Posted inଫୁରସତ

ଜଳରେ କୌଶଳ

ଶରୀରର ନାନା କାର୍ଯ୍ୟକଳାପ ମଧ୍ୟରେ ସାମଞ୍ଜସ୍ୟ ରଖିବା ପାଇଁ ଯୋଗ ଓ ପ୍ରାଣାୟାମ ଖୁବ୍‌ ଉପକାରୀ। ତେବେ ଯୋଗାସନରେ ଶରୀର ସୁସ୍ଥ ରହେ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ମାତ୍ର ମୁକ୍ତବାୟୁ ଚଳାଚଳ କରୁଥିବା ସ୍ଥାନରେ ଯୋଗାଭ୍ୟାସ କରାଯାଇଥାଏ। କିନ୍ତୁ ଅନେକ ବ୍ୟକ୍ତି ଅଛନ୍ତି, ଜଳଭାଗରେ ବିଭିନ୍ନ କ୍ରୀଡ଼ାକୌଶଳ ମାଧ୍ୟମରେ ଭାସମାନ ହୋଇ ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରିଥା’ନ୍ତି। କେହି କେହି ଏହାକୁ ଜଳ ଯୋଗ ମଧ୍ୟ କହିଥାନ୍ତି। ଏମିତି କେତେଜଣଙ୍କ ସମ୍ପର୍କରେ…।
ଜଳଉପରେ ଏମିତି ଯୋଗ କରିବାକୁ ହେଲେ ପହଁରାରେ ଦକ୍ଷତା ଓ ଶାରୀରିକ ସୁସ୍ଥତା ଥିବା ଜରୁରୀ। ତେବେ ବିଭିନ୍ନ ଜଳକ୍ରୀଡ଼ାର କେତେକ କୌଶଳ ଅବଲମ୍ବନ କରି ମଣିଷ ଜଳରେ ଭାସିପାରିବ। ଏଥିପାଇଁ ନିଃଶ୍ୱାସ ଓ ପ୍ରଶ୍ୱାସରେ ବାୟୁ ନିୟନ୍ତ୍ରଣର କୌଶଳ ଦରକାର। ଏହାଦ୍ୱାରା ଆକସ୍ମିକ ଭାବେ କେହି କେହି ହୁଏତ ଜଳରେ ବୁଡ଼ିବା ପୂର୍ବରୁ ନିଜକୁ ରକ୍ଷା କରିପାରିବେ।
ଜଳରେ ଭାସମାନ କ୍ରିୟା ଏକାଗ୍ରତା ସୃଷ୍ଟିକରେ- ସେ ଜଣେ ସୂଚନାକର୍ମୀ। ପ୍ରତିଦିନ ସକାଳେ ସ୍ନାନ କରନ୍ତି ମନ୍ଦାକିନୀ (ମଲାଗୁଣୀ)ନଦୀରେ। ତା’ସହିତ ଜଳରେ ଯୋଗ ଅଭ୍ୟାସ ବି କରନ୍ତି। ଆଜକୁ ପ୍ରାୟ ୧୨ବର୍ଷ ହେବ ସେ ନଦୀଜଳରେ ଯୋଗ କରିଆସୁଛନ୍ତି। ସେ ହେଉଛନ୍ତି ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ସରପାରି ଗଁାର ସୁଦାମ ଚରଣ ସାହୁ। ବୟସ ପ୍ରାୟ ୪୬ ଟପିଲାଣି। କିନ୍ତୁ ତାଙ୍କ ମନରେ ସବୁବେଳେ ଫୂର୍ତ୍ତି ରହିଥାଏ। ସେ କୁହନ୍ତି -ସୁସ୍ଥ ରହିବା ପାଇଁ ସବୁବେଳେ ଘରେ ଯୋଗ କରୁଥିଲି। ମାତ୍ର ଯେତେବେଳେ ନଦୀକୁ ଗାଧୋଇ ଆସୁଥିଲି କିଛି ସମୟ ନଦୀଜଳରେ ପହଁରିଥାଏ। ସତ କହିବାକୁ ଗଲେ ଜଳ ଉପରେ କିପରି ପଦ୍ମାସନ କରିହେବ, କେମିତି ଆରାମରେ ଶବାସନରେ କିଛି ସମୟ ବିଶ୍ରାମ ନେଇପାରିବି, ଏମିତି ଭାବନା ସବୁଦିନ ମନରେ ଘାରିହେଉଥିଲା। ତେଣୁ ଯେତେବେଳେ ସକାଳୁ ନଦୀକୁ ଯାଏ, ପ୍ରଥମେ ଜଳରେ ଯୋଗାଭ୍ୟାସ ଆରମ୍ଭ କରେ। କିନ୍ତୁ ପ୍ରଥମେ ଠିକ୍‌ଭାବରେ ଶରୀରର ବାୟୁକୁ ନିୟନ୍ତ୍ରଣ କରି ନ ପାରିବାରୁ ନାକରେ ପାଟିରେ ପାଣି ପଶିଯାଉଥିଲା। ହେଲେ ଧୀରେ ଧୀରେ ଏମିତି ଯୋଗ ଅଭ୍ୟାସ କରି କରି ଜଳରେ ଆରାମରେ ଭାସିବା ଶିଖିଗଲି। କିଛି ବର୍ଷତଳେ କଟକ ଯାଇଥିଲି। ସେଠାରେ ମହାନଦୀ ଜଳରେ ଜଣେ ଲୋକ ଭାସୁଥିବାର ଦେଖିଥିଲି। କିଛି ସମୟ ପରେ ଜାଣିଲି ସେହି ବ୍ୟକ୍ତି ଜଣକ ଜଳରେ ଯୋଗ କରୁଥିଲେ। ଏଥିଯୋଗୁ ମୋ ମନରେ ଜଳଯୋଗ ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହୋଇଥିଲା। ଆଉ ନଦୀରେ ଜଳକୌଶଳ ସହ ଯୋଗ ଅଭ୍ୟାସ କରିବା ଆରମ୍ଭ କଲି। ଏପରି କି ଜଳରେ ଯୋଗ ସମୟରେ କିଛି ସମୟ ଜଳ ଉପରେ ଶୋଇ ପଡ଼ିଥାଏ। ମାତ୍ର ଜଳରେ ଯୋଗକଲେ ଏକାଗ୍ରତା ବଢ଼ିଥାଏ। ନିଃଶ୍ୱାସ ନେବା ବେଳେ କିଛିକ୍ଷଣ ବାୟୁକୁ ଅବରୋଧ କରିବାରେ ମୋ ଶିରାପ୍ରଶିରା ସକ୍ରିୟ ହୋଇଉଠେ ଓ ଶରୀର ଫୁର୍ତ୍ତି ଲାଗେ। ହଁ ଆମ ରାଜ୍ୟକୁ ଯେତେବେଳେ ବାହାରୁ କେହି ଜଣାଶୁଣା ଯଶସ୍ବୀ ବ୍ୟକ୍ତି ଆସନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମନ୍ଦାକିନୀ ନଦୀରେ ଜଳଯୋଗ କରିଥାଏ। କରୋନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସକାଳୁ ଜଳଯୋଗ କରିବା ସମୟରେ ଦେବଦେବୀଙ୍କ ମନ୍ତ୍ର ଜପ କରିଥାଏ। ଏହା ଦ୍ୱାରା ମତେ ଶାରୀରିକ ଓ ମାନସିକ ଶାନ୍ତି ମିଳିଥାଏ। ଅନ୍ୟପକ୍ଷେ ବର୍ଷର ବିଭିନ୍ନ ସମୟରେ ଯଦି କେଉଁ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଏ, ସେଠାରେ ଥିବା ପୋଖରୀ, ନଦୀରେ ଜଳଯୋଗ କରିଥାଏ- ଏମିତିରେ ବିନ୍ଦୁସାଗର, କୋଣାର୍କ, ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଓ ଶ୍ୱେତଗଙ୍ଗା ଆଦି ପବିତ୍ର ପୋଖରୀରେ ଜଳଯୋଗ କରିପାରିଛି। ଏହା ଦ୍ୱାରା ଈଶ୍ୱରଙ୍କ ପ୍ରତି ମୋର ପ୍ରଗାଢ଼ ଭକ୍ତିଭାବ ଜାତ ହୋଇଥାଏ। କିନ୍ତୁ ମୋର ଏକ ଅଭିଳାଷ ରହିଛି। କେବେ ସୁଯୋଗ ଯଦି ମିଳିବ, ଯମୁନାରେ ଯାଇ ଏମିତି ଜଳଯୋଗ କରିବି।
