Posted inଖେଳ

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯ ମାର୍ଚ୍ଚ) ରେ ଭାରତୀୟ ଦଳ ସହ ଲଗାତାର ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ, ଏବେ ସେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଶନିବାର, ୧୪ ମାର୍ଚ୍ଚରେ କୁଲଦୀପ ନିଜର ପିଲାଦିନର ବନ୍ଧୁ ବଂଶିକା ଚଡ୍ଡାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଉତ୍ତରାଖଣ୍ଡର ପ୍ରସିଦ୍ଧ ହିଲ ଷ୍ଟେସନ ମସୁରୀରେ ଏହି ଭବ୍ୟ ବିବାହ ଅନୁଷ୍ଠିତ ହୋଇଥିଲା। ସହରର ବିଳାସପୂର୍ଣ୍ଣ ହୋଟେଲ ’ଦ ସେଭୟ’କୁ ବଧୂ ଭଳି ସଜାଯାଇଥିଲା। ବିଶ୍ୱକପ ଜିତିବା ପରେ କୁଲଦୀପ ସିଧାସଳଖ ମସୁରୀରେ ପହଞ୍ଚିଥିଲେ। ପ୍ରାୟ ତିନି ଦିନ ଧରି ଚାଲିଥିବା ମେହେନ୍ଦୀ, ହଳଦୀ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ପରେ ଶନିବାର ସନ୍ଧ୍ୟାରେ କୁଲଦୀପ ବରଯାତ୍ରୀ ଧରି ପହଞ୍ଚିଥିଲେ ଏବଂ ବଂଶିକାଙ୍କୁ ବରମାଳା ପିନ୍ଧାଇଥିଲେ।


କୁଲଦୀପଙ୍କ ଏହି ସ୍ବତନ୍ତ୍ର ଦିନରେ ସାମିଲ ହେବା ପାଇଁ ଭାରତୀୟ ଦଳର ଅନେକ ତାରକା ଖେଳାଳି ମସୁରୀରେ ପହଞ୍ଚିଥିଲେ। ୟୁଜଭେନ୍ଦ୍ର ଚହଲ, ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂ, ତିଲକ ବର୍ମା ଏବଂ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ବରଯାତ୍ରୀରେ ସାମିଲ ହୋଇ ପ୍ରବଳ ନାଚିଥିଲେ। ସୋସିଆଲ ମିଡିଆରେ ଏହି ବିବାହର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।


କୁଲଦୀପ ଏବଂ ବଂଶିକା ଉଭୟ କାନପୁରର ବାସିନ୍ଦା ଏବଂ ପିଲାଦିନର ବନ୍ଧୁ। ଗତ ବର୍ଷ ୪ ଜୁନ୍‌ରେ ସେମାନଙ୍କର ନିର୍ବନ୍ଧ (Engagement) ହୋଇଥିଲା। ବଂଶିକା ଅଷ୍ଟ୍ରେଲିଆରେ ନିଜର ପାଠପଢ଼ା ଶେଷ କରିଛନ୍ତି। ବିବାହ ପୂର୍ବରୁ ଏହି ଯୋଡ଼ି କେବେବି ସାଧାରଣରେ ଏକାଠି ନଜର ଆସି ନ ଥିଲେ, ଯାହା ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ସର୍ପ୍ରାଇଜ ଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

ମୋଦିଙ୍କ ଇନ୍‌ଷ୍ଟା ଭିଡିଓକୁ ନେଇ ଅଭିଜିତଙ୍କ କଟାକ୍ଷ, କହିଲେ-ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଇନଫ୍ଲୁଏନ୍ସର ହୋଇଯିବା ଉଚିତ୍‌…

ନୂଆଦିଲ୍ଲୀ,୩୦।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ୍‌ ଏବଂ ଜଣେ ଇନଫ୍ଲୁଏନ୍ସର (Influencer)…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri