Posted inଖେଳ

ପାକିସ୍ତାନର ପରାଜୟ ଉପରେ ନିର୍ଭର କରୁଛି ଟିମ୍‌ ଇଣ୍ଡିଆର ଭାଗ୍ୟ…

ଦୁବାଇ/ସାରଜା, ୭।୯ : ଏସିଆ କପ ଟି-୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୬ ୱିକେଟରେ ପରାଜୟ ସ୍ବୀକାର କରିଛି। ସୁପର ଫୋର୍‌ ରାଉଣ୍ଡରେ ଏହି ପରାଜୟ ସହ ଭାରତ ଏସିଆ କପରୁ ବାହାର ହେବାକୁ ଯାଉଛି। ଶ୍ରୀଲଙ୍କା ପୂର୍ବରୁ ଭାରତୀୟ ଦଳକୁ ସୁପର ଫୋର୍‌ ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ତେବେ ଟିମ ଇଣ୍ଡିଆ ଫାଇନାଲରେ ନିଜର ସ୍ଥାନ ଏବେ ବି ନିଶ୍ଚିତ କରିପାରିବ। ଏଥିପାଇଁ ଆଫଗାନିସ୍ତାନ ପାକିସ୍ତାନ ମ୍ୟାଚ୍‌ର ଫଳାଫଳ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ପାକିସ୍ତାନର ପରାଜୟ ଉପରେ ନିର୍ଭର କରୁଛି ଟିମ୍‌ ଇଣ୍ଡିଆର ଭାଗ୍ୟ।

୧୦ ମାସ ପୂର୍ବରୁ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ସାମ୍ନାରେ ମଧ୍ୟ ସମାନ ସମୀକରଣ ସୃଷ୍ଟି ହୋଇଥିଲା। କିନ୍ତୁ ଫଳାଫଳ ଟିମ୍‌ ଇଣ୍ଡିଆ ସପକ୍ଷରେ ଯାଇ ନଥିଲା। ଫଳରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପର ସୁପର-୧୨ ରାଉଣ୍ଡରୁ ବାଦ ପଡିଥିଲା।

ସୁପର ଫୋରର ପଏଣ୍ଟ ଟେବୁଲ ଅନୁସାରେ ଶ୍ରୀଲଙ୍କା ବର୍ତ୍ତମାନ ଦୁଇଟି ବିଜୟ ସହ ଶୀର୍ଷରେ ଅଛି । ଏଥି ସହିତ ପାକିସ୍ତାନ ଗୋଟିଏ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟଙ୍କର ପଜିଟିଭ୍‌ ରନ୍‌ ରେଟ ହାର ରହିଛି । ଶ୍ରୀଲଙ୍କାର ନେଟ ରନ ହାର +୦.୩୫୧ ଥିବାବେଳେ ପାକିସ୍ତାନର ନେଟ ରନ ହାର ହେଉଛି +୦.୧୨୬ ରହିଛି। ଏଥିସହିତ ନେଗେଟିଭ୍‌ ରନ ହାର -୦.୧୨୫ ସହିତ ଭାରତ ପଏଣ୍ଟ ଟେବୁଲରେ ଦୁଇଟି ମ୍ୟାଚ୍‌ ହାରି ତୃତୀୟ ସ୍ଥାନରେ ରହିଛି।

ଆଫଗାନିସ୍ତାନ -୦.୫୮୯ ରନ ହାର ସହିତ ଚତୁର୍ଥ ସ୍ଥାନରେ ରହିଛି। ଭାରତୀୟ ଦଳ ପାଇଁ ଏପର୍ଯ୍ୟନ୍ତ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ତେବେ ବୁଧବାର ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚର ଫଳାଫଳ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ପାକିସ୍ତାନ ଦଳ ଜିତେ ତେବେ ଉଭୟ ଭାରତ ଏବଂ ଆଫଗାନିସ୍ତାନ ଏସିଆ କପରୁ ବାଦ ପଡିବେ। ଅପରପକ୍ଷରେ ପାକିସ୍ତାନ ହାରିଲେ ଭାରତର ଆଶା ମଉଳି ଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri