Posted inଖେଳ

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ଆଶା ଜୀବିତ ରଖିଛି।

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ବିସ୍ଫୋରକ ଇନିଂସ ଖେଳି ଟିମ୍‌ ଇଣ୍ଡିଆକୁ ଟୁର୍ନାମେଣ୍ଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିବାରେ ସାହାଯ୍ୟ କରିଛନ୍ତି। ଭାରତ ୪ ଉଇକେଟ ହରାଇ ୨୫୬ ରନ୍‌ କରିଥିଲା। ପ୍ରଥମ ଇନିଂସରେ, ଟିମ୍‌ ଇଣ୍ଡିଆ ଏକ ଚମତ୍କାର ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା, ଯାହା ପୂର୍ବରୁ T20 ବିଶ୍ୱକପରେ କେବେ ହୋଇ ନ ଥିଲା।

ଟିମ୍‌ ଇଣ୍ଡିଆର ୬ଜଣ ଖେଳାଳି ଜିମ୍ବାୱେ ବିପକ୍ଷରେ ବ୍ୟାଟିଂ କରିବାକୁ ଆସି ୧୫୦+ ଷ୍ଟ୍ରାଇକ ରେଟ୍‌ରେ ୨୦ରୁ ଅଧିକ ରନ୍‌ କରିଥିଲେ। ଏହା ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଯାହାକି ଗୋଟିଏ ଦଳର ୬ଜଣ ବ୍ୟାଟର ଗୋଟିଏ ଇନିଂସରେ ୨୦ରୁ ଅଧିକ ରନ୍‌ କରିଥିଲେ ଏବଂ ସେମାନଙ୍କର ଷ୍ଟ୍ରାଇକ୍‌ ରେଟ ୧୫୦ର ଅଧିକ ଥିଲା। ୨୦୦୭ରେ ଆରମ୍ଭ ହୋଇଥିବା ICC T20 ବିଶ୍ୱକପ ଟୁର୍ନାମେଣ୍ଟରେ ଏପରି ସଫଳତା ପୂର୍ବରୁ କେବେ ହାସଲ ହୋଇ ନ ଥିଲା।

ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସି ଟିମ୍‌ ଇଣ୍ଡିଆର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ଓପନିଂ ଯୋଡ଼ି ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ। ସଞ୍ଜୁ ପ୍ରଥମ ଓଭରରେ ଏକ ଛକା ସହିତ ଭାରତୀୟ ଇନିଂସ ଆରମ୍ଭ କରିଥିଲେ। ସାମସନ ୧୫ବଲରେ ୨୪ରନ କରିବା ପରେ ଆଉଟ ହୋଇଥିଲେ, ୧୬୦ଷ୍ଟ୍ରାଇକ ରେଟ ସହିତ। ଅଭିଷେକ ଶର୍ମା ଏବଂ ଇଶାନ କିଶାନ ଦ୍ୱିତୀୟ ଉଇକେଟ ପାଇଁ ୭୨ ରନ୍‌ର ଭାଗୀଦାରି କରିଥିଲେ। ଇଶାନ ୧୫୮.୩୩ ଷ୍ଟ୍ରାଇକ ରେଟ୍‌ ସହିତ ୩୮ ରନ୍‌ କରିଥିଲେ। ସେହିପରି ଅଭିଷେକ ୫୫ରନ୍‌ର ଇନିଂସରେ ୧୮୩.୩୩ ଷ୍ଟ୍ରାଇକ ରେଟ ସହିତ ୪ଟି ଚୌକା ଏବଂ ସମାନ ଛକା ମାରିଥିଲେ।

ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୧୩ ବଲ୍‌ରେ ୨୫୩ ଷ୍ଟ୍ରାଇକ ରେଟ୍‌ରେ ୩୩ ରନ୍‌ କରିଥିଲେ। ସେ ତାଙ୍କ ଇନିଂସରେ ୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ଶେଷ ଓଭରରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତକୁ ୨୫୬ ରନ୍‌ର ବିଶାଳ ସ୍କୋରରେ ପହଞ୍ଚାଇ ଥିଲେ। ହାର୍ଦ୍ଦିକ ୨୩ ବଳ୍‌ ୨ଟି ଚୌକା ଏବଂ ୪ଛକା ସହାୟତାରେ ଅପରାଜିତ ୫୦ ରନ କରିଥିଲେ, ଯାହା ତାଙ୍କୁ ୨୧୭.୩୯ ଷ୍ଟ୍ରାଇକ ରେଟ୍‌ ଦେଇଥିଲା।

ଏପରିକି ତିଲକ ବର୍ମା ୧୬ ବଲ୍‌ରେ ୩ଟି ଚୌକା ଏବଂ ୪ ଛକା ସହିତ ଅପରାଜିତ ୪୪ ରନ କରିଥିଲେ। ଯାହା ୨୭୫ ଷ୍ଟ୍ରାଇକ ରେଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି…

ଧନତେରସରେ ବଡ଼ ଝଟ୍‌କା! ଦେଢ଼ ଲକ୍ଷ ପହଞ୍ଚିଲା ସୁନାଦର, ଏକ୍ସପର୍ଟ କହିଲେ ଆଜି ଏକାଥରେ ବଢିବ…

ନୂଆଦିଲ୍ଲୀ,୬।୧୧: ପର୍ୱପର୍ୱାଣୀ ସିଜିନ ଆରମ୍ଭ ହେବାକ୍ଷଣି ସୁନା ଦର ପୁଣିଥରେ ସାଧାରଣ ଲୋକଙ୍କ ପାଖଠାରୁ ଦୂରେଇ ଯାଉଥିବାର ନଜର ଆସୁଛି। ଶୁକ୍ରବାର ପାଳନ ହେଉଥିବା ଧନତେରସ ଏବଂ…

ଧନତେରସରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି? ଜାଣନ୍ତୁ ଭୁବନେଶ୍ୱରରେ ୧୦ଗ୍ରାମ୍‌କୁ କେତେ ଅଛି ସୁନା ରେଟ୍‌

ଭୁବନେଶ୍ୱର,୬।୧୧: ଆଜି ୬ ନଭେମ୍ୱର, ଶୁକ୍ରବାର ଦିନ ଦେଶବ୍ୟାପୀ ଧନତେରସର ପବିତ୍ର ପର୍ୱ ବେଶ ଧୁମଧାମରେ ପାଳନ କରାଯାଉଛି। ଧନତେରସ ଅର୍ଥାତ ସୁଖ-ସମୃଦ୍ଧି କିଣାକିଣିର ଦିନ ଏବଂ…

ନିର୍ବାଚନରେ ହାରିବା ପରେ ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ

ଓ୍ବାଶିଂଟନ,୬।୧୧: ୨୦୨୬ ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟମାନଙ୍କର ଏକ ବଡ଼ ବିଜୟ ପରିପ୍ରେକ୍ଷୀରେ, ଟ୍ରମ୍ପ ପ୍ରଶାସନ ସମାଧାନ ବା ବୁଝାମଣା ରାସ୍ତା ଆପଣାଇବା ପରିବର୍ତ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର…

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଟି-୨୦ କ୍ରିକେଟ୍‌ରେ ଆନ୍ଦ୍ରେ ରସେଲଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍‌ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ…

LIVE ମ୍ୟାଚ ସମୟରେ ଘଟିଲା ବଡ଼ ଦୁର୍ଘଟଣା: ଷ୍ଟ୍ରେଚର୍‌ରେ ଖେଳାଳିଙ୍କୁ ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ଶିକ୍ଷକ ନିଯୁକ୍ତି ଦାବିରେ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ଶେଷରେ ସ୍କୁଲ ଫାଟକରେ ତାଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?