି ଏହି ସ୍ଲାଇଡ୍‌ ଖୋଲିବାର କିଛି ସମୟ ପରେ ବନ୍ଦ ହୋଇଯାଇଛି। ପିଲାମାନେ ଏଥିରୁ ଖସିବା ବେଳେ ପବନରେ ଉଡ଼ିବା ପରି ଦେଖିବାକୁ ମିଳିଛି। ପିଲାମାନେ ଆଘାତ ହେବାର ବିପଦ ଦେଖି ତୁରନ୍ତ ଏହି ସ୍ଲାଇଡ୍‌କୁ ବନ୍ଦ କରି ଦିଆଯାଇଥିଲା।

 

ସ୍ଲାଇଡ୍‌ ଖୋଲିବାର ୪ ଘଣ୍ଟା ପରେ ହିଁ ବନ୍ଦ କରିଦିଆଯାଇଥିଲା। ଏହା ଅତ୍ୟନ୍ତ ବିପଜ୍ଜନକ ଥିଲା। ପାର୍କ ଅଧିକାରୀମାନେ ନିଜେ ଜାଣି ନ ଥିଲେ ଯେ ଖସିବା ଏତେ ବିପଜ୍ଜନକ ହେବ। ଏହା ଖୋଲିବା ମାତ୍ରେ ପିଲାମାନେ ତୀବ୍ର ବେଗରେ ଡେଇଁ ପଡ଼ିଥିବାର ଦେଖି ମାତାପିତାଙ୍କ ସମେତ ପାର୍କ ଅଧିକାରୀମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ।

ଏହି ସ୍ଲାଇଡ୍‌ ଆମେରିକାର ମିଚିଗାନରେ ଅବସ୍ଥିତ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମେଟାଲିକ୍‌ ସ୍ଲାଇଡ୍‌ ମଧ୍ୟ ଆରାମଦାୟକ ନ ଥିଲା। ପିଲାମାନେ ଏତେ ବେଗରେ ଉପରୁ ଆସୁଥିଲେ ଯେ, ମଝିରେ ଝୁଣ୍ଟି ପଡ଼ିବା ପରେ ସେମାନେ ପବନରେ ଡେଇଁ ପଡ଼ିଥିଲେ। ଏହା ପରେ ସେମାନେ ସେଠାରୁ ସିଧା ତଳକୁ ଖସିପଡ଼ିଥିଲେ। ସୁରକ୍ଷା ପାଇଁ ତଳେ ମଧ୍ୟ କୌଣସି ଗଛ ଲଗାଯାଇ ନ ଥିଲା। ଫଳରେ ପିଲାମାନେ ମେଟାଲ ଷ୍ଟ୍ରିପ୍‌ ଉପରେ ପଡ଼ି ଯାଉଥିଲେ। ଏହି କାରଣରୁ କିଛି ପିଲାମାନେ ଅଧିକ ଆହତ ହୋଇଥିଲେ। କୌଣସି ବଡ଼ ଧରଣର ଦୁର୍ଘଟଣା ହେବା ପୂର୍ବରୁ ଏହାକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଗୁରୁତର ଦୁର୍ଘଟଣା ହେତୁ ଏହାକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri