Posted inଖେଳ

୩-୧ରେ ସିରିଜ ପୋଛିନେଲା ଭାରତ

ଲଡରହିଲ୍‌, ୭ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫୯ ରନରେ ବିଜୟ ଲାଭ କରିଛି। ଏଥିସହିତ ଭ୍ରମଣକାରୀ ଦଳ ୩-୧ରେ ଅଗ୍ରଣୀ ସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ଏହି ମ୍ୟାଚରେ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ଦଳ ପାଇଁ ୧୯୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୧୯.୧ ଓଭରରେ ୧୩୨ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ଭାବେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲ ୨୪ ରନ ଲେଖାଏଁ କରିଥିଲେ। ଭାରତ ତରଫରୁ ଅର୍ଶଦୀପ ସିଂ ୧୨ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଆଭେଶ ଖାଁ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଉଇକେଟ ନେଇଥିଲେ।

ଖେଳାଯାଇଥିବା ଏହି ମ୍ୟାଚରେ ରିଷଭ ପନ୍ତ ଓ ଅଧିନାୟକ ରୋହତ ଶର୍ମା ହୁଏତ ବଡ଼ ସ୍କୋର କରି ପାରି ନ ଥିଲେ ହେଲେ ଦୁହିଁଙ୍କ ଉପଯୋଗୀ ବ୍ୟାଟିଂ ସହାୟତାରେ ଭାରତ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୧୯୧ ରନ କରି ଥିଲା। ରୋହିତ ୧୬ ବଲ୍‌ରୁ ୩୩ ଓ ପନ୍ତ ୩୧ବଲ୍‌ରୁ ୪୪ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ମାତ୍ର ୮ ବଲ୍‌ରୁ ୨୦ରନ ଏବଂ ସଞ୍ଜୁ ସାମସନ ୨୩ ବଲ୍‌ରୁ ୩୦ରନ କରି ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜର ବାମହାତି ପେସ୍‌ ବୋଲର ଓବେଡ୍‌ ମ୍ୟାକ୍‌କୟ ତାଙ୍କ ୪ ଓଭର ବୋଲିଂରେ ୨ ଉଇକେଟ ନେଇଥିଲେ ହେଁ ୬୬ ରନ ବ୍ୟୟ କରିଥିଲେ। ଜଣେ ଓ୍ବେଷ୍ଟଇଣ୍ଡିଜ ବୋଲର ହିସାବରେ ଅନ୍ତର୍ଜାତୀୟ ଟି୨୦ରେ ସେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ପନ୍ତ ଓ ଦୀପକ ହୁଦା (୧୯ ବଲ୍‌ରୁ ୨୧ରନ) ମଧ୍ୟରେ ୪୭ରନର ପାର୍ଟନରଶିପ୍‌ ହୋଇଥିଲା। ଭାରତ ଏହି ମ୍ୟାଚ ପାଇଁ ୩ ଜଣ ଖେଳାଳିଙ୍କୁ ବଦଳ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ ଓ ଶ୍ରେୟାସ ଆୟାରଙ୍କ ସ୍ଥାନରେ ରବି ବିଷ୍ଣୋଇ, ଅକ୍ଷର ପଟେଲ ଓ ସଞ୍ଜୁ ସାମ୍‌ସନଙ୍କୁ ସାମିଲ କରାଯାଇଥିଲା।

ସଂକ୍ଷିପ୍ତ ସ୍କୋର
ଭାରତ: ୨୦ ଓଭରରେ ୧୯୧/୫ ( ରିଷଭ ପନ୍ତ-୪୪, ରୋହିତ ଶର୍ମା-୩୩, ସଞ୍ଜୁ ସାମ୍‌ସନ-୩୦*, ସୂର୍ଯ୍ୟକୁମାର ଯାଦବ-୨୪; ଅଲ୍‌ଜାରି ଯୋଶେଫ-୨/୨୯, ଓବେଡ୍‌ ମ୍ୟାକ୍‌କୟ-୨/୬୬, ଅକିଲ ହୋସେନ-୧/୨୮)। ଓ୍ବେଷ୍ଟଇଣ୍ଡିଜ: ୧୯.୧ ଓଭରରେ ୧୩୨/ଅଲଆଉଟ (ନିକୋଲାସ ପୁରନ-୨୪, ରୋଭମାନ ପାଓ୍ବେଲ-୨୪;ଅର୍ଶଦୀପ ସିଂ-୩/୧୨, ଆଭେଶ ଖାଁ-୨/୧୭, ରବି ବିଷ୍ଣୋଇ-୨/୨୭,ଅକ୍ଷର ପଟେଲ -୨/୪୮)।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri