ଦନ୍ତା ଦେଉଛନ୍ତି ଦୁଃଖ

ଢେଙ୍କାନାଳ,୨।୭(ରତନ ନାୟାର)ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବିଶେଷ କରି ଗୋଠଛଡ଼ା ଦନ୍ତାଙ୍କ ହିଂସ୍ର ଆଚରଣ ହାତୀ ଉପଦ୍ରୁତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପଲରୁ ଅଲଗା ହୋଇ ବୁଲୁଥିବା ଅଣ୍ଡିରା ହାତୀଙ୍କୁ ଜଙ୍ଗଲ ମୁହଁା କରାଇବାକୁ ଯାଇ ବନ ବିଭାଗ ନୟାନ୍ତ ହୋଇପଡ଼ିଲାଣି। ଆଗକୁ ଖରିଫ୍‌ ଋତୁ ଥିବାବେଳେ ଏଭଳି ହାତୀ ଆତଙ୍କ ଚାଷୀଙ୍କ ଚିନ୍ତା ବଢ଼ାଇଛି।
ଢେଙ୍କାନାଳ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏବେ ୨୪୦ ହାତୀ ରହିଛନ୍ତି। ତନ୍ମଧ୍ୟରୁ କେବଳ ଦନ୍ତା ହେଉଛନ୍ତି ୫୪। ସେଥିରୁ ହିନ୍ଦୋଳ ରେଞ୍ଜ୍‌ରେ ସର୍ବାଧିକ ୧୯ ଏବଂ ଏହା ପଛକୁ ସଦର ରେଞ୍ଜ୍‌ରେ ୧୬ଟି ଦନ୍ତା ବିଚରଣ କରୁଛନ୍ତି। ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଚାଲି ଆସିଥିବା ହାତୀପଲ ଫେରୁନାହାନ୍ତି। ବ୍ୟସ୍ତବହୁଳ ଗ୍ରାମ ସଡ଼କ ପାର୍ଶ୍ୱରେ ଦନ୍ତାହାତୀ ଡେରା ପକାଇ ରହୁଛନ୍ତି। ହଠାତ୍‌ ରାସ୍ତା ଉପରକୁ ଚାଲି ଆସି ପଥଚାରୀଙ୍କୁ ଆକ୍ରମଣ କରୁଛନ୍ତି। ସେମାନଙ୍କ ହିଂସ୍ର ଆଚରଣ ବଢ଼ିବାରେ ଲାଗିଛି, ଯାହା ଏବେ ଚିନ୍ତାର ବିଷୟ ହୋଇଛି। ଗତ ଦେଢ଼ମାସରେ କେବଳ ଦନ୍ତା ଆକ୍ରମଣରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। କାଜୁ ଏବଂ ଆମ୍ବ ସଂଗ୍ରହ କରିବାକୁ ଯାଇଥିବା ବେଳେ ୮ରୁ ୯ଜଣଙ୍କୁ ହାତୀ ଦଳିଦେଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। କାଜୁ ବଗିଚାରେ ହାତୀ ଉପସ୍ଥିତି ସହଜରେ ଜଣାପଡ଼ି ନ ଥାଏ। ତେଣୁ ସେଠାରେ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ସେହିପରିି ସନ୍ଧ୍ୟା ୭ଟାରୁ ରାତି ୧୨ ଏବଂ ଭୋର୍‌ ୪ଟାରୁ ସକାଳ ୮ଟା ମଧ୍ୟରେ ହାତୀ ଆକ୍ରମଣ ଆଶଙ୍କା ବେଶି ରହୁଛି। ଏଭଳି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଲାଗି ହାତୀ ଉପଦ୍ରୁତ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ସାଇରନ ଓ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗକୁ ଧାନ ଚାଷ ଜୋର୍‌ ଧରିବାକୁ ଥିବାବେଳେ ଚାଷୀଙ୍କ ଧନଜୀବନର ସୁରକ୍ଷା ପାଇଁ ଗଜସାଥୀଙ୍କୁ ନିୟୋଜିତ କରାଯିବ ବୋଲି ବନ ବିଭାଗ ଯୋଜନା କରୁଛି।
ହାତୀ ଉପଦ୍ରବ ରୋକିବା ଲାଗି ବନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜିଲା ବନଖଣ୍ଡ ଅଧିକାରୀ ସୁମିତ କର କୁହନ୍ତି, ଜିଲାରେ ଦନ୍ତାଙ୍କୁ ପ୍ରତିରୋଧ କରିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିଲାଗି ସମସ୍ତ ଅଧିକାରୀ, କର୍ମଚାରୀଙ୍କ ଫୋନରେ ଜିପିଆର୍‌ଏସ୍‌ ବ୍ୟବସ୍ଥା କରାଯାଇଛି। ଫଳରେ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ତତ୍‌କ୍ଷଣାତ୍‌ ସୂଚନା ମିଳିପାରୁଛି। କେତେକ ସ୍ଥାନରେ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀମାନେ ଗ୍ରାମବାସୀଙ୍କୁ ମୋବାଇଲ ମାଧ୍ୟମରେ ହାତୀ ସମ୍ପର୍କରେ ସୂଚନା ଦେଉଛନ୍ତି। ଗୋଠଛଡା ଦନ୍ତା ଉପଦ୍ରବ ବଢୁଥିବାରୁ ଗ୍ରାମାଞ୍ଚଳରେ ମାଇକ୍‌ ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଆବଶ୍ୟକତା ଅନୁଯାୟୀ ପାଟ୍ରୋଲିଂ ପାଇଁ ଜିଲା ମୁଖ୍ୟାଳୟରୁ ଗାଡ଼ି ପଠାଯାଉଛି ବୋଲି ଜିଲା ବନଖଣ୍ଡ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?