Posted inଖେଳ

ଉଭୟ ଫର୍ମାଟ୍‌ ପାଇଁ ସିଡ୍‌ନୀରେ ଟିମ୍‌ ଇଣ୍ଡିଆର ଅଭ୍ୟାସ

ସିଡ୍‌ନୀ,୧୬।୧୧(ପି.ଟି.): ରବିବାର ଭ୍ରମଣକାରୀ ଭାରତୀୟ ଦଳର ସଦସ୍ୟମାନେ ପୂର୍ଣ୍ଣ ରୂପେ ପ୍ରଥମ ନେଟ ସେସନରେ ଅଂଶଗ୍ରହଣ କରି ବେଶ୍‌ ଝାଳ ବୁହାଇଛନ୍ତି। ଛୋଟ ଓ ଲମ୍ବା ଫର୍ମାଟ୍‌ରେ ଅର୍ଥାତ ନାଲି ଓ ଧଳା ବଲ୍‌ରେ ଖେଳାଳିମାନେ ଅଭ୍ୟାସ କରିଥିଲେ। ତେବେ ଶନିବାର ଭାରତୀୟ ଦଳର ଖେଳାଳିମାନେ ପ୍ରଥମ ଟ୍ରେନିଂ ସେସନରେ ଅଂଶଗ୍ରହଣ କରି ଜିମ୍‌ ଓ ରନିଂ ଉପରେ ଅଧିକ ଧ୍ୟାନ ଦେଇଥିଲେ। ପ୍ରାକ୍ସିସ୍‌ ସେସନର ଭିଡିଓଗୁଡିକ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସୋସିଆଲ ମିଡିଆ ଆକାଉଣ୍ଟରେ ଅପ୍‌ଲୋଡ କରିଛି। ଟେଷ୍ଟ ଦଳର ଖେଳାଳିମାନେ ଦଳ ସହ ଯାଇଥିବାରୁ ବୋର୍ଡ ଉଭୟ ସୀମିତ ଓଭର ଓ ଟେଷ୍ଟ ଫର୍ମାଟ ପାଇଁ ଟ୍ରେନିଂ ସେସନର ଉପରେ ଗୁରୁତ୍ୱ ଦେଇଛି। ସ୍ପେଶାଲିଷ୍ଟ ସ୍ଲିପ୍‌ ଫିଲ୍ଡର ବିବେଚିତ ହେଉଥିବା ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ନାଲି ବଲ୍‌ ଦୀର୍ଘ ସମୟଧରି କ୍ୟାଚ୍‌ ନେବାର ଅଭ୍ୟାସ କରିଥିଲେ। ଅପରପକ୍ଷରେ ଭାରତ ନୂଆ ପେସ୍‌ ସେନ୍‌ସେସନ ଟି. ନଟରାଜନ ନେଟ୍ସରେ କୁକାବୁରା ବଲ୍‌ରେ ଅଭ୍ୟାସ କରିଥିଲେ। ସେ ପ୍ରାୟ ସମସ୍ତ ଟପ୍‌- ଅର୍ଡର ହ୍ବାଇଟ୍‌ ବଲ୍‌ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନଟରାଜନ ଏଥର ଦୃଷ୍ଟାନ୍ତମୂଳକ ବୋଲିଂ କରିଥିଲେ। ପ୍ରଥମଥର ସେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।
ପୂଜାରା, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ, ହନୁମା ବିହାରୀ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ ନାଲି ବଲ୍‌ରେ ଅଭ୍ୟାସ କରିଥିଲେ। ତେବେ ଉଭୟ ଟେଷ୍ଟ ଓ ସୀମିତ ଓଭର ଫର୍ମାଟରେ ସ୍ଥାନ ପାଇଥିବା ଖେଳାଳିମାନେ ଟ୍ରେନିଂ କାର୍ଯ୍ୟସୂଚୀ ଅନୁଯାୟୀ ଉଭୟ ବଲରେ ମିଶାମିଶି ଭାବେ ଅଭ୍ୟାସ କରିଥିଲେ। ଗତ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଖେଳାଳିମାନେ ରେଡ୍‌ ବଲ୍‌ କ୍ରିକେଟ ଖେଳିନାହାନ୍ତି। ତେଣୁ ଖେଳାଳିମାନେ ଉଭୟ ଫର୍ମାଟ ପାଇଁ ଅଭ୍ୟାସ କରିଥିଲେ। ସୀମିତ ଓଭର ସିରିଜ ପରେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଓ ଗୋଟିଏ ପିଙ୍କ୍‌ ପ୍ରାକ୍ଟିସ ଗେମ ମାତ୍ର କିଛିଦିନ ମଧ୍ୟରେ ଖେଳାଯିବ। ତେଣୁ ଟେଷ୍ଟ ସ୍ପେଶାଲିଷ୍ଟମାନେ ନାଲି ବଲ୍‌ରେ ଅଧିକରୁ ଅଧିକ ଅଭ୍ୟାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନେଟ୍ସରେ ଖେଳାଳିମାନେ ଜବରଦସ୍ତ ଅଭ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri