Posted inଖେଳ

ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକଙ୍କ ଏଣ୍ଟ୍ରି!

ନୂଆଦିଲ୍ଲୀ,୧୯।୭: ଟିମ୍‌ ଇଣ୍ଡିଆର ଓପନର୍‌ ଶୁଭମନ ଗିଲଙ୍କ ଭାଗ୍ୟ ଏବେ ଚମକୁଛି। କିଛି ମାସ ପୂର୍ବେ ତାଙ୍କୁ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ୱ ମିଳିଥିଲା। ଏବେ ସେ ତିନି ଫର୍ମାଟରେ ଦଳର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି। ଟି୨୦ ବିଶ୍ୱକପ୍‌ରେ ସେ ଟିମ୍‌ ଇଣ୍ଡିଆରେ ସାମିଲ ନ ଥିଲେ। ହେଲେ ଟୁର୍ନାମେଣ୍ଟ ଶେଷ ହେବା ପରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି। କେବଳ ସେତିକି ନୁହେଁ ମନୋରଞ୍ଜନ ଦୁନିଆରେ ଗିଲ୍‌ ମନୋରଞ୍ଜନ ଜଗତରେ ପାଦ କରିଛନ୍ତି। ଏହି ଯୁବ କ୍ରିକେଟର ପଞ୍ଜାବୀ ଗୀତରେ ନଜର ଆସିଛନ୍ତି।

ପଞ୍ଜାବର ୨୪ ବର୍ଷୀୟ ଗିଲ୍‌ ପଞ୍ଜାବୀ ଗାୟକ କରନ୍‌ ଔଜଲାଙ୍କ ଗୀତରେ ନଜର ଆସିଛନ୍ତି। ଜୁଲାଇ ୧୮ରେ ସେ ନିଜର ଗୀତ ‘ହୁ ଦେ’ର ଭିଡିଓ ୟୁଟ୍ୟୁବ୍‌ରେ ରିଲିଜ କରିଛନ୍ତି। ଏହାର ଏକ ଭାଗରେ ଗିଲ୍‌ ଏବଂ କରନ୍‌ ନଜର ଆସୁଛନ୍ତି। ଭିଡିଓଟି ଟି୨୦ ବିଶ୍ୱକପ୍‌ ସମୟର। ଦୁହେଁ ଆମେରିକାରେ ଖେଲାଯାଉଥିବା ଫୁଟବଲ ଟୁର୍ନାମେଣ୍ଟର ମ୍ୟାଚ୍‌ ଦେଖିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ସେତେବେଳେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ସେହି କ୍ଲିପ୍‌କୁ ଭିଡିଓରେ ବ୍ୟବହାର କରାଯାଇଛି।

କହିରଖୁଛୁ, ଗିଲ୍‌ଙ୍କ ପାଇଁ ଏହି ମାସ ଭଲ ସାବ୍ୟସ୍ତ ହୋଇଛି। ସେ ପ୍ରଥମ ଥର ପାଇଁ ଜାତୀୟ ଦଳର ଅଧିନାୟକ ସାଜି ସିରିଜ ଜିତିଛନ୍ତି। ଏହାପରେ ଆଗାମୀ ଶ୍ରୀଲଙ୍କା ସିରିଜ ଲାଗି ତାଙ୍କୁ ଉପଅଧିନାୟକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?