ଜଳଯୋଗ ଶରୀରକୁ ଅଧିକ କ୍ରିୟାଶୀଳ କରିଥାଏ- ସେ ଜଣେ କ୍ରୀଡ଼ା ଶିକ୍ଷକ। ବିଭିନ୍ନ ଖେଳ ଖେଳନ୍ତି, ପୁଣି ଯୋଗାସନ ଓ ପ୍ରାଣାୟାମ ବି କରନ୍ତି। କିନ୍ତୁ ଚଳିତବର୍ଷ ଅଗଷ୍ଟ ୧୫ରେ ଜଳଯୋଗ ମାଧ୍ୟମରେ ଜାତୀୟପତାକାକୁ ସମ୍ମାନ ଜଣାଇବା ସହିତ ଜାତୀୟ ସଂଗୀତ ଗାନ କରିଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ହେଲେ, ଭଞ୍ଜକିଶୋର ଯତି। ଘର ବୋଲଗଡ଼ ବ୍ଲକ ଅନ୍ତର୍ଗତ ତୃତୀୟାପଡ଼ା ଗାଁରେ। ସେ କୁହନ୍ତି- ୧୯୯୧ ମସିହାରୁ ପରମାନନ୍ଦ ମହାବିଦ୍ୟାଳୟ, ବୋଲଗଡ଼ରେ ଜଣେ କ୍ରୀଡ଼ା ଶିକ୍ଷକଭାବେ ନିଯୁକ୍ତି ପାଇଛି। କିନ୍ତୁ ଆମ ଘର ନିକଟରେ ଥିବା ମାଟିଆପୋଖରୀକୁ ପ୍ରତିଦିନ ଗାଧୋଇବାକୁ ଯାଇଥାଏ। ସେଠାରେ ପ୍ରତିଦିନ ପହଁରି ଥାଏ। ପ୍ରଥମେ ପ୍ରଥମେ ଚିତି ପହଁରା ଅଭ୍ୟାସ କରୁଥିଲି। ପାଣିରେ ପହଁରିଲାବେଳେ ନିଃଶ୍ୱାସକୁ କିଛି କ୍ଷଣ ଅବରୋଧ କରି ରଖିଥାଏ। ଏଥିଯୋଗୁ ଜଳରେ ଭାସିଲି। ପ୍ରତିଦିନ ଏମିତି କରିବାରେ ଜାଣିଲି ଯେ ଶରୀର ବିଭିନ୍ନ କୋଷକୁ ଅମ୍ଳଜାନ ମିଳିବାରେ ବୋଧେ ସୁବିଧା ହେଉଛି। ବିଭିନ୍ନ ସ୍ନାୟୁ ଏବଂ ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ହୋଇପାରୁ ଥିବା ଅନୁଭବ କଲି। ଶରୀରରେ ବାୟୁ ସଞ୍ଚାଳନରେ ମତେ ଟିକେ ଭଲ ଲାଗିଲା। ତା’ପରେ ପାଣିରେ ଧୀରେ ଧୀରେ ପଦ୍ମାସନ କରିବା ଆରମ୍ଭ କଲି। ଏଥିରେ ସଫଳତା ପାଇଲି। ସେ ଯାହାହେଉ ଜଳରେ ଶରୀରକୁ ଏପରି କ୍ରୀଡ଼ା କୌଶଳ ଦ୍ୱାରା ମତେ ଆନନ୍ଦ ମିଳିଲା। ଏମିତି କି ଦିନେଦିନେ ପ୍ରାୟ ୩/୪ଘଣ୍ଟା ଏଥିରେ ମଜ୍ଜି ଯାଇଥାଏ। ତେବେ ସବୁଠୁ ବଡ଼କଥା ହେଲା, ଦେଶ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଜଳରେ ଯୋଗାସନ ଜରିଆରେ ଜାତୀୟପତାକାକୁ ସମ୍ମାନ ଜଣାଇ ଜାତୀୟ ସଂଗୀତ ଗାନ କରିଥିଲି। କିନ୍ତୁ ସେଦିନ ମତେ ଦେଖିତ୍ବା ପାଇଁ ଗାଁର ବହୁଲୋକ ପୋଖରୀ ହୁଡ଼ାରେ ଉପସ୍ଥିିତ ହୋଇଥିଲେ। ଆଉ ଦିନକର ଘଟଣା। ସେତେବେଳେ ବୋଲଗଡ଼ ମହୋତ୍ସବ ଚାଲିଥାଏ। ସକାଳୁ ସକାଳୁ ପୋଖରୀରେ ଯୋଗ କରୁଥାଏ। କିନ୍ତୁ ପୋଖରୀ ନିକଟଦେଇ ଯାଇଥିବା ରାସ୍ତାରେ ଲୋକମାନେ କିଛି ସମୟ ଅଟକିଯାଇ ମୋ ଉପରେ ନଜର ପକାଇଥିଲେ। ପୋଖରୀ ଜଳରେ କେହି ଜଣେ ମରି ଭାସୁଛି ବୋଲି ପ୍ରଥମେ ସନ୍ଦେହ କରିଥିଲେ। ମାତ୍ର ଦେଖଣାହାରୀମାନେ କିଛି ସମୟ ପରେ ଜାଣିପାରିଲେ ଯେ ସେମିତି କିଛି ଅଘଟଣ ଘଟିନାହିଁ। ଏମିତି ଜଳଯୋଗ ଯୋଗୁ ମତେ ଆଜିଯାଏ କୌଣସି ଜ୍ୱର ହୋଇନାହିଁ। ଶରୀର ଠିକ୍‌ଠାକ ରହିଛି। କରୋନା ମହାମାରୀ ସମୟରେ ଶରୀରକୁ କ୍ରିୟାଶୀଳ କରିବା ପାଇଁ ଜଳମଧ୍ୟରେ ଏପରି ଅଭ୍ୟାସ କରିଥିଲି। କିନ୍ତୁ ଏଥିପାଇଁ ପ୍ରଥମେ ପହଁରା ଅଭ୍ୟାସ ଓ ଶରୀର ସୁସ୍ଥତାଥିବା ଆବଶ୍ୟକ।
ଜଳରେ ବିଭିନ୍ନ ମୁଦ୍ରା ପ୍ରଦର୍ଶନକରିବା ପୂର୍ବରୁ ପହଁରାରେ ପାରଙ୍ଗମଥିବା ଆବଶ୍ୟକ-ପଥର, କାଠ ଓ କାନଭାସ ଉପରେ ସେ ସୃଷ୍ଟି କରିଥାନ୍ତି ବିଭିନ୍ନ ପ୍ରକାରର ପାରମ୍ପରିକ ହସ୍ତଶିଳ୍ପର କଳାକୃତି। ଅନ୍ୟପକ୍ଷେ ପାଣିରେ ପହଁରିବାରେ ସେ ପୂରା ପାରଙ୍ଗମ। ସେ ହେଲେ ବାଘମାରୀ ବଡ଼ସାହିର କଳ୍ପତରୁ ପଣ୍ଡା । ସେ କୁହନ୍ତି, ଆଜକୁ ପ୍ରାୟ୧୫ବର୍ଷ ତଳେ ଥରେ କଳାହାଣ୍ଡି ଜିଲାର ଏକ ଅଞ୍ଚଳକୁ ଯାଇଥିଲି । ସେଠାର ଏକ ନଦୀରେ କେତେକ ଆଦିବାସୀ ଯୁବକ ବହୁ ସମୟଧରି ଜଳରେ ପହଁରିବା ସହିତ ବିଭିନ୍ନ ଜଳକ୍ରୀଡ଼ା କୌଶଳ ଅବଲମ୍ବନକରି ବିଭିନ୍ନ ମୁଦ୍ରାରେ ଭାସୁଥାନ୍ତି। ଏମିତି କି ଏହାକୁ କେହିକେହି ଜଳରେ ଯୋଗ ବୋଲି କହିଲେ। ଏଥିପ୍ରତି ମନରେ ଆଗ୍ରହ ସୃଷ୍ଟି ହେଲା। ସେମାନଙ୍କ ସହିତ ସେଠାରେ ଏମିତି ପହଁରିବା ଓ ଭାସିବା ଅଭ୍ୟାସ ଶିଖିଥିଲି। କିନ୍ତୁ ଏଥିରେ ନିଜର ମନକୁ ସ୍ଥିର ରଖିବାକୁପଡ଼େ। ଅତିସାବଧାନତାର ସହିତ ଏପରି ଅଭ୍ୟାସ କରାଯାଇପାରେ। ଏଥିପାଇଁ ନିଃଶ୍ୱାସ ପ୍ରଶ୍ୱାସରେ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ। ଏପରି କରିବାରେ ମନରୁ ଥକାପଣ ଟିକେ ଦୂର ହେଲା। ଏମିତି ଜଳଯୋଗରେ ଭାସମାନ ଭାବେ ଅତି ସହଜରେ ପ୍ରାୟ୨/୩ଘଣ୍ଟା ଯାଏ ରହିପାରେ। ତେବେ ଗାଁରେ ପ୍ରତି ସପ୍ତାହରେ ଥରେ ପୋଖରୀକୁ ଗାଧୋଇବାକୁ ଗଲେ ସେଠାରେ ପ୍ରାୟ ଅଧଘଣ୍ଟା ଧରି ଏପରି ଜଳକ୍ରୀଡ଼ା କରିଥାଏ। ତେବେ ଅନେକ ସମୟରେ ଜଳିବୁଡ଼ି ଯୋଗୁ ଅକାଳରେ କାହାରି ଜୀବନ ହାନିର ଅଘଟଣ ଖବର ଲୋକଲୋଚନକୁ ଆସୁଛି। ମାତ୍ର ପହଁରା ସହିତ ଜଳଯୋଗର ଅଭ୍ୟାସଥିଲେ ହୁଏତ ଏପରି ବିପଦରୁ ଆବଶ୍ୟକସ୍ଥଳେ ନିଜକୁ ବଞ୍ଚାଇ ହେବ। ତେବେ ଏମିତି ଅନେକବ୍ୟକ୍ତି ଅଛନ୍ତିି ସେମାନେ ଜଳପହଁରାରେ ଭାସମାନ ହୋଇ ବିଭିନ୍ନ ମୁଦ୍ରାକୁ ପ୍ରଦର୍ଶନ କରୁଥିବାର ନଜିର ରହିଛି। –

ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